କନ୍ଧମାଳରେ ଲାଲ୍ ତାଣ୍ଡବ, ଠିକାଦାରଙ୍କୁ ଗୁଳି କରି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

କନ୍ଧମାଳରେ ଲାଲ୍ ତାଣ୍ଡବ, ଠିକାଦାରଙ୍କୁ ଗୁଳି କରି ହତ୍ୟା

naxal

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କେଲେରପଙ୍ଗା ଗାଁରେ ନକ୍ସଲମାନେ ଜଣେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ନାଁ କୈଳାସ ଦିଗଲ୍‌ (୪୦)।

ଗତକାଲି ବିଳମ୍ବିତ ରାତିରେ ନକ୍ସଲମାନେ ତାଙ୍କୁ ଘରୁ ଡାକି ନେଇଥିଲେ। ଗାଁ ମୁଣ୍ଡରେ ନକ୍ସଲମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ମାରିବା ପୂର୍ବରୁ ତାଙ୍କ ହାତ ବାନ୍ଧି ଦିଆଯାଇଥିଲା। ଘଟଣାସ୍ଥଳରେ କିଛି ନକ୍ସଲ ପୋଷ୍ଟର ପଡ଼ିଥିଲା।

ନକ୍ସଲମାନେ ତାଙ୍କୁ ନିର୍ବାଚନ ପାଇଁ ହତ୍ୟା କଲେ ନା ଏହା ପଛରେ ଆଉ କିଛି କାରଣ ଅଛି, ତାହା ଜଣାପଡ଼ିନି।

ରାଜ୍ୟରେ ନିର୍ବାଚନ ଚାଲିଥିବା ବେଳେ କନ୍ଧମାଳରେ ଏହା ହେଉଛି ନକ୍ସଲଙ୍କର ଦ୍ୱିତୀୟ ହତ୍ୟାକାଣ୍ଡ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ଦିନକ ପୂର୍ବରୁ ଅର୍ଥାତ୍ ଏପ୍ରିଲ୍ ୧୭ ତାରିଖରେ ଜିଲ୍ଲାର ଗୋଛାପଡ଼ା ଥାନା ବାରାଲା ଗାଁ ନିକଟରେ ନକ୍ସଲମାନେ ଜଣେ ମହିଳା ପୋଲିଂ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ତାଙ୍କ ନାଁ ସଂଯୁକ୍ତା ଦିଗଲ୍‌। ସେ ଗ୍ରାମ ରୋଜଗାର ସେବିକା ଭାବେ କାର୍ଯ୍ୟ କରୁଥିଲେ।  ସଂଯୁକ୍ତା ଓ ଅନ୍ୟ ୩ ପୋଲିଂ କର୍ମଚାରୀଙ୍କୁ ନେଇ ଯାଉଥିବା ଗାଡ଼ି ଆଗରେ ନକ୍ସଲମାନେ ପ୍ରଥମେ ବିସ୍ଫୋରଣ କରିଥିଲେ। ବିସ୍ଫୋରଣ ପରେ ଡ୍ରାଇଭର ଗାଡ଼ିକୁ ପଛକୁ ଫେରାଇ ନେବାକୁ ପ୍ରୟାସ କରୁଥିବା ବେଳେ ସେମାନେ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ସଂଯୁକ୍ତାଙ୍କ ମୃତ୍ୟୁ ହୋଇଥିଲା। ସେହିଦିନ ଜିଲ୍ଲାର ଫିରିଙ୍ଗିଆ ଥାନା ଅଞ୍ଚଳରେ ନକ୍ସଲମାନେ ଏକ ପୋଲିଂ ପାର୍ଟିର ଗାଡ଼ିକୁ ଜାଳି ଦେଇଥିଲେ।



from Odisha Reporter http://bit.ly/2VxmtJA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages