
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ଗଣ୍ଡଗୋଳ ସୀମା ଟପି ଯାଇଛି। ମାରପିଟ୍, ପ୍ରାର୍ଥୀଙ୍କୁ ଧମକଚମକ, ବୁଥ୍ ରାଗିଙ୍ଗଠାରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ ସବୁ ଘଟି ଯାଇଛି ଏହି ପର୍ଯ୍ୟାୟରେ। ଏପରିକି ଭୋଟରଙ୍କୁ ପ୍ରଭାବିତ କରିବାକୁ ଯାଇ ଯାଜପୁରରେ ୨ ପୋଲିଂ କର୍ମଚାରୀ ନିଲମ୍ବିତ ହେଲେ।
ହେଲେ ସବୁଠାରୁ ପରିତାପର ବିଷୟ, ବରିଷ୍ଠ, ଅଭିଜ୍ଞ ନେତା ମଧ୍ୟ ଏଥର ନିର୍ବାଚନର ନିୟମ କାନୁନ୍ ମାନି ନ ଥିଲେ। ବୁଥ୍ରେ କ୍ୟାମେରା ଲାଗିଛି। ସୋଶାଲ ମିଡିଆରେ ଭିଡିଓ ଘୁରି ବୁଲୁଛି। ତଥାପି ନିର୍ଭୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିଲେ । ଅବଶ୍ୟ ଧରାପଡ଼ିଲେ ବା କିଏ କଣ କରିବ ତାଙ୍କର ?
ଏଠାରେ ଆମେ କେନ୍ଦ୍ରାପଡା ଜିଲ୍ଲା ଆଳି ବିଧାନସଭା ଆସନ ପାଇଁ ଲଢୁଥିବା ବିଜେଡି ପ୍ରାର୍ଥୀ ପ୍ରତାପ ଦେବଙ୍କ କଥା କହୁଛୁ।
ତିନିତିନିଥର ଲଢି ଏହି ଆସନରୁ ଜିତି ଆସିଛନ୍ତି ପ୍ରତାପ ଦେବ। ଶେଷଥର ଅର୍ଥାତ୍ ୨୦୧୪ରେ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ହାରିଥିଲେ। ତଥାପି ସେ ଜାଣି ପାରିଲେନି ନିର୍ବାଚନ ଆଚରଣ ବିଧି କ’ଣ ?
ଆଜି ୪ର୍ଥ ପର୍ଯ୍ୟାୟରେ ଆଳିରେ ଥିଲା ଭୋଟ ଗ୍ରହଣ। ପ୍ରତାପ ଦେବ ସ୍ଥାନୀୟ ବୁଥ୍କୁ ଯାଇଥିଲେ ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ। ରାଜକୀୟ ଠାଣିରେ ବୁଥ୍ ଭିତରକୁ ଆସିଲେ । ହଳଦିଆ ଟି-ସର୍ଟ ଉପରେ ପଡିଥାଏ ନୀଳରଙ୍ଗର ପାଛୋଡା। ହେଲେ ତାହା ସାଧାରଣ ପାଛୋଡା ନ ଥିଲା। ଥିଲା ଶଙ୍ଖ ମାର୍କା ଦଳୀୟ ପାଛୋଡ଼ା। ହସି ହସି ଆସିଲେ, ଦସ୍ତଖତ କରିବା ପରେ ବାମ ହାତ ଅଙ୍ଗୁଠିରେ କାଳି ଲଗାଇଲେ। ଭୋଟ ଦେଲେ। ଭୋଟ ଦେଇ ଫେରିବା ପରେ ବୁଥ ଭିତରେ ହସି ହସି ଫଟୋ ଉଠାଇବା ଲାଗି କ୍ୟାମେରାକୁ ପୋଜ ଦେଲେ । ହେଲେ ଭୁଳିଗଲେ ମତଦାନ ସମୟରେ ଦଳୀୟ ଚିହ୍ନ ବ୍ୟବହାର କରିବା ନିର୍ବାଚନ ଆଚରଣ ବିଧିର ଉଲ୍ଲଘନ ବୋଲି। ଭୁଲିଗଲେ କି ନିଜର ଅସ୍ଫର୍ଦ୍ଧା ଦେଖାଇବା ପାଇଁ ଜାଣି ଜାଣି କଲେ କିଏ ଜାଣେ !
from Odisha Reporter http://bit.ly/2PAmEhW
No comments:
Post a Comment