ପାକିସ୍ତାନରେ ଉଦ୍ଧାର ହେବ ୪୦୦ ମନ୍ଦିର, ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହେବ ହସ୍ତାନ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ପାକିସ୍ତାନରେ ଉଦ୍ଧାର ହେବ ୪୦୦ ମନ୍ଦିର, ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହେବ ହସ୍ତାନ୍ତର

ଇସଲାମାବାଦ୍‌: ପାକିସ୍ତାନ ସରକାର ବିଭିନ୍ନ ପର୍ଯ୍ୟାୟ କ୍ରମେ ହିନ୍ଦୁ ମନ୍ଦିରଗୁଡ଼ିକୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ରାଷ୍ଟ୍ରରେ ହିନ୍ଦୁମାନେ ସଂଖ୍ୟାଲଘୁ ହୋଇଥିବାବେଳେ ସେମାନେ ନିଜର ଉପାସନା ସ୍ଥାନ ବା ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ମନ୍ଦିର ସବୁକୁ ପୂର୍ବବତ୍‌ ଫେରିପାଇବାକୁ ଦାବି କରିଆସୁଥିଲେ, ଯାହାକି ବର୍ତ୍ତମାନ ପୂରଣ ହେବାକୁ ଯାଉଛି। ବିଭାଜନ ସମୟରେ ହିନ୍ଦୁମାନେ ଭାରତ ଚାଲିଆସିବାରୁ ବେଶ୍‌ କିଛି ମନ୍ଦିର ଏବେ ଅବହେଳିତ ହୋଇ ପଡ଼ିରହିଛି। ଅନ୍ୟପକ୍ଷରେ ଯେଉଁ ସବୁ ହିନ୍ଦୁ ପରିବାର ଦେଶ ଛାଡ଼ିଲେ ନାହିଁ, ସେମାନଙ୍କୁ ବାହୁବଳୀ ଲୋକେ ମନ୍ଦିର ଅଧିକାରରୁ ବଞ୍ଚିତ କରୁଥିଲେ। ଏପରିକି ମନ୍ଦିର ଜମି ବର୍ତ୍ତମାନ ଜବରଦଖଲରେ ଥିବା ମଧ୍ୟ ନଜିର ରହିଛି। କିଛି ମନ୍ଦିର ସାର୍ବଜନୀନ ବ୍ୟବହାର ପାଇଁ ଏବଂ ମଦ୍ରାସା ଭାବରେ ବ୍ୟବହାର ହୋଇଆସୁଛି।

ବର୍ତ୍ତମାନ ପାକିସ୍ତାନର ସରକାର ଏସବୁରୁ ଜବରଦଖଲ ହଟାଇବା ସହିତ ହିନ୍ଦୁମାନଙ୍କୁ ଫେରାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ୪୦୦ ମନ୍ଦିର ଉଦ୍ଧାର କରି ପାକିସ୍ତାନର ହିନ୍ଦୁ ନାଗରିକମାନଙ୍କୁ ହସ୍ତାନ୍ତର କରାଯିବାର ଅଛି।

ଶିଆଲକୋଟ୍‌ ଏବଂ ପେଶୱାରଠାରେ ଥିବା ଐତିହ୍ୟ କ୍ଷେତ୍ରରୁ ଏହି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ। ଶିଆଲକୋଟ୍‌ଠାରେ ଥିବା ଜଗନ୍ନାଥ ମନ୍ଦିରରୁ ଏହି ଉଦ୍ଧାରକାର୍ଯ୍ୟ ଆରମ୍ଭ ହେବାର ଅଛି। ଏହି ମନ୍ଦିର ୧ ହଜାର ବର୍ଷ ପୂରୁଣା। ଅନ୍ୟପକ୍ଷରେ ଶିବାଳୟ ତେଜା ସିଂହ ମନ୍ଦିର ମଧ୍ୟ ପୁନରୁଦ୍ଧାର କରାଯିବ। ୧୯୯୨ ମସିହାରେ ବାବ୍ରୀ ମସ୍‌ଜିଦ୍‌ ଢାଞ୍ଚା ଧ୍ୱଂସ କରାଯିବା ପରେ ଏହାର ବିରୋଧର ଆଭାସ ସେଠାରେ ମଧ୍ୟ ଦେଖିବାକୁ ମିଳିଥିଲା। ଏପରିକି କିଛି ଅଣହିନ୍ଦୁ ଦୃର୍ବୃତ୍ତ ସାମୂହିକ ଆକ୍ରମଣ ମଧ୍ୟ କରିଥିଲେ। ତା’ପରଠାରୁ ହିନ୍ଦୁମାନେ ଏହି ମନ୍ଦିର ଯିବା ବନ୍ଦ କରିଦେଇଛନ୍ତି। ପେଶାୱାରର ଏକ କୋର୍ଟ ଗୋରେଖନାଥ ମନ୍ଦିର ମଧ୍ୟ କୋଲିବାକୁ ନିର୍ଦ୍ଦେଶ ଦେବା ସହିତ ଏହାକୁ ଐତିହ୍ୟସ୍ଥଳୀ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନଠାରୁ ପ୍ରତିବର୍ଷ ଦୁଇରୁ ୩ଟି ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ କରାଯିବ। ଏହା ପୂର୍ବରୁ ଅଲ ପାକିସ୍ତାନ ହିନ୍ଦୁ ରାଇଟ୍ସ ମୁଭ୍‌ମେଣ୍ଟ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ସମସ୍ତଙ୍କ ନିଦ ହଜାଇଦେଇଥିଲା। ବିଭାଜନ ସମୟରେ ୪୨୮ଟି ହିନ୍ଦୁ ମନ୍ଦିର ଥିଲା। ୧୯୯୦ ପରେ ଏଥିରୁ ୪୦୮ଟି ମନ୍ଦିର ଖେଳଣା ଘର, ରେଷ୍ଟୁରାଣ୍ଟ, ସରକାରୀ କାର୍ଯ୍ୟାଳୟ ଏବଂ ସ୍କୁଲରେ ପରିଣତ ହୋଇଯାଇଛି।

୨୦୧୯ରେ ନିଆଯାଥିବା ଖବର ଅନୁଯାୟୀ, ସିନ୍ଧ ପ୍ରଦେଶରେ ୧୧ଟି ମନ୍ଦିର, ପଞ୍ଜାବରେ ୪ଟି ମନ୍ଦିର, ବଳୁଚିସ୍ତାନରେ ୩ଟି ମନ୍ଦିର ଏବଂ ଖାଇବର ପଖତୁନ୍‌ଖ୍ୱାଠାରେ ୨ଟି ମନ୍ଦିର କାର୍ଯ୍ୟକ୍ଷମ ଅଛି। ସଦ୍ୟ ଶିଖ୍‌ ତୀର୍ଥକ୍ଷେତ୍ର କର୍ତ୍ତାରପୁର ସାହିବ୍‌କୁ ଭାରତୀୟ ଶିଖ୍‌ ଦର୍ଶନ ପାଇଁ ଯିବାର ପ୍ରୟାସ ଆରମ୍ଭ ହୋଇସାରିଛି। ଏତଦ୍‌ବ୍ୟତୀତ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ବହୁ ପୂରାତନ ସରସ୍ୱତୀ ମନ୍ଦିର ଶାରଦା ପୀଠକୁ ମଧ୍ୟ ହିନ୍ଦୁମାନେ ପରିଦର୍ଶନରେ ଯିବାପାଇଁ ରହିଥିବା ପ୍ରସ୍ତାବକୁ ପାକିସ୍ତାନ ଗୃହୀତ କରିଛି।



from Odisha Reporter http://bit.ly/2VC42Aq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages