
ଯାଜପୁର(ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଯାଜପୁର ବରୀରେ ପ୍ରଚାର କରି ନବୀନ ସରକାର ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ । ସେ କହିଛନ୍ତି, ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯାଇଛି । କିନ୍ତୁ ନବୀନ ସରକାର ତାକୁ କାର୍ଯ୍ୟକାରୀ କରୁନାହାନ୍ତି । ଗରିବଙ୍କୁ ହତାଶ କରିଛନ୍ତି।
୨୦ ବର୍ଷ ଶାସନ ସତ୍ତ୍ୱେ ନବୀନ ଓଡ଼ଶାର ବିକାଶ କରିପାରି ନାହାନ୍ତି। ବିଜେପିକୁ ୫ ବର୍ଷ ସୁଯୋଗ ଦେଲେ ଓଡ଼ିଶାକୁ ୧ ନମ୍ବର କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଜନାଥ ସିଂହ। ୨୦୨୨ ସୁଦ୍ଧା ସବୁ ଭାରତୀୟଙ୍କୁ ପକ୍କା ଘର, ଗ୍ୟାସ ସିଲିଣ୍ଡ ନିଶ୍ଚିତ ମିଳିବ ବୋଲି ରାଜନାଥ କହିଛନ୍ତି।
ଏହି ଅବସରରେ କଂଗ୍ରେସକୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି। ଭାରତ କଂଗ୍ରେସ ମୁକ୍ତ ହେବା ପରେ ହିଁ ଦେଶ ଗରିବୀମୁକ୍ତ ହେବ ବୋଲି କହିଛନ୍ତି ରାଜନାଥ ସିଂହ। ବରୀ ପରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ନିମାପଡ଼ା ବିଧାନସଭା ଅନ୍ତର୍ଗତ ଗୋପର ବିଜୟ ସଂକଳ୍ପ ସମାବେଶରେ ସେ ଯୋଗ ଦେବେ।
from Odisha Reporter http://bit.ly/2XBnEFc
No comments:
Post a Comment