ସହିଦ ହେମନ୍ତଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: କ୍ଷମା ମାଗିଲେ ସାଧ୍ୱୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ସହିଦ ହେମନ୍ତଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: କ୍ଷମା ମାଗିଲେ ସାଧ୍ୱୀ

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ହେମନ୍ତ କର୍‌କରେଙ୍କ ବାବଦରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପି ନେତା ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର କ୍ଷମା ମାଗିଛନ୍ତି। ତାଙ୍କ ମନ୍ତବ୍ୟ ଶତ୍ରୁମାନଙ୍କୁ ଖୁସି କରୁଥିବାରୁ ସେ ନିଜ ମନ୍ତବ୍ୟରୁ ଓହରିଥିବା ଜଣାଇଛନ୍ତି। ସେ କହିଛନ୍ତି, ହେମନ୍ତ କର୍‌କରେଙ୍କୁ ଆତଙ୍କବାଦୀ ହତ୍ୟା କରିଥିଲେ ଏବଂ ସେ ଜଣେ ସହିଦ।

ସେ କହିଛନ୍ତି, “ଯଦି ମୋ ମନ୍ତବ୍ୟ ଶତ୍ରୁମାନଙ୍କୁ ଖୁସି କରୁଛି, ମୁଁ ମୋ ମନ୍ତବ୍ୟ ଫେରାଇ ନେଉଛି। ମୁଁ କ୍ଷମା ମଧ୍ୟ ମାଗୁଛି। ଆମ ମନ୍ତବ୍ୟ ଶତ୍ରୁଙ୍କୁ ଖୁସି କରାଇବା ଭଳି ହେବା ଅନୁଚିତ। ମୁଁ ଯେଉଁ ଯନ୍ତ୍ରଣା ଦେଇ ଗତି କରିଛି ତାହା ଫେରିପାଇବା ସମ୍ଭବ ନୁହେଁ। କିନ୍ତୁ ହେମନ୍ତ ଜଣେ ସହିଦ।”

ଏହି ମନ୍ତବ୍ୟ ସାଧ୍ୱୀଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମନ୍ତବ୍ୟ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲେ ହେଁ ସାଧ୍ୱୀ କହିଛନ୍ତି, ମୁଁ ଯାହା ଅନୁଭବ କରୁଛି ଦଳ ମୋ ମନ୍ତବ୍ୟଠାରୁ ଦୂରେଇ ଯାଇନି। ସେମାନେ ଠିକ୍‌ କହିଛନ୍ତି ଯେ ଏହି ମନ୍ତବ୍ୟ ମୋର ବ୍ୟକ୍ତିଗତ ମନ୍ତବ୍ୟ ଥିଲା। ପୂର୍ବରୁ ଏହି ମନ୍ତବ୍ୟକୁ ବ୍ୟକ୍ତିଗତ କହିବା ସହ ସାଧ୍ୱୀ ୨୦୦୮ ମାଲେଗାଓଁ ବିସ୍ଫୋରଣ ଘଟଣାରେ ଜେଲରେ ଥିବା ସମୟରେ ପାଇଥିବା ଯନ୍ତ୍ରଣା ପାଇଁ ଏଭଳି ମନ୍ତବ୍ୟ ଦେଇଥାଇପାରନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା।



from Odisha Reporter http://bit.ly/2IsEpit

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages