ପୁଲିସ୍‌କୁ ଧମକ ଦେଲେ ବିଜେପି ନେତା, ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ପୁଲିସ୍‌କୁ ଧମକ ଦେଲେ ବିଜେପି ନେତା, ମାମଲା ରୁଜୁ

କାନପୁର: ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପିର ଜଣେ ନେତା ସର୍ବସମ୍ମୁଖରେ ନିଜର ଦାଦାଗିରି ପ୍ରଦର୍ଶନ କରିଛନ୍ତି। ଗତକାଲି ଉତ୍ତର ପ୍ରଦେଶର କାନପୁର ଠାରେ ଭୋଟ ହେଉଥିଲା। ଏହି ସମୟରେ ବିଜେପି ନେତା ଜଣଙ୍କ ପୁଲିସ୍‌ ଅଧିକାରୀଙ୍କୁ ଖୋଲାଖୋଲି ଧମକ ଦେଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ଉକ୍ତ ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଏହି ବିଜେପି ନେତାଙ୍କ ନାଁ ସୁରେଶ ଅବସ୍ତୀ। ସେ ପୁଲିସ୍‌ ଅଧିକାରୀଙ୍କୁ କହିଥିଲେ ଯେ “ମୁଁ ତୁମକୁ ଆସନ୍ତାକାଲି ଦେଖିନେବି। ତୁମେ ମୋ ହିଟ୍‌ଲିଷ୍ଟର ଅଛ।” କାନପୁରର ଏକ ବୁଥ୍‌ରେ ବିଜେପିର ଜଣେ ଏଜେଣ୍ଟ ଭୁଲ ସ୍ଥାନରେ ବସିଥିବାରୁ ପୁଲିସ୍‌ ଅଧିକାରୀ ଜଣଙ୍କ ତାଙ୍କୁ ଅନ୍ୟତ୍ର ବସିବାକୁ କହିଥିଲେ। ବାସ୍‌ ଏତିକି କଥାରେ ସୁରେଶ ନିଜର ଦବଙ୍ଗଗିରି ଦେଖାଇଥିଲେ।

ଭାଇରାଲ୍‌ ହୋଇଥିବା ଭିଡିଓରେ ସୁରେଶ ପୁଲିସ୍‌ ଅଧିକାରୀଙ୍କୁ ନାଲି ଆଖି ଦେଖାଇ ଧମକ ଦେଉଛନ୍ତି। ପୁଲିସ୍‌ ଅଧିକାରୀ ଜଣଙ୍କ ଏଥିରେ ନ ଡରି “ଆପଣଙ୍କ ଯାହା କରିବାର ଅଛି କରନ୍ତୁ’ ବୋଲି କହୁଥିବା ଶୁଣିବାକୁ ମିଳୁଛି। ଏହି ସମୟରେ ମେୟର ପ୍ରମିଳା ପାଣ୍ଡେ ଏବଂ ଅନ୍ୟ ବିଜେପି ନେତାମାନେ ଉପସ୍ଥିତ ରହି ସୁରେଶଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ପୁଲିସ୍‌ ଅଧିକାରୀଙ୍କୁ ବାରମ୍ବାର ଧମକ ଦେଇ ଚାଲିଥିଲେ।



from Odisha Reporter http://bit.ly/2vtrTXB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages