ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ହୀନା ଓ ଅଙ୍କୁରଙ୍କ ନାଁ ସୁପାରିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ହୀନା ଓ ଅଙ୍କୁରଙ୍କ ନାଁ ସୁପାରିସ୍

ନୂଆଦିଲ୍ଲୀ: ଭାରତୀୟ ଜାତୀୟ ରାଇଫଲ୍ ସଂଘ (ଏନଆରଏଆଇ) ମହିଳା ଶୁଟର୍ ହୀନା ସିଦ୍ଧୁ ଓ ଅଙ୍କୁର ମିତ୍ତଲଙ୍କ ନାମ ସମ୍ମାନଜନକ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପାଇଁ ସୁପାରିସ୍ କରିଛି।

ଏସିଆନ୍ ଗେମ୍ସର ବ୍ରୋଞ୍ଜ ପଦକ ବିଜେତା ହୀନା ପ୍ରଥମ ଭାରତୀୟ ମହିଳା ଭାବେ ୨୦୧୩ରେ ଆଇଏସଏସଏଫ୍ ୱାର୍ଲ୍ଡ କପ୍ ଫାଇନାଲରେ ୧୦ ମିଟର୍ ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଏହାଛଡ଼ା ୨୯ ବର୍ଷୀୟ ହୀନା ମହିଳାଙ୍କ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ରୌପ୍ୟ ଓ ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୪ରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ଅନ୍ୟପକ୍ଷରେ ଅଙ୍କୁର ୨୦୧୮ରେ ଦକ୍ଷିଣ କୋରିଆର ଚାଙ୍ଗୱନଠାରେ ଆୟୋଜିତ ଆଇଏସଏସଏଫ୍ ୱାର୍ଲ୍ଡ ଶୁଟିଂ ଚାମ୍ପିଅନଶିପର ଡବଲ୍ ଟ୍ରାପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାବ୍ୟତୀତ ସେ ୨୦୧୭ ୱାର୍ଲ୍ଡ ଚାମ୍ପିଅନଶିପରେ ରୌପ୍ୟ ପଦକ ନିଜ ନାମରେ କରିଥିଲେ। ଅଙ୍କୁରଙ୍କୁ ଗତବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା।

ଏହାବ୍ୟତୀତ ଏନଆରଏଆଇ ଅର୍ଜୁନ ପୁରସ୍କାର ପାଇଁ ଅଞ୍ଜୁମ ମୁଗଦିଲ୍, ଶାହଜାର ରିଜବୀ ଓ ଓମପ୍ରକାଶ ମିଥରୱାଲଙ୍କ ନାମ ସୁପାରିସ କରିଛି। ତେବେ ଦ୍ରୋଣାଚାର୍ଯ୍ୟ ପାଇଁ ଯଶପାଲ୍ ରାଣା ଓ ରୋନକ୍ ପଣ୍ଡିତଙ୍କ ନାମରେ ସୁପାରିସ କରାଯାଇଛି।



from Odisha Reporter http://bit.ly/2GSsoAP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages