
ଥିରୁଅନନ୍ତପୁରମ୍: ଦେଶରେ ଏବେ ଲୋକସଭା ନିର୍ବାଚନ ଚାଲିଛି। ଖରା ତାତିଠାରୁ ନିର୍ବାଚନ ତାତି ଏବେ ସବୁଠି ବଢ଼ିବାରେ ଲାଗିଛି। ଏହି ସମୟରେ ଲୋକମାନେ ମଧ୍ୟ ବିଭିନ୍ନ ଦଳକୁ ସମର୍ଥନ କରିବା ସହ ସେମାନଙ୍କ ମଧ୍ୟରେ ନିର୍ବାଚନୀ ଭେଦଭାବ ଦେଖାଦେଉଛି। ତେବେ ଆପଣ ସୋଶାଲ୍ ମିଡିଆରେ ଏବେ ଭାଇରାଲ୍ ହେଉଥିବା ଏହି ଫଟୋକୁ ଦେଖିଥିବେ। ଯେଉଁଥିରେ କିଛି ସାଙ୍ଗ ବିଭିନ୍ନ ଦଳର ପତାକା ଧରି ଏକ କାର୍ରେ ବେଶ୍ ମଜା କରି ଯାଉଛନ୍ତି।
ଚଳିତ ଲୋକସଭା ନିର୍ବାଚନର ଏହା ସବୁଠୁ ବେଷ୍ଟ ଫଟୋ ବୋଲି ସୋଶାଲ୍ ମିଡିଆରେ ମଧ୍ୟ ବହୁତ ସକରାତ୍ମକ ବାର୍ତ୍ତା ଦେଖିବାକୁ ମିଳୁଛି।
Absolutely.
Kerala rockshttps://t.co/c2lY44eDR0
— Rema Rajeshwari IPS (@rama_rajeswari) April 24, 2019
ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଏହି ଫଟୋଟି କେରଳର। ଯେଉଁଠି ‘ଭଏସ୍ ଫର୍ ସାଉଥ୍ ଇଣ୍ଡିଆ’ (Voice for south india) ନାମକ ଏକ ଫେସ୍ବୁକ୍ ପେଜ୍ରୁ ଏହାକୁ ବହୁମାତ୍ରାରେ ସେୟାର୍ କରାଯାଉଛି।
ସୋଶାଲ୍ ମିଡିଆରେ ଏହି ଫଟୋକୁ ନେଇ ଭଲ ପ୍ରତିକ୍ରିୟା ଆସିବା ସହ ସମସ୍ତେ ଏହାକୁ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି। ଫଟୋରେ ଗୋଟେ କାର୍ରେ କେତେକ ସାଙ୍ଗ ବିଭିନ୍ନ ରାଜନୈତିକ ଦଳର ପତାକା ଧରି ବସିଥିବା ଆପଣ ଦେଖିବାକୁ ପାଉଛନ୍ତି। ଯେଉଁଥିରେ କଂଗ୍ରେସ୍, ବିଜେପି ଏବଂ ସିପିଆଇର ପତାକା ରହିଛି।
Beautiful. End of the day friendship and relationship matters and these political differences shld not come btwn it! https://t.co/ymmw7jPULP
— ashwath (@ash7k) April 23, 2019
ଏହି ଫଟୋ ଏକ ଭଲ ବାର୍ତ୍ତା ମଧ୍ୟ ଦେଉଛି। ବନ୍ଧୁତାକୁ କୌଣସି ରାଜନୈତିକ ଦଳ ପ୍ରଭାବିତ କରିପାରିବ ନାହିଁ ବୋଲି ଏହି ଫଟୋରୁ ବାର୍ତ୍ତା ଆସୁଛି। କାରଣ ଏବେ ରାଜନୀତି ପାଇଁ ପରିବାର ମଧ୍ୟ ଭାଗ ଭାଗ ହେଇଯିବାର ଆମେ ଦେଖିଛୁ। ଯେଉଁଠି ପରିବାରରେ ଭାଇ ଭଉଣୀ, ବାପା ପୁଅଙ୍କ ଭିତରେ କନ୍ଦଳ ସୃଷ୍ଟି ହେଉଛି, ସେଠି କିନ୍ତୁ ବନ୍ଧୁତାକୁ କୌଣସି ଦଳ ପ୍ରଭାବିତ କରିପାରିବ ନାହିଁ ବୋଲି ଏହି ଫଟୋ ସୂଚାଇ ଦେଉଛି।
from Odisha Reporter http://bit.ly/2DzKUMa
No comments:
Post a Comment