
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା):ଜଗତସିଂହପୁର ସଦର ମହକୁମାରେ ଥିବା ଏସ୍ଭିଏମ୍ କଲେଜ ପରିସରରୁ ଗତକାଲି ସନ୍ଧ୍ୟାରେ ପୁଲିସ୍ ଏକ ଦେଶୀ ବନ୍ଧୁକ ଜବତ କରିଛି। ଏହି ଘଟଣାରେ ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ନାଉଗାଁ ଅଞ୍ଚଳର ରଣଜିତ ଦାସ ଓ ନିଆଳି ଥାନା ଅଞ୍ଚଳର ରତିରଞ୍ଜନ ପାଢୀ।
ରଣଜିତ୍ ଏସ୍ଭିଏମ୍ କଲେଜରେ ଡେମନଷ୍ଟ୍ରେଟର ଭାବେ କାମ କରନ୍ତି। ତେବେ ସେ ଜଣେ ଶାସକ ଦଳର ନେତାଙ୍କ ପୁଅ ବୋଲି ଜଣାପଡ଼ିଛି। ସେହପରି ରତିଞ୍ଜନ ସେହି କଲେଜର ଯୁକ୍ତ ତିନି ପଢ଼ୁଥିବା ପୁଲିସ୍ ସୂଚନା ଦେଇଛି। ରତିରଞ୍ଜନ ଜଣେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ପୁଅ ବୋଲି କୁହାଯାଉଛି। ପୁଲିସ୍ ସେମାନଙ୍କ ଠାରୁ ଏକ ବୁଲେଟ୍ ଗାଡ଼ିକୁ ଜବତ କରିଛି।
from Odisha Reporter http://bit.ly/2IDXI7O
No comments:
Post a Comment