
ଥିରୁଭନନ୍ତପୁରମ୍: କେରଳ ପୁଲିସ୍ ଏଭଳି ୪ ଜଣଙ୍କୁ ଗିରଫ କରିଛି ଯେଉଁମାନେ ନିଜ ନିଜର ଯୌନ କ୍ଷୁଧା ମେଣ୍ଟାଇବା ପାଇଁ ପରସ୍ପର ମଧ୍ୟରେ ସ୍ତ୍ରୀ ଅଦଳ ବଦଳ କରୁଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ପତ୍ନୀ ପ୍ରଥମେ ଅଭିଯୋଗ ଆଣିଥିଲେ ଯେ, ତାଙ୍କ ସ୍ୱାମୀ ପର ପୁରୁଷଙ୍କ ସହିତ ସମ୍ପର୍କ ରକ୍ଷା କରିବାକୁ ବାଧ୍ୟ କରୁଛନ୍ତି। ଏହାପରେ ଏଭଳି କାଣ୍ଡ ବାବଦରେ ଖୁଲାସା କରିଛି କେରଳ ପୁଲିସ୍।
ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ଗତ ବର୍ଷ ମାର୍ଚ୍ଚ ମାସରେ ଏଭଳି ସ୍ତ୍ରୀ ବଦଳ ଖେଳ ଆରମ୍ଭ ହୋଇଥିଲା। ଏହି ମାର୍ଚ୍ଚ ମାସରେ ହିଁ କାଲିକଟ୍ ବାସିନ୍ଦା ଅର୍ଶାଦ୍ ନାମକ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିବାକୁ ପୀଡ଼ିତାଙ୍କୁ ତାଙ୍କ ସ୍ୱାମୀ ବାଧ୍ୟ କରିଥିଲେ। ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ପୀଡ଼ିତାଙ୍କ ସ୍ୱାମୀ ସୋଶାଲ ମିଡିଆ ଆପ୍ ଶେୟାରଚାଟ୍ ଜରିଆରେ ଅର୍ଶାଦ୍ଙ୍କୁ ଯୋଗାଯୋଗ କରିଥିଲେ।
ଏହିଁ ଆପ୍ ହ୍ୱାଟ୍ସଆପ୍ ଏବଂ ଫେସବୁକ୍ ମେସେଞ୍ଜର ପରି ହୋଇଥିଲେ ମଧ୍ୟ ଏହି ଦୁଇ ଆପ୍ଲିକେସନ୍ ପରି ଏଥିରେ ପରସ୍ପର ବାବଦରେ କିଛି ଜାଣି ହୁଏନି। ଏଥିରେ ସେମାନେ କେବଳ ସମୟ, ସ୍ଥାନ ଏବଂ ତାରିଖ ଠିକ୍ କରିଥିଲେ। ତଦନ୍ତ ସମୟରେ ପୁଲିସ୍ ଜାଣିବାକୁ ପାଇଥିଲା ସେ ବିଭିନ୍ନ ପୁରୁଷଙ୍କ ସହିତ ସମ୍ପର୍କ ରଖିବାକୁ ତାଙ୍କ ସ୍ୱାମୀ ବାଧ୍ୟ କରିଥିଲେ। ସେମାନଙ୍କ ନାମରେ ଦଫା ୩୬୬ ଲଗାଇ ଗିରଫ କରାଯାଇଛି। ସେମାନେ ନିଜର ଇଚ୍ଛା ପୂରଣ ପାଇଁ ପତ୍ନୀଙ୍କୁ ଅନ୍ୟ ସହ ଯୌନ ସମ୍ପର୍କ ପାଇଁ ବାଧ୍ୟ କରିବା ଅପରାଧରେ ଗିରଫ ହୋଇଛନ୍ତି।
from Odisha Reporter http://bit.ly/2IQzmZs
No comments:
Post a Comment