ଏପରି ବିବାହ, ଯେଉଁଠି ଯୌତୁକରେ ଦିଆଯାଏ ୨୧ ବିଷାକ୍ତ ସାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ଏପରି ବିବାହ, ଯେଉଁଠି ଯୌତୁକରେ ଦିଆଯାଏ ୨୧ ବିଷାକ୍ତ ସାପ

ଭୋପାଲ :  ଆମ ଦେଶରେ ବିବାହ ସମୟରେ ଭିନ୍ନ ଭିନ୍ନ ପ୍ରଥା, ପରମ୍ପରା ପ୍ରଚଳିତ ହୁଏ। ହେଲେ ପ୍ରାୟତଃ ସବୁ ଜାଗାରେ ଝିଅ ବିଦା ହେବା ସମୟରେ ତାକୁ ଯୌତୁକ ଦିଆଯାଇଥାଏ।  ଆପଣ କେବେ ଏପରି ଶୁଣିଛନ୍ତି କି, ଯୌତୁକରେ ପିତା ଘରୁ ଝିଅ ବିଷାକ୍ତ ସାପ ନେଇ ଶାଶୁ ଘର ଯାଇଥାଏ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୁରା ସତ।

ମଧ୍ୟପ୍ରଦେଶର ଗୈରିୟା ସମୁଦାୟରେ ଏହି ପ୍ରଥା ବେଶ୍‌ ପ୍ରଚଳିତ। ଏଠାରେ କନ୍ୟା ପିତା ବିବାହ ସମୟରେ ନିଜ ଜ୍ୱାଇଁଙ୍କୁ ୨୧ଟି  ବିଷାକ୍ତ ସାପ ଦେଇଥାନ୍ତି। ଏଠାରେ ଏହି ପରମ୍ପର ବର୍ଷ ବର୍ଷ ଧରି ଚାଲୁ ରହିଛି। ଏଠାକାର ଲୋକଙ୍କ ମନରେ ଧାରଣା ରହିଛି ଯେ, ବିବାହ ସମୟରେ ଯଦି କୌଣସି ବ୍ୟକ୍ତି ନିଜ ଝିଅଙ୍କୁ ଯୌତୁକ ହିସାବରେ ସାପ ନ ଦିଅନ୍ତି, ତା ହେଲେ ତାଙ୍କ ଝିଅଙ୍କ ବିବାହ ବେଶି ଦିନ ତିଷ୍ଠି ପାରି ନ ଥାଏ।

ବିବାହ ସ୍ଥିର ହେବା ମାତ୍ରେ ଝିଅର ବାପା ଜ୍ୱାଇଁଙ୍କୁ ଯୌତୁକ ହିସାବରେ ସାପ ଦେବା ଲାଗି ଏହାକୁ ଧରିବା ଆରମ୍ଭ କରି ଦିଅନ୍ତି। ଏହି ସମ୍ପ୍ରଦାୟର ଛୋଟ ପିଲାଙ୍କ ମଧ୍ୟ ଏହି ସାପକୁ ଡ଼ର ଲାଗେ ନାହିଁ।

ଗୈରିୟା ସମ୍ପ୍ରଦାୟର କୌଳିକ ବୃତ୍ତି ହେଉଛି ସାପ ଧରିବା। ଏହି ସାପ ଖେଳ ଲୋକଙ୍କୁ ଦେଖାଇ ସେମାନେ ରୋଜଗାର କରୁଥିବା ଟଙ୍କାରେ ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି। ବ୍ୟକ୍ତିଜଣକ ନିଜ ଜ୍ୱାଇଁଙ୍କୁ ସାପ ଏଥିପାଇଁ ଦେଇଥାନ୍ତି, କାରଣ ଏହି ସାପ ଖେଳ ଦେଖାଇ ସେ ନିଜ ପରିବାର ପେଟ ପୋଷି ପାରିବ।

ସାପଙ୍କୁ ସୁରକ୍ଷିତ ଭାବେ ରଖିବା ନିମନ୍ତେ ମଧ୍ୟ ଏଠାରେ କଡ଼ା ନିୟମ ରହିଛି। ଯଦି ସାପ ରହିଥିବା ପେଟି ଭିତରେ ମରିଯାଏ, ତାହା ହେଲେ ସମଗ୍ର ପରିବାର ଲୋକେ ଶୁଦ୍ଦିକ୍ରିୟା କରିଥାନ୍ତି। ସମସ୍ତେ ଲଣ୍ଡା ହୋଇଥାନ୍ତି। ଏହାବ୍ୟତୀତ ନିଜ ସମ୍ପ୍ରଦାୟ ଲୋକଙ୍କ ଲାଗି ଭୋଜିଭାତର ଆୟୋଜନ ମଧ୍ୟ କରିଥାନ୍ତି।



from Odisha Reporter http://bit.ly/2GDDp9a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages