କଳାକାରଙ୍କୁ ଭିନ୍ନ ଲୁକ୍‌ ଦେଉଛି ପ୍ରୋସ୍ତେଟିକ୍‌ ମେକଅପ୍‌, ଜାଣିଛନ୍ତି ଏହା କ’ଣ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

କଳାକାରଙ୍କୁ ଭିନ୍ନ ଲୁକ୍‌ ଦେଉଛି ପ୍ରୋସ୍ତେଟିକ୍‌ ମେକଅପ୍‌, ଜାଣିଛନ୍ତି ଏହା କ’ଣ ?

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) :  ଇଦ୍‌ରେ ରିଲିଜ ହେବାକୁ ଥିବା ଫିଲ୍ମ ‘ ଭାରତ’ ରେ ସଲମାନଙ୍କ ହିରୋଇନ ହୋଇଛନ୍ତି କ୍ୟାଟ୍ରିନା କେଫ। ଫିଲ୍ମର ଟ୍ରେଲର ରିଲିଜ ହୋଇ ସାରିଥିବା ବେଳେ ଏଥିରେ କ୍ୟାଟ୍ରିନା ଜଣେ ବୟସ୍କା ମହିଳାଙ୍କ ଭୂମିକାରେ ନଜର ଆସିବେ। ଏଥିପାଇଁ ତାଙ୍କୁ ତ୍ୱଚା ଉପରେ ବହୁତ ପରିଶ୍ରମ କରିବାକୁ ପଡ଼ିଛି। ଏହି ଫିଲ୍ମରେ ତାଙ୍କ ଲୁକ୍‌ରେ ପରିବର୍ତ୍ତନ ଆଣିବାକୁ ପ୍ରୋସ୍ତେଟିକ୍‌ ମେକଅପ୍‌ର ସାହାରା ନିଆଯାଇଛି।

ଦୀପିକା ନିଜ ଅପ କମିଙ୍ଗ ଫିଲ୍ମ ‘ଛପାକ’ ରେ ଏସିଡ଼ ସରଭାଇଭର ଲକ୍ଷ୍ମୀ ଅଗ୍ରୱାଲାଙ୍କ ଲୁକ୍‌ରେ ନଜର ଆସିବେ। କାହାଣୀ ଅନୁଯାୟୀ ଚରିତ୍ରକୁ ଜୀବନ୍ତ କରିବା ଲାଗି ସେ ମଧ୍ୟ ଏହି ମେକଅପର ସାହାରା ନେଇଛନ୍ତି।

ଏହା ପୂର୍ବରୁ ମଧ୍ୟ ବହୁ ଫିଲ୍ମରେ କ୍ୟାରେକ୍ଟରଙ୍କୁ ଜୀବନ୍ତ ରୂପ ଦେବା ଲାଗି ଏହି ମେକଅପ୍‌କର ସାହାଯ୍ୟ ନିଆଯାଇଛି। ଏହାଦ୍ୱାରା କଳାକାର କାହାଣୀର ଆବଶ୍ୟକତା ଅନୁଯାୟୀ କମ୍‌ କିମ୍ୱା ଅଧିକ ବୟସ୍କ ଲାଗିଥାନ୍ତି। ଏହା ପୂର୍ବରୁ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ପା’, ହ୍ରିତିକ ରୋଶନଙ୍କ ଫିଲ୍ମ ‘ଧୁମ-୨’, ଶାହାରୁଖଙ୍କ ‘ଫ୍ୟାନ’, କମଲ ହସନଙ୍କ ‘ଚାଚି-୪୨୦’, ରଣବୀର କପୁରଙ୍କ ‘ବର୍ଫି’ ଆଦି ଫିଲ୍ମରେ ମଧ୍ୟ ବଳାକାରଙ୍କୁ ଏହି ମେକଅପ୍‌ ଦିଆଯାଇଛି।

ଆସନ୍ତୁ ଜାଣିବା କ’ଣ ଏହି ପ୍ରୋସ୍ତେଟିକ୍‌ ମେକଅପ୍‌

ଏହି ମେକଅପ୍‌ ଏପରି ଏକ କୌଶଳ, ଯେଉଁଥିରେ ଚେହେରାକୁ କସମେଟିକ୍‌ ଆଫେକ୍ଟ ଦିଆଯାଇଥାଏ। ଏଥିରେ ବହୁ ମାତ୍ରାରେ ସିଲିକନ୍‌ ରବରର ପ୍ରୟୋଗ ହୋଇଥାଏ। ଯାହା ସାହାଯ୍ୟରେ ମେକଅପ୍‌ ହୋଇଥାଏ। ଏହାର ବ୍ୟବହାର ଯେକୌଣସି ଚରିତ୍ରକୁ କମ୍‌ ବୟସ୍କ କିମ୍ୱା ଅଧିକ ବୟସ୍କ କିମ୍ୱା ଅଲଗା ରୂପ ଦେବାକୁ ଉଦ୍ଦିଷ୍ଟ ହୋଇଥାଏ।

ମେକଅପ୍‌ କରିବାକୁ ଲାଗିଥାଏ ୬ରୁ ୧୦ ଘଣ୍ଟା

ପ୍ରୋସ୍ତେଟିକ୍‌ ମେକଅପ୍‌ କରିବାକୁ ଅତି କମ୍‌ରେ ଲାଗିଥାଏ ୬ରୁ ୧୦ ଘଣ୍ଟା। ଏହି ମେକଅପ୍‌ ବାହାର କରିବାକୁ ମଧ୍ୟ ବହୁତ ଝାଳ ବୁହାଇବାକୁ ପଡ଼ିଥାଏ। ଏଥିନିମନ୍ତେ ମଧ୍ୟ ଘଣ୍ଟେରୁ ଅଧିକ ସମୟ ଲାଗିଥାଏ। ସାମାନ୍ୟ ମେକଅପ୍‌ କରୁଥିବା ଆର୍ଟିଷ୍ଟଙ୍କ ତୁଳନାରେ ଫିଲ୍ମି ଦୁନିଆରେ ଏହି ଆର୍ଟିଷ୍ଟଙ୍କ ଚାହିଦା ଅଧିକ। ଚରିତ୍ରକୁ ରିୟଲ ଲୁକ୍‌ ଦେବାକୁ ଏହି ଲୁକ୍‌ର ସାହାଯ୍ୟ ନିଆଯାଇଥାଏ। ଏହି ମେକଅପ୍‌ ନେଇଥିବା ଯେ କୌଣସି ଆକ୍ଟରକୁ ଚିହ୍ନିବା କାଠିକର ପାଠ ହୋଇପଡ଼େ।



from Odisha Reporter http://bit.ly/2ZFnG0Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages