ମୋଦିଙ୍କ ପାଇଁ ନୀତୀଶ ଚୁପ୍ ! ପ୍ରକାଶ କରିପାରିଲେନି ଇସ୍ତାହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ମୋଦିଙ୍କ ପାଇଁ ନୀତୀଶ ଚୁପ୍ ! ପ୍ରକାଶ କରିପାରିଲେନି ଇସ୍ତାହାର

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ତିନୋଟି ପର୍ଯ୍ୟାୟରେ ୩୦୩ଟି ଆସନ ପାଇଁ ମତଦାନ ସରିଛି। ଚତୁର୍ଥ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ୯ଟି ରାଜ୍ୟରେ ମତଦାନ ହେବ। ଯେଉଁଥିରେ ବିହାରର ୫ଟି ଆସନ ପାଇଁ ଭୋଟ ପଡ଼ିବ। ହେଲେ କୌଣସି କାରଣରୁ ରାଜ୍ୟର ଶାସକ ଦଳ ଜେଡିୟୁ ଚଳିତ ସାଧାରଣ ନିର୍ବାଚନ ପାଇଁ ନିଜର ଘୋଷଣାପତ୍ର ପ୍ରକାଶ କରିପାରି ନାହିଁ। ଚଳିତ ନିର୍ବାଚନରେ ଜେଡିୟୁ ଏନଡିଏରେ ସାମିଲ ହୋଇଥିବାରୁ ବିଜେପିର ଚାପରେ ଜେଡିୟୁ ଘୋଷଣା ପତ୍ର ପ୍ରକାଶ କରିବାରେ ସକ୍ଷମ ହୋଇନଥିବା ଆଲୋଚନା ହେଉଛି।

 

ଇଂରାଜୀ ଖବରକାଗଜ ‘ଦ ଟେଲିଗ୍ରାଫ’ର ରିପୋର୍ଟ ଅନୁଯାୟୀ ବିଜେପି ଜେଡିୟୁକୁ ନିଜ ଘୋଷଣାପତ୍ରରେ ଜମ୍ମୁ କଶ୍ନୀରକୁ ନେଇ ଧାରା ୩୭୦,ରାମ ମନ୍ଦିର ନିର୍ମାଣ, ସମାନ ନାଗରିକ ସଂହିତା ଭଳି ପ୍ରସଙ୍ଗରେ ଜେଡିୟୁ ନିଜ ମତ ପ୍ରକାଶ ନକରୁ ବୋଲି ପ୍ରସ୍ତାବ ଦେଇଥିଲା। ଯାହାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ସବୁବେଳେ ବିଜେପିର ଓଲଟା ମତ ରଖିଥାନ୍ତି। ତେଣୁ ନିର୍ବାଚନ ବେଳେ ଏନଡିଏରେ ଥିବା ଦଳର ମତ ପୃଥକ ପୃଥକ ହେଲେ ତାହା ବିରୋଧୀଙ୍କୁ ସୁହାଇପାରେ। ତେଣୁ ବିଜେପି ଉପରୋକ୍ତ ପ୍ରସଙ୍ଗରେ କିଛି ନ କହିବାକୁ ଜେଡିୟୁ ଉପରେ ଚାପ ପକାଇ ଆସୁଛି।

 

ତେବେ ଜେଡିୟୁ ଏହି ୩ଟି ପ୍ରସଙ୍ଗକୁ ସାମିଲ କରି ଘୋଷଣାପତ୍ର ପ୍ରସ୍ତୁତ କରି ସାରିଛି। ଏପ୍ରିଲ ୧୪ ତାରିଖରେ ଦଳ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବ ବୋଲି କୁହାଯାଇଥିଲା। ହେଲେ କୌଣସି କାରଣରୁ ଏହାକୁ ବାତିଲ କରାଯାଇଥିଲା। ବିହାରରେ ମୋଟ ୪୦ଟି ଲୋକସଭା ଆସନରୁ ବିଜେପି-ଜେଡିୟୁ ୧୭ଟି ଲେଖାଏ ଆସନରେ ନିର୍ବାଚନ ଲଢ଼ୁଛନ୍ତି।

 

ସେପଟେ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟରେ କଂଗ୍ରେସ ସାମିଲ ହୋଇଥିବା ବେଳେ ଆରଜେଡି କିନ୍ତୁ ନିଜର ସ୍ୱତନ୍ତ୍ର ଘୋଷଣାପତ୍ର ଜାରି କରିଛି।



from Odisha Reporter http://bit.ly/2XNcQnp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages