
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇଙ୍କ ବିରୋଧରେ ଆସିଥିବା ଅସଦାରଣ ଅଭିଯୋଗ ‘ଷଡ଼ଯନ୍ତ୍ର’। ଆଜି ଏହି ‘ଷଡ଼ଯନ୍ତ୍ର’ ମାମଲାର ଶୁଣାଣି କରିଛନ୍ତି ଜଷ୍ଟିସ ଅରୁଣ ମିଶ୍ରାଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ। ଜଷ୍ଟିସ୍ ଆର୍ ଏଫ୍ ନରିମନ୍ ଓ ଜଷ୍ଟିସ୍ ଦୀପକ ଗୁପ୍ତା ଏହି ଖଣ୍ଡପୀଠରେ ଅଛନ୍ତି।
ତୃତୀୟ ଥର ପାଇଁ ଜଷ୍ଟିସ ଅରୁଣ ମିଶ୍ରା ଏହି ମାମଲାର ଶୁଣାଣି କରି କହିଛନ୍ତି ଦେଶର ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି ସୁପ୍ରିମକୋର୍ଟର ନ୍ୟାୟ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ଚାହୁଁଛନ୍ତି। ଏହା ବାସ୍ତବରେ ଏକ ଗମ୍ଭୀର ମାମଲା । ଯଦି ସତ ସାମ୍ନାକୁ ଆସିବ ତାହେଲେ ଅନେକ ଲୋକଙ୍କର ମୃତ୍ୟୁ ହୋଇପାରେ ନ ହେଲେ କେହି ମାରି ଦେଇପାରେ। ଏଭଳି ‘ଷଡ଼ଯନ୍ତ୍ର’ ପାଇଁ ସୁପ୍ରିମକୋର୍ଟ ମଧ୍ୟ ମର୍ମାହତ ବୋଲି କହିଛନ୍ତି।
ତେବେ ଷଡ଼ଯନ୍ତ୍ରକାରୀ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଖଣ୍ଡପୀଠ ଜାଣିବାକୁ ପାଇଛି। ଦେଶର ଧନୀ ବ୍ୟକ୍ତି କିମ୍ବା ପ୍ରଭାବଶାଳୀ ବ୍ୟକ୍ତି ସୁପ୍ରିମକୋର୍ଟ ଚଳାଇପାରିବେ ନାହିଁ ବୋଲି ଖଣ୍ଡପୀଠ କଡ଼ା ଭାଷାରେ କହିଛନ୍ତି।
ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଗୋଗୋଇଙ୍କ ବିରୋଧରେ ଜଣେ ପୂର୍ବତନ ମହିଳା କର୍ମଚାରୀ ଅସଦାଚରଣ ଅଭିଯୋଗ ଆଣିଥିଲେ। ପରେ ଏହି ଅଭିଯୋଗକୁ ‘ଷଡ଼ଯନ୍ତ୍ର’ ବୋଲି ଆଇନଜୀବୀ ଉତ୍ସବ ବେନ୍ସ କହିଥିଲେ। ଏ ନେଇ ସେ ଗତକାଲି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ଆଜି ମଧ୍ୟ ଏହି ‘ଷଡ଼ଯନ୍ତ୍ର’ ମାମଲାର ଅଧିକ ତଥ୍ୟ ଏକ ବନ୍ଦ ଲଫାଫାରେ ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ଦର୍ଶାଇବାପରେ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି।
ତେବେ ଖଣ୍ଡପୀଠ ଶୁଣାଇଥିବା ରାୟକୁ ନେଇ ଆପତ୍ତି ଉଠାଇଥିଲେ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ। ପ୍ରଧାନ ବିଚାରପତିଙ୍କୁ ବଞ୍ଚାଇବା ପାଇଁ ଏପରି ‘ଷଡ଼ଯନ୍ତ୍ର’ ମାମଲାର ଶୁଣାଣି କରାଯାଇ ମାମଲାକୁ ପ୍ରଭାବିତ କରିବାକୁ ଚେଷ୍ଟା ହେଉଥିବା ଆଇନଜୀବୀ ଇନ୍ଦିରା ଜୟସିଂହା କୋର୍ଟରେ ପକ୍ଷ ରଖି କହିଥିଲେ।
ତେବେ ଏହାକୁ ଖାରଜ କରିଥିଲେ ଜଷ୍ଟିସ ଅରୁଣ ମିଶ୍ରାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ। ସେ କହିଥିଲେ ଅସଦାଚରଣ ମାମଲା ଏବଂ ଏହି ‘ଷଡ଼ଯନ୍ତ୍ର’ ମାମଲା ଦୁଇଟି ଅଲଗା ଏବଂ ଏଗୁଡ଼ିକର ଅଲଗା ଅଲଗା ଶୁଣାଣି ଖଣ୍ଡପୀଠ କରୁଛନ୍ତି। ଦେଶର ନ୍ୟାୟିକ ପ୍ରକ୍ରିୟା ଏବଂ ସର୍ବସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିରପେକ୍ଷ ଶୁଣାଣି ହେଉଛି। କୌଣସି ବ୍ୟକ୍ତି ଖଣ୍ଡପୀଠକୁ ପ୍ରଭାବିତ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜଷ୍ଟିସ ଅରୁଣ ମିଶ୍ରା।
ସଲିସିଟର ଜେନେରାଲ (ଆଟର୍ଣ୍ଣି ଜେନେରଲାଙ୍କ ସହଯୋଗୀ) ତୁଷାର ମେହତା ‘ଷଡ଼ଯନ୍ତ୍ର’ ମାମଲାରେ ଏସଆଇଟି କମିଟି ଗଠନ ପାଇଁ ପରାମର୍ଶ ଦେଇଥିଲେ। ହେଲେ ଆଇନଜୀବୀ ଇନ୍ଦିରା ଜୟସିଂହ ନ୍ୟାୟିକ ତଦନ୍ତ ପାଇଁ ଖଣ୍ଡପୀଠ ନିକଟରେ ଅନୁରୋଧ କରିଥିଲେ।
ପରେ ଖଣ୍ଡପୀଠ କହିଛନ୍ତି ଅଭିଯୋଗ ଆଣିଥିବା ସୁପ୍ରିମକୋର୍ଟର ପୂର୍ବତନ କର୍ମଚାରୀ ଜଣଙ୍କର ସମ୍ପର୍କୀୟ ବେଲି ଷଡ଼ଯନ୍ତ୍ରକାରୀ ଦାବି କରୁଛନ୍ତି। ମହିଳା ଜଣଙ୍କ ଅଭିଯୋଗ ଆଣିବା ପୂର୍ବରୁ ଆଇନଜୀବୀ ଉତ୍ସବ ବେନ୍ସଙ୍କୁ ଯୋଗାଯୋଗ କରିଥିଲେ। ଷଡ଼ଯନ୍ତ୍ରକାରୀ ଚିହ୍ନଟ ହୋଇନଥିବା ବେଳେ ଏହି ଘଟଣାର ସତ୍ୟାସତ୍ୟ କୋର୍ଟ ଜାଣିବା ଦରକାର ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଆଇନଜୀବୀ ଉତ୍ସବ ବେନ୍ସଙ୍କୁ ଜଣେ ଅଜଣା ବ୍ୟକ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିବା ପାଇଁ ଯୋଗାଯୋଗ କରିଥିଲେ। ଏଥିପାଇଁ ପ୍ରେସ କ୍ଲବ ଅଫ ଇଣ୍ଡିଆରେ ସାମ୍ବାଦିକ ସମ୍ମିଳନୀ କରିବାକୁ ସର୍ତ୍ତ ରଖିଥିଲେ। ଉପହାର ସ୍ୱରୂପ ଦେଢ଼ କୋଟି ଟଙ୍କା ଦେବେ ବୋଲି କହିଥିଲେ। ଯାହାକୁ ସୁପ୍ରିମକୋର୍ଟରେ ସତ୍ୟପାଠରେ ଦର୍ଶାଇଛନ୍ତି ଆଇନଜୀବୀ ଉତ୍ସବ। ତେବେ ଉତ୍ସବ ଏପରି ଅଭିଯୋଗ ଆଣିବାକୁ ରାଜି ହୋଇନଥିଲେ। ପରେ ମହିଳା ଜଣଙ୍କ ପ୍ରଧାନ ବିଚାରପତିଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ।
from Odisha Reporter http://bit.ly/2W67oeW
No comments:
Post a Comment