
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଟିକେଟ୍ ନେଇଥିବା ବିଧାୟକ ସୁରେନ୍ଦ୍ର ସେଠୀଙ୍କୁ ହଟହଟା ହେବାକୁ ପଡ଼ିଛି। ୫ଦିନ ପୂର୍ବରୁ ବିଜେଡିରେ ମିଶିଥିବା ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରାଙ୍କୁ ଆଜି ବିଜେଡି ଟିକେଟ୍ ମିଳିଛି। ସେ ଆସନ୍ତାକାଲି ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ଚଳିତ ନିର୍ବାଚନରେ କାକଟପୁର ବିଧାନସଭା ଆସନ ପାଇଁ ସୁରେନ୍ଦ୍ର ସେଠୀଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଥିଲା। ଗତ ଶୁକ୍ରବାର ନିଜର ନାମାଙ୍କନ ପତ୍ର ଦାଖଲ ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଥିଲେ।
କିନ୍ତୁ ନାମାଙ୍କନ ପତ୍ର ଦାଖଲ ନକରିବା ପାଇଁ ଗୁରୁବାର ରାତିରେ ତାଙ୍କୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାକୁ ବିରୋଧ କରି ସୁରେନ୍ଦ୍ରଙ୍କ ସମର୍ଥକମାନେ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିନ୍ତୁ ସେଥିପ୍ରତି ଦୃଷ୍ଟି ନଦେଇ ବିଜେଡି ଆଜି ତୁଷାରକାନ୍ତିଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଟିକେଟ୍ ଦେଇଛି। ସେ ଆସନ୍ତାକାଲି ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ବିଜେଡି ଆଜି ପୂର୍ବାହ୍ନରେ ବାରିପଦା ବିଧାନସଭା ଆସନରୁ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରିଥିବାବେଳେ ବାକିଥିବା ଗୋଟିଏ ଆସନ କେନ୍ଦ୍ରାପଡ଼ା ବିଧାନସଭା ମଣ୍ଡଳୀ ପାଇଁ କାହାରି ନାଁ ଘୋଷଣା କରିନାହିଁ।
from Odisha Reporter http://bit.ly/2I7SCkG
No comments:
Post a Comment