ଅନାଥ ହୋଇପଡ଼ିଛି ଅନୁଭବଙ୍କ ପୋଷ୍ୟ ଗାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ଅନାଥ ହୋଇପଡ଼ିଛି ଅନୁଭବଙ୍କ ପୋଷ୍ୟ ଗାଁ

village

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ସହର ଉପକଣ୍ଠରେ ଅଛି ଜରିପଡ଼ା ଗାଁ। ଏହି ଗାଁକୁ ‘ପୋଷ୍ୟ ଗ୍ରାମ’ ଭାବେ ଗ୍ରହଣ କରିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେଡିର କେନ୍ଦ୍ରପଡ଼ା ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି। ତେବେ ଗଲା ୫ ବର୍ଷରେ ଗାଁଟି କେତେ ଉନ୍ନତି କରିଛି, ତା’ର ନମୁନା ଆପଣ ଗାଁରେ ପଶୁ ପଶୁ ଜାଣିପାରିବେ।

ଗାଁକୁ ପ୍ରବେଶ କରିବାକୁ ହେଲେ ଏକ କେନାଲ୍ ପାର ହେବାକୁ ପଡ଼େ। ଏ କେନାଲ୍ ଉପରେ ଯେଉଁ ପୋଲଟି ଅଛି, ତାହା ବହୁତ ପୁରୁଣା ହୋଇଗଲାଣି। ନୂଆ ପୋଲ କାମ ଚାଲିଛି। ତେବେ ୪ ବର୍ଷ ହେଲା କାମ ସରୁନି। ଆଉ ଗାଁକୁ ଥିବା ରାସ୍ତାଟିର ଅବସ୍ଥା ନ କହିଲେ ଭଲ। ୫ ଫୁଟ୍ ଓସାରର ଏହି ମାଟି ରାସ୍ତାରେ ଗୋଟିଏ ପଟୁ ଗାଡ଼ି ଆସୁଥିଲେ ଅପରପକ୍ଷରୁ ଆସୁଥିବା ଗାଡ଼ି ତାକୁ ଅତିକ୍ରମ କରି ଯିବା ଭାରି ମୁସ୍କିଲ୍‌।

villageସାଂସଦଙ୍କ ଏହି ପୋଷ୍ୟ ଗାଁରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନାହିଁ। ଗାଁରୁ ୩ କିଲୋମିଟର ଦୂର ତେଲେଙ୍ଗାପୀଠ ହସ୍‌ପିଟାଲ୍‌ ଉପରେ ଲୋକେ ନିର୍ଭର କରନ୍ତି।

ସାଂସଦଙ୍କ ସହଯୋଗରେ ଗାଁରେ ଗଲା ୫ ବର୍ଷରେ ମାତ୍ର ୬ଟି ଷ୍ଟ୍ରୀଟ୍ ଲାଇଟ୍ ଲଗାଯାଇଥିଲା। ଏବେ ଏସବୁ ଅଚଳ ହୋଇପଡ଼ିଛି।

ଗାଁର ଗିରିଧାରୀ ସ୍ୱାଇଁ କହିଛନ୍ତି, ଅନୁଭବ ମହାନ୍ତି ଏ ଗାଁକୁ ପୋଷ୍ୟ ଗ୍ରାମ କରିଛନ୍ତି। କିନ୍ତୁ ଗାଁର କିଛି ହୋଇପାରିଲାନି। ଷ୍ଟ୍ରୀଟ୍ ଲାଇଟ୍ ଲାଗିବାର ବର୍ଷେ ପରେ ଉଦ୍‌ଘାଟନ କରିବାକୁ ଆସିଥିଲେ। ଯେଉଁ ଦିନ ଉଦ୍‌ଘାଟନ କଲେ, ତା’ପରଠାରୁ ସେଗୁଡ଼ିକ ଅଚଳ ହୋଇଯାଇଛି।

ସେହିପରି ଅବିନାଶ ମହାନ୍ତି କହିଛନ୍ତି, ଯିଏ ଗୋଟିଏ ୱାର୍ଡର କିଛି କରିପାରିଲେନି ସେ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର କ’ଣ କରିବେ? ସେ ଖାଲି ବାହାସ୍ପଟ ମାରୁଛନ୍ତି। ସେ କେନ୍ଦ୍ରାପଡ଼ାବାସୀଙ୍କୁ ଗପ ଶୁଣାଉଛନ୍ତି।

ttttସୂଚନାଯୋଗ୍ୟ, ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଭବ ମହାନ୍ତି ଏକ ରାଲି କରୁଥିଲେ। ସେତେବେଳେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ କିଛି ପ୍ରଶ୍ନ କରିଥିଲେ, ଯେଉଁଗୁଡ଼ିକୁ ଶୁଣି ସେ ଚିହିଁକି ଯାଇଥିଲେ। ତା’ଭିତରୁ ଗୋଟିଏ ପ୍ରଶ୍ନ ଥିଲା- ‘ରାଜ୍ୟସଭା ସଦସ୍ୟ ଭାବେ କଟକ ପାଇଁ କ’ଣ କରିଛନ୍ତି?’। ଏହି ପ୍ରଶ୍ନ ଶୁଣିବା ପରେ ସେ ଟିକେ ଅଧିକ ରାଗି ଯାଇଥିଲେ ଓ କହିଥିଲେ, କାମ ବାବଦରେ ଜାଣିବାକୁ ଚାହୁଁଥିଲେ ଜିଲ୍ଲାପାଳଙ୍କ ଅଫିସ୍ ଯାଇ ତଥ୍ୟ ଆଣନ୍ତୁ।

ତେବେ ଜରିପଡ଼ା ଗାଁର ବାସ୍ତବ ସ୍ଥିତିକୁ ଦେଖିଲା ପରେ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ତାଙ୍କ ଦାୟିତ୍ୱ କେମିତି ନିର୍ବାହ କରିଛନ୍ତି, ତାହା ସ୍ପଷ୍ଟ ହୋଇଯାଇଛି। ଏଣୁ ଅପାରଗତା ପଦାରେ ପଡ଼ିଯିବା ଆଶଙ୍କାରେ ସେ ଗତକାଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଚିହିଁକି ଉଠିଥିଲେ କି ବୋଲି ପ୍ରଶ୍ନ ଉଠିଛି।



from Odisha Reporter http://bit.ly/2IIMBdz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages