ନିଶାକୁ ପେଶା କରି ହୋଇଛନ୍ତି ସଫଳ, ବାଇକ୍‌କୁ ନୂଆ ଲୁକ୍‌ ଦେଇ ସାଉଣ୍ଟୁଛନ୍ତି ପ୍ରଶଂସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ନିଶାକୁ ପେଶା କରି ହୋଇଛନ୍ତି ସଫଳ, ବାଇକ୍‌କୁ ନୂଆ ଲୁକ୍‌ ଦେଇ ସାଉଣ୍ଟୁଛନ୍ତି ପ୍ରଶଂସା

ରାଉରକେଲା(ପୱନ ତିୱାରୀ): ବାପା ମା’ଙ୍କ ଅଭିଳାଷ ତଥା ନିଜ ସ୍ୱପ୍ନ ସାକାର କରିବାକୁ ପିଲାମାନେ ଖୁବ୍‌ ପରିଶ୍ରମ କରିଥାନ୍ତି। ବଡ ହେବା ପରେ ଖଣ୍ଡେ ଚାକିରି କରି ଦେଲେ ନିଜର ସବୁ ସ୍ୱପ୍ନ ସାକାର ହୋଇଗଲା ବୋଲି ଭାବିଥାନ୍ତି। ହେଲେ ଏମିତି କିଛି ଅଛନ୍ତି, ଯେଉଁମାନେ ଟିକେ ଭିନ୍ନ କରିବାକୁ ଯାଇ ଚାକିରି ଛାଡ଼ିବାକୁ ବି ପଛାଇ ନ ଥାନ୍ତି। ସେମାନେ ନିଜ ନିଶାକୁ ପେଶା ରୂପେ ଗ୍ରହଣ କରନ୍ତି, ଆଉ ସଫଳ ମଧ୍ୟ ହୁଅନ୍ତି। ଏଥିଯୋଗୁ ସେମାନଙ୍କୁ ମିଳେ ସ୍ୱତନ୍ତ୍ର ପରିଚୟ।  ଏପରି ଜଣେ ବ୍ୟକ୍ତି ହେଲେ ରାଉରକେଲାର ମୃତ୍ୟୁଞ୍ଜୟ ଦାଶ।

ମୃତ୍ୟୁଞ୍ଜୟ ଏବେ ଜଣେ ସଫଳ ଯୁବ ଉଦ୍ୟୋଗୀ। ଛୋଟବେଳେ ଡ୍ରାଇଭିଂକୁ ଭଲ ପାଉଥିବା ମୃତ୍ୟୁଞ୍ଜୟ ବଡ଼ ହେବା ପରେ ବାଇକ୍‌କୁ ୟୁନିକ୍‌ ଲୁକ୍‌ ଦେବାକୁ  ପେଶା ଭାବେ ଗ୍ରହଣ କରିଛନ୍ତି।  ଦେଶର ବିଭିନ୍ନ ବାଇକ୍‌ ଡିଜାଇନ କମ୍ପାନୀ ମଧ୍ୟରେ ତାଙ୍କ କମ୍ପାନୀ ‘ଆଇମର-କଷ୍ଟମସ’ ଆଜି ଆଗ ଧାଡ଼ିରେ ଗଣା ହେଉଛି। ଆଜି ମୃତ୍ୟୁଞ୍ଜୟ ଓ ତାଙ୍କ ବନ୍ଧୁ ସାଇକତ ବାସୁ  ନିଜକୁ ପ୍ରତିଷ୍ଠିତ କରିସାରିଥିଲେ ମଧ୍ୟ ଏହି ଯାତ୍ରା ସହଜ ନ ଥିଲା। ଏଥିପାଇଁ  ଉଭୟଙ୍କୁ କହୁ କଷ୍ଟ କରିବାକୁ ପଡ଼ିଛି।

ଆଜିର ଯୁବବର୍ଗ ସମସ୍ତଙ୍କଠାରୁ ଟିକେ ୟୁନିକ ବାଇକ୍‌ ଖୋଜନ୍ତି । ଏହାକୁ ହିଁ ନିଜ କ୍ୟାରିଅର ଓ ବିଜନେସ୍‌ କରିଛନ୍ତି ମୃତ୍ୟୁଞ୍ଜୟ। କେମିତି ଗାଡିକୁ ନୂଆ ଲୁକ୍ ମିଳିବ, ତାର କଲର ଆଖି ଦୃଶିଆ ହୋଇଥିବ ସେଥିଲାଗି ସେ ବେଶ୍‌ ତତ୍ପର।

ବଜାରରେ ମିଳୁଥିବା ଦାମି ଗାଡି ହେଉ ଅବା ଅନ୍ୟ ଯେ କୌଣସି ବାଇକ୍‌କୁ ମୃତ୍ୟୁଞ୍ଜୟ ଓ ତାଙ୍କ ସାଥୀ ପୂରା ବଦଳାଇ ଦିଅନ୍ତି। ଗ୍ରାହକଙ୍କ ମନ ମୁତାବକ କଲର ,ଥିମ, ଡିଜାଇନ, ବଡି ପାର୍ଟ ସବୁ ତିଆରି କରାଯାଏ। ଏଥିରେ ସହଯୋଗ କରିବାକୁ ସେମାନେ୧୧ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ   ଏହା ଉପରେ ଅଧିକ ତାଲିମ ମଧ୍ୟ ନେଇସାରିଲେଣି।

ମୃତ୍ୟୁଞ୍ଜୟ ଓ ସାଇକତ ଉଭୟ ଛୋଟ ବେଳେ ଭଲ ପାଠ ପଢୁଥିଲେ।  ମୃତ୍ୟୁଞ୍ଜୟ ନିଷ୍ଟ ବ୍ରହ୍ମପୁରରୁ ଡିଗ୍ରୀ ହାସଲ କରିଥିବା ବେଳେ ସାଇକତ ଏନଆଇଟି ଦୁର୍ଗାପୁରରୁ ଡିଗ୍ରୀ ପାଇଛନ୍ତି। ଉଭୟେ ହାଇଦ୍ରାବାଦରେ ଭେଟ ହୋଇଥିଲେ।  ମନରେ ଥିବା ସ୍ୱପ୍ନକୁ ପୂରା କରିବା ପାଇଁ ଚାକିରି ଛାଡ଼ି ଏବେ ସେମାନେ ଏକ କମ୍ପାନୀର ମାଲିକ ହୋଇପାରିଛନ୍ତି। ଆଉ ସେଠାରେ ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ଲାଗି ପଡିଛନ୍ତି।

ମୁତ୍ୟୁଞ୍ଜୟ ଓ ତାଙ୍କ ସାଥୀ ସାଇକତ ପ୍ରଥମେ ଏକ ଛୋଟ କମ୍ପାନୀ ଆରମ୍ଭ କଲେ । ଯାହାର ନାମ ରଖିଥିଲେ ‘ଆଇମର-କଷ୍ଟମସ’। ୨୦୧୨ ମସିହାରେ ଆରମ୍ଭ ହୋଇଥିଲା ଏ କମ୍ପାନୀ। ଆଉ ତାଙ୍କ ପରିଶ୍ରମ ଯୋଗୁ ଆଜି ସଫଳତାର ଶୀର୍ଷକୁ ଉଠିପାରିଛି।  ସେମାନଙ୍କ କମ୍ପାନୀ ସାତ ବର୍ଷରେ ପଦାର୍ପଣ କରିଛି।

ତେବେ ଏମାନଙ୍କ ସଫଳତାର ଯାତ୍ରା ଏତେ ସହଜ ନ ଥିଲା ।  ବାଇକ୍‌ ଡିଜାଇନ ଓ କଲର କରିବା ପାଇଁ ଉଭୟଙ୍କ ନିକଟରେ କୌଣସି ପ୍ରକାରର ସୁଯୋଗ ନ ଥିଲା। ବିଭିନ୍ନ ସ୍ଥାନରେ ଥିବା ଦୋକାନକୁ ଯାଇ ପ୍ରଥମେ ପ୍ରଥମେ ସେମାନେ ଏହାକୁ ଦେଖିଲେ ଓ କିଛି ଶିଖିଲେ। କିଛି ଦିନ ପରେ ଦିନେ ନିଜ ବାଇକ୍‌କୁ କଲର ଓ ଡିଜାଇନ କରିବା ପାଇଁ ମନ ବଳାଇଲେ। ଆଉ ସେଥିରେ ସଫଳ ମଧ୍ୟ ହେଲେ। ଯେତେବେଳେ ସେମାନେ ବାଇକ୍‌ ନେଇ ରାସ୍ତାରେ ଗଲେ ଲୋକେ ତାଙ୍କୁ ଦେଖି ଖୁସିହେଲେ ଏବଂ ଏ ବିଷୟରେ ପଚାରିଲେ ମଧ୍ୟ।

ଏହାପରେ ଉଭୟଙ୍କ କିଛି ଖାସ୍‌ ବନ୍ଧୁ ନିଜ ନିଜ ବାଇକ୍‌ ଡିଜାଇନ କରିବାକୁ ସେମାନଙ୍କୁ ଦେଲେ। ସେବେଠୁ ସେମାନେ ପ୍ରଥମେ କାମ ଆରମ୍ଭ କଲେ। ଧିରେ ଧିରେ ହାଇଦ୍ରାବାଦ ସହରରେ ସେମାନଙ୍କ କାମକୁ ବାଇକ୍‌ ପ୍ରେମୀ ପସନ୍ଦ କଲେ। ଆଉ ଛୋଟ ମୋଟ କାମ ମଧ୍ୟ ମିଳିଲା। ୨୦୧୩ ମସିହାରେ ଆସିଲା ମୃତ୍ୟୁଞ୍ଜୟଙ୍କ ଜୀବନରେ ଏକ ଟର୍ଣ୍ଣିଙ୍ଗ ପଏଣ୍ଟ। ସେ ହାର୍ଲି-ଡେଭିଟସନ୍ ନାମକ ଏକ ବୈଦେଶିକ କମ୍ପାନୀଠାରୁ ଏକ ବାଇକ୍‌ ଡିଜାଇନ କରିବା ପାଇଁ ଅଫର ପାଇଲେ । ଉଭୟେ ମିଶି ତାକୁ ନୂଆ ଲୁକ୍‌ ଦେଇଥିବା ବେଳେ ସେହି ବର୍ଷ ଉକ୍ତ ବାଇକ୍‌ଟି ଇଣ୍ଡିଆ ବାଇକ ୱିକ୍‌ରେ ପୁରସ୍କୃତ ହେଲା। ସେହିଦିନଠାରୁ ଉଭୟଙ୍କର ଭାଗ୍ୟ ବଦଳିଗଲା।

ମୁଖ୍ୟତଃ ରୟାଲ ଆଣ୍ଡ ଫିଲଡ ପକ୍ଷରୁ ଉଭୟଙ୍କୁ କାମ ମିଳିବା ଆରମ୍ଭ ହେଲା। ଆଉ  ଏବେ ରୟାଲ ଆଣ୍ଡ ଫିଲଡର ଡିଜାଇନର ଭାବେ ଉଭୟ ବେଶ ଖ୍ୟାତି ଅର୍ଜନ କରିଛନ୍ତି।



from Odisha Reporter http://bit.ly/2VTd5gv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages