ବାରାଣସୀରେ ଏନଡିଏର ଶକ୍ତି ପ୍ରଦର୍ଶନ, ରାହୁଲ ଏବେ ଏକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ବାରାଣସୀରେ ଏନଡିଏର ଶକ୍ତି ପ୍ରଦର୍ଶନ, ରାହୁଲ ଏବେ ଏକା

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରାଣସୀ ଜିଲ୍ଲାପାଳଙ୍କ ଅଫିସକୁ ଯାଇ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ସମୟରେ ଏନଡିଏର ସବୁ ଅଂଶୀଦାର ଦଳର ମୁଖ୍ୟମାନେ ଉପସ୍ଥିତ ରହିଥିଲେ। ରାହୁଲ ଗାନ୍ଧି ନାମାଙ୍କନ ଦାଖଲ କରିବା ସମୟରେ କେବଳ ତାଙ୍କ ପରିବାର ଲୋକ ଏବଂ ଦଳୀୟ ସମର୍ଥକ ରହିଥିଲେ। ହେଲେ ଆଜି ମୋଦିଙ୍କ ନାମାଙ୍କନ ବେଳେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି।

ଆଜି ବାରାଣସୀ ଜିଲ୍ଲାପାଳଙ୍କ ଅଫିସରେ ଶିରୋମଣି ଅକାଳୀ ଦଳର ମୁଖ୍ୟ ପ୍ରକାଶ ସିଂହ ବାଦଲ, ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର, କେନ୍ଦ୍ରମନ୍ତ୍ରୀ ତଥା ଏଲଜେପି ମୁଖ୍ୟ ରାମବିଲାସ ପାଶ୍ୱାନ, ତାମିଲନାଡୁ ଡେପୁଟି ମୁଖ୍ୟମନ୍ତ୍ରୀ ଓ ପନ୍ନିରସେଲଭମ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ଏଜିପି ଓ ଉତ୍ତର ଭାରତ ଡେମୋକ୍ରାଟିକ୍‌ ଆଲିଆନ୍ସର ନେତାମାନେ ଉପସ୍ଥିତ ରହି ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ମୋଦି ଜିଲ୍ଲାପାଳ ଅଫିସରେ ପହଞ୍ଚି ପ୍ରଥମେ ଅମିତ ଶାହ ଓ ରାଜନାଥ ସିଂହଙ୍କୁ ସାକ୍ଷାତ କରିଥିଲେ। ଏହାପରେ ୯୧ ବର୍ଷୀୟ ବାଦଲଙ୍କ ପାଦ ଛୁଇଁ ଆର୍ଶୀବାଦ କାମନା କରିଥିଲେ।

ମୋଦି-ଶାହ ଯୋଡ଼ି ଏଇ କିଛି ମାସ ମଧ୍ୟରେ ସେମାନଙ୍କ ସହଯୋଗୀ ଦଳଗୁଡ଼ିକୁ ମନାଇବାରେ ସକ୍ଷମ ହୋଇଛନ୍ତି। ସେମାନଙ୍କୁ ଆସନ୍ତା ନିର୍ବାଚନ ପାଇଁ ଏକାଠି କରିପାରିଛନ୍ତି। ହେଲେ ରାହୁଲ ଗାନ୍ଧି ମେଣ୍ଟ ପାଇଁ ଗୋଡ଼ ଟେକି ବସିଥିଲେ ହେଁ ସବୁଆଡ଼ୁ ନିରାଶ ହୋଇଛନ୍ତି। ପ୍ରଥମେ ଉତ୍ତର ପ୍ରଦେଶ ପରେ ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶ ଶେଷରେ ଦିଲ୍ଲୀ ଏବଂ ହରିଆଣାରେ ମଧ୍ୟ କଂଗ୍ରେସ ବଡ଼ ଦଳଗୁଡ଼ିକ ସହ ମେଣ୍ଟ କରିପାରି ନାହିଁ।

ବୁଧବାର ବିଜେପି ବାରାଣସୀରେ ରୋଡ୍‌ ଶୋ’ ଜରିଆରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଆଜି ଏନ୍‌ଡିଏ ନିଜର ପରାକ୍ରମ ଦେଖାଇଛି। ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ସହ କେହି ବି ମେଣ୍ଟ କରି ନାହାନ୍ତି। ଅର୍ଥାତ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଅନ୍ୟ ସବୁ ରାଜନୀତିକ ଦଳଗୁଡ଼ିକ ସହ ଲଢ଼େଇ କରିବ। ଏଭଳି ସ୍ଥିତିରେ ଆଜି ବାରାଣସୀରେ ପ୍ରଧାନମନ୍ତ୍ରୀ ତଥା ବିଜେପିର ଷ୍ଟାର ପ୍ରଚାରକ ନରେନ୍ଦ୍ର ମୋଦି ନାମାଙ୍କନ ଦାଖଲ କରିବା ବେଳେ ଏନ୍‌ଡିଏର ଅଂଶୀଦାର ଦଳଗୁଡ଼ିକର ବହୁ ହେଭିୱେଟ୍‌ ସେଠାକୁ ଯାଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।



from Odisha Reporter http://bit.ly/2L6gpUp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages