ନିଯୁକ୍ତି ସହ ବକେୟା ପ୍ରଦାନ ଦାବିରେ ପେପର ମିଲ କର୍ମଚାରୀଙ୍କ ଧାରଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ନିଯୁକ୍ତି ସହ ବକେୟା ପ୍ରଦାନ ଦାବିରେ ପେପର ମିଲ କର୍ମଚାରୀଙ୍କ ଧାରଣା

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି):ଟିଟିଲାଗଡ଼ ବ୍ଲକ୍ ବିଜେପୁର ନିକଟରେ ଥିବା ପେପର ମିଲରେ କର୍ମଚାରୀମାନେ ଧାରଣାରେ ବସିଛନ୍ତି। ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସହ ବକେୟା ପ୍ରଦାନ ଦାବିରେ ସେମାନେ ଆନ୍ଦୋଳନ କରିଛନ୍ତି।

ପେପର ମିଲ୍ ସାମ୍ନାରେ କମ୍ପାନୀର ପୂର୍ବତନ କର୍ମଚାରୀ ଓ ସ୍ଥାନୀୟ ଲୋକେ ଧାରଣାରେ ବସିଛନ୍ତି। କମ୍ପାନୀ ପୂର୍ବରୁ ଠିକଠାକ୍ ଚାଲୁଥିବାବେଳେ ପରିଚାଳନାଗତ ତ୍ରୁଟି ଯୋଗୁ କମ୍ପାନୀ ବନ୍ଦ ହୋଇଥିଲା। ତେବେ କମ୍ପାନୀ କାର୍ଯ୍ୟକ୍ଷମ ସମୟରେ କାର୍ଯ୍ୟରତ ଶ୍ରମିକଙ୍କ ଦରମା ଓ ଅନ୍ୟାନ୍ୟ ଭତ୍ତା ବକେୟା ଥିବାରୁ ଏହାକୁ ପ୍ରଦାନ କରିବାକୁ ଶ୍ରମିକମାନେ ଦାବି କରିଛନ୍ତି।

ଏବେ ପେପର ମିଲ୍‌ ବିକ୍ରି ହୋଇଯାଇଥିବାବେଳେ ବାହାରୁ ଶ୍ରମିକ ଆସି ଏହାକୁ ଚଳାଇବାକୁ ଉଦ୍ୟମ ଚାଲିଛି। ଏହାକୁ ସ୍ଥାନୀୟ ଶ୍ରମିକ ବିରୋଧ କରିବା ସହ ସେମାନେ ନିଯୁକ୍ତି ଦାବି କରିଛନ୍ତି।



from Odisha Reporter http://bit.ly/2UA7iuA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages