ଶୁଟିଂ ବେଳେ ଖରାପ ହୋଇଗଲା ଏହି ଅଭିନେତ୍ରୀଙ୍କ ଚେହେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ଶୁଟିଂ ବେଳେ ଖରାପ ହୋଇଗଲା ଏହି ଅଭିନେତ୍ରୀଙ୍କ ଚେହେରା

ମୁମ୍ୱାଇ: ଅଭିନେତ୍ରୀ ଭୂମି ପେଡ଼ନେକର ଭିନ୍ନ ଫିଲ୍ମ କରି ସବୁବେଳେ ପ୍ରଶଂସା ସାଉଣ୍ଟିଥାନ୍ତି। ଏବେ  ସେ ନିଜ ଅପ୍‌ କମିଙ୍ଗ ଫିଲ୍ମ ‘ସାଣ୍ଡ କି ଆଖ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ହେଲେ ଏହି  ଫିଲ୍ମ ଶୁଟିଂ ସମୟରେ ଖରାପ ହୋଇଯାଇଛି ତାଙ୍କ ଚେହେରା। ହେଭି ମେକଅପ୍‌ ଓ ଅତ୍ୟଧିକ ଖରା ହେତୁ ତାଙ୍କ ଚେହେରା ଖରାପ ହୋଇଯାଇଥିବା ଜଣାଯାଇଛି। ଏହାସତ୍ତ୍ୱେ ସେ ଶୁଟିଂ ବନ୍ଦ କରି ନାହାନ୍ତି।

ଏହି  ଫିଲ୍ମରେ ତାପସୀ ପନ୍ନୁ ତାଙ୍କ ଯାଆ ଭୂମିକାରେ  ନଜର ଆସିବେ। କିଛି ଦିନ ପୂର୍ବେ ଏହାର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ଶୁଟର ଦାଦି ନାମରେ ପରିଚିତ ପ୍ରକାଶୀ ଏବଂ ଚନ୍ଦ୍ରୋ ତୋମରଙ୍କ ଜୀବନୀ ଉପରେ ଏହାର କାହାଣୀ ପର୍ଯ୍ୟବେଶିତ। ଉକ୍ତ ୨ ଜଣ ସମ୍ପର୍କରେ ୨ ଯାଆ ହୋଇଥିବା ବେଳେ ଉତ୍ତରପ୍ରଦେଶ ନିବାସୀ ଅଟନ୍ତି।

ଏହି ଫିଲ୍ମର ଶୁଟିଂ ୨ ମାସ ହେବ ଜୋରସୋରରେ ଚାଲୁ ରହିଛି। ପ୍ରକାଶୀଙ୍କ ଗାଁରେ ଫିଲ୍ମର ପୁରା ଟିମ ଡେରା ପକାଇଥିବା ବେଳେ ସେଠାରେ ଏହାର ଶୁଟିଂ ହେଉଛି। ଫିଲ୍ମର ପ୍ରଥମ ପୋଷ୍ଟରରେ ଉଭୟ ତାପସୀ ଓ ଭୂମି ୨ ବୟସ୍କା ବୃଦ୍ଧା ମହିଳା ଭୂମିକାରେ ନଜର ଆସିଛନ୍ତି। ଏଥିପାଇଁ ସେମାନଙ୍କୁ ହେଭି ମେକଅପ୍‌ ନେବାକୁ ପଡୁଛି। ଏହା ପ୍ରଭାବରେ ଭୂମିଙ୍କ ଚେହେରା ଖରାପ ହୋଇଯାଇଛି। ତାଙ୍କ ମୁହଁରେ ବହୁତ ଦାଗ ହୋଇଯାଇଥିବା ଏକ ଫଟୋରେ ଦେଖିବାକୁ ମିଳିଛି।

ଏହି ଲୁକ୍‌କୁ ଆସିବା ନିମନ୍ତେ ଭୂମିଙ୍କୁ ୩ ଘଣ୍ଟା ମେକଅପ୍‌ ନେବାକୁ ପଡ଼ୁଛି। ଅତ୍ୟଧିକ ଗରମ ଓ ଅସହ୍ୟ ତାତିରେ ୟୁପିରେ ଶୁଟିଂ ହେଉଥିବାରୁ ଏହା ପ୍ରଭାବରେ ଭୂମିଙ୍କ ଚେହେରାରେ ନାଲି ନାଲି ଚିହ୍ନ ପଡ଼ି ଯାଇଛି। ଏହାସତ୍ତ୍ୱେ ସେ ଶୁଟିଂ ବନ୍ଦ କରି ନାହାନ୍ତି।

ଏହାପରେ ସେ ଡାକ୍ତରଙ୍କ ସହ ପରାମର୍ଶ କରିଥିବା ବେଳେ ଡାକ୍ତର ତାଙ୍କୁ ମୁହଁକୁ ଥଣ୍ଡା ରଖିବାକୁ ଏଲୋଭେରା ଲଗାଇବାକୁ ପରାମର୍ଶ ଦେଇଛନ୍ତି।



from Odisha Reporter http://bit.ly/2DmB9AO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages