୪ ଜଣଙ୍କୁ ମର୍ଡ଼ର ପଛରେ ଛାତିଥରା କହାଣୀ : ନିଶାରେ ମାତାଲ ହୋଇ ନୃଶଂସ ସାଜିଲା ମଦ୍ୟପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

୪ ଜଣଙ୍କୁ ମର୍ଡ଼ର ପଛରେ ଛାତିଥରା କହାଣୀ : ନିଶାରେ ମାତାଲ ହୋଇ ନୃଶଂସ ସାଜିଲା ମଦ୍ୟପ

ଧର୍ମଗଡ଼(ଇଙ୍ଗିତ୍‌ ପଣ୍ଡା):ନିଶା କେବଳ ନିଶାସକ୍ତଙ୍କ ପାଇଁ ହାନିକାରକ ହୋଇ ନଥାଏ। ନିଶା ମଧ୍ୟ ଅନ୍ୟର ଜୀବନ ନେଇପାରେ। ମଦ ନିଶାରେ ଚୁର୍ ହୋଇ ଜଣେ କେତେ ନୃଶଂସ ହୋଇପାରେ ତାର ଏକ ଦୃଷ୍ଟାନ୍ତ ଏବେ ସାମ୍ନାକୁ ଆସିଛି। କଳାହାଣ୍ଡି ଜୟପାଟଣାରେ ରାସ୍ତା ଉପରେ ପଡ଼ିଥିବା ୪ ଜଣଙ୍କ ମୃତ ଦେହ ଘଟଣାର ପର୍ଦ୍ଦାଫାସ ହୋଇଛି। ଜଣେ ମଦ୍ୟପ ହିଁ ମାତାଲ ହୋଇ ସମ୍ପୃକ୍ତ ୪ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ନିଶାସକ୍ତ ଅବସ୍ଥାରେ ଥିବା ସମ୍ପୃକ୍ତ ବ୍ୟକ୍ତି ୪ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ହତ୍ୟା ଅଭିଯୁକ୍ତକୁ ଗିରଫ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଶନିବାର ରାତିରେ ଜୟପାଟଣାର ପଲ୍‌ସ-ପିପଲଗୁଡା ରାସ୍ତାରୁ ଗୋଟିଏ ଗାଁର ୪ ଜଣଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ମୃତଦେହ ନିକଟରେ ଗୋଟିଏ ବାଇକ୍ ଓ ୨ଟି ସାଇକେଲ ପଡିଥିବା ଦେଖିବାକୁ ମିଳଥିଲା। ୪ ମୃତକ ହେଲେ ସୁଦର ନାଏକ, ଲିଙ୍ଗ ନାଏକ, ନକୁଳ ନାଏକ ଏବଂ ଉପି ଶବର।

ଏମାନେ ସମସ୍ତେ ପଲସ ଗାଁର। କଳାହାଣ୍ଡି ପୁଲିସ୍‌ ଘଟଣାର ପ୍ରାଥମିକ ତଦନ୍ତ ପରେ ଏହା ଜଣେ ମଦ୍ୟପର କାଣ୍ଡ ବୋଲି କହିଛି। ମଦ୍ୟପ ଯତିନ୍ଦ୍ରକୁ ପୁଲିସ ଗିରଫ କରିଛି।



from Odisha Reporter http://bit.ly/2WSUq4s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages