ଦୀପିକାଙ୍କଠୁ ଆଲିଆ ଯାଏ କ’ଣ ପାଇଁ ଲାଇମ୍‌ ଲାଇଟ୍‌ରେ ରହିଛନ୍ତି ଏହି ଅଭିନେତ୍ରୀ, ଜାଣିଛନ୍ତି କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ଦୀପିକାଙ୍କଠୁ ଆଲିଆ ଯାଏ କ’ଣ ପାଇଁ ଲାଇମ୍‌ ଲାଇଟ୍‌ରେ ରହିଛନ୍ତି ଏହି ଅଭିନେତ୍ରୀ, ଜାଣିଛନ୍ତି କି?

ମୁମ୍ୱାଇ: ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରୀରେ ପୂର୍ବରୁ ହିରୋଙ୍କୁ କେନ୍ଦ୍ରିତ କରି ଫିଲ୍ମ ନିର୍ମାଣ ହେଉଥିବା ବେଳେ ଏବେ ହିରୋଇନମାନେ ବି ଏହି ଭାର ସମ୍ଭାଳୁଛନ୍ତି।  ପୂର୍ବରୁ କେବଳ ଗ୍ଲାମର୍ସ ରୋଲରେ ସୀମିତ ରହୁଥିବା ଅଭିନେତ୍ରୀଙ୍କୁ ନେଇ ଏବେ ଫିଲ୍ମର କାହାଣୀ ଗତିଶୀଳ ହେଉଛି।

ଦର୍ଶକଙ୍କୁ ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ଦେବାକୁ ଯାଇ ବଲିଉଡ଼ ହିରୋଇନମାନେ ଏବେ ଚ୍ୟାଲେଜିଂ ରୋଲ ପ୍ଲେ କରୁଛନ୍ତି।  ତେଣୁ କାହାଣୀକୁ ଜୀବନ୍ତ କରିବାକୁ ସେମାନଙ୍କୁ ନିଜ ଲୁକ୍‌ ଉପରେ  ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡ଼ୁଛି। ନିଜ ଚରିତ୍ରରେ ସେମାନେ ଏପରି ବୁଡ଼ି ରହୁଛନ୍ତି ଯେ, ସେମାନଙ୍କୁ ଚିହ୍ନିବା ମୁସ୍କିଲ୍‌ ହୋଇଯାଉଛି।

ଦୀପିକା ପାଦୁକୋନ, ତାପସୀ ପନ୍ନୁ, ଭୂମି ପେଡନେକରଙ୍କ ପରି ବଲିଉଡ଼ର ଆଗଧାଡ଼ିର ହିରୋଇନଙ୍କ ନୂଆ ଲୁକ୍‌ ବଲିଉଡ଼ରେ ନୂଆ ଟ୍ରେଣ୍ଡ ଆରମ୍ଭ କରିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତି ଫିଲ୍ମ ନିମନ୍ତେ ଆଜିକାଲିର ହିରୋଇନ୍‌ମାନେ ନିଜକୁ ଫିଜିକାଲି ଫିଟ୍‌ ରଖିବା ସହ ନିଜ ଲୁକ୍‌ ଉପରେ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି। ଯାହାକି ଫିଲ୍ମକୁ ହିଟ୍‌ କରାଇବାରେ ପ୍ରମୁଖ ଭୂମିକା ତୁଲାଉଛି।

ଦୀପିକା ପାଦୁକୋନ

ନିଜ ଅପକମିଙ୍ଗ ଫିଲ୍ମ ‘ଛପକ୍‌’ରେ ଦୀପିକା ଏସିଡ଼ ସର୍ଭାଇଭର ଲକ୍ଷ୍ମୀ ଅଗ୍ରୱାଲାଙ୍କ ଭୂମିକା ତୁଲାଉଛନ୍ତି। ଫିଲ୍ମର ଫାଷ୍ଟ ଲୁକ୍‌ ଆସିଥିବା ବେଳେ ଏଥିରେ ଦୀପିକା ନିଜ ଭୂମିକାକୁ ପୂରା ନ୍ୟାୟ ଦେଇଥିବା ଦେଖିବାକୁ ମିଳୁଛି। ଏହି ଫଟୋରେ ଦୀପିକାଙ୍କୁ ଚିହ୍ନିବା କଷ୍ଟକର ହୋଇପଡୁଛି।  ଏହା ଦେଖି ତାଙ୍କ ଫ୍ୟାନ୍‌ଙ୍କ ସମେତ ବଲିଉଡ଼ ଷ୍ଟାରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏଥିପାଇଁ କିନ୍ତୁ ତାଙ୍କ ମେକଅପ୍‌ ଆଟିଷ୍ଟଙ୍କୁ ମଧ୍ୟ ଖୁବ ଝାଳ ବୁହାଇବାକୁ ପଡ଼ିଛି।  ଫିଲ୍ମର ଶୁଟିଂ ସମୟରେ ପ୍ରତିଦିନ ଦୀପିକାଙ୍କୁ ୪ ଘଣ୍ଟାର ମେକଅପ୍‌ ନେବାକୁ ପଡୁଥିଲା। ତାହାକୁ ଛଡ଼ାଇବାକୁ ମଧ୍ୟ ବହୁତ ସମୟ ଲାଗି ଯାଉଥିଲା। ଏହାବ୍ୟତୀତ ଚରିତ୍ରର ଡିମାଣ୍ଡ ଅନୁଯାୟୀ ପ୍ରତିଦିନ ମେକଅପ୍‌ ପୁରା ସମାନ ହେବା ନିହାତି ଆବଶ୍ୟକ ହୋଇପଡୁଥିଲା। ଯାହାର କି ସ୍ୱତନ୍ତ୍ର ଧ୍ୟାନ ରଖାଯାଉଥିଲା। ।

ଆଲିଆ ଭଟ୍ଟ

‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ ରୁ ନିଜ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିବା ଆଲିଆ ଏବେ ଜଣେ ପରିପକ୍ୱ ଅଭିନେତ୍ରୀ ପାଲଟି ସାରିଛନ୍ତି। ନିଜ ଚରିତ୍ରକୁ ନିଖୁଣ ଭାବେ ଫୁଟାଇ ପାରୁଥିବାରୁ ସେ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ପାଲଟିଚନ୍ତି। ଫିଲ୍ମ ‘ ଉଡ଼ତା ପଞ୍ଜାବ’ରେ ଜଣେ ଗାଉଁଲି ଝିଅ ଭୂମିକାରେ ଆଲିଆ ପୂରା ଫିଟ୍‌ ଲାଗୁଥିଲେ। ଏଥିପାଇଁ ତାଙ୍କ ସ୍କିନ୍‌ କଲର ଓ କେଶକୁ ଠିକ୍‌ ଭାବେ ମେକଅପ୍‌ ଦିଆଯାଇଥିଲା।

ତାପସୀ ପନ୍ନୁ

ତାପସୀ ମଧ୍ୟ ନିଜ ଅପ୍‌ କମିଙ୍ଗ ଫିଲ୍ମ ଲାଗି ଏବେଠୁ ପ୍ରଶଂସା ସାଉଣ୍ଟିଲେଣି। ତାପସୀଙ୍କ ଫିଲ୍ମ ‘ ସାଣ୍ଡ କି ଆଖ’ ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ଯେଉଁଥିରେ କି ତାପସୀ ଜଣେ ବୃଦ୍ଧାଙ୍କ ଚରିତ୍ରରେ ଦେଖିବାକୁ ମିଳୁଛନ୍ତି। ମେକଅପ୍‌ ଦ୍ୱାରା ତାଙ୍କ ଚେହେରାରେ ଭାଙ୍ଗ ସୃଷ୍ଟି କରାଯାଇଛି। ଫଳରେ ତାଙ୍କୁ ପ୍ରଥମ ଥରରେ ଚିହ୍ନିବା ମୁସ୍କିଲ ହୋଇପଡୁଛି।

ଭୂମି  ପେଡନେକର

‘ ସାଣ୍ଡ କି ଆଖ’ ଫିଲ୍ମରେ ତାପସୀଙ୍କ ସହ ସ୍କ୍ରିନ୍‌ ଶେଆର କରିଛନ୍ତି ଭୂମି ପେଡନେକର। ଯେକି ଏହି ଫିଲ୍ମରେ ତାପସୀଙ୍କ ସମବୟସ୍କା ମହିଳାଙ୍କ ଚରିତ୍ରରେ ଦେଖାଯାଉଛନ୍ତି। ଶୁଟର ଦାଦି ନାମରେ ପରିଚିତ ଫେମସ୍‌ ପ୍ରକାଶୀ ଓ ଚନ୍ଦ୍ରାଙ୍କ ଜୀବନୀକୁ ନେଇ କାହାଣୀ ଗତିଶୀଳ। ଏହି ଫିଳ୍ମରେ ୨ ଜଣ ୨ ଯାଆ ଭୂମିକା ତୁଲାଉଛନ୍ତି। ଏହା ପୂର୍ବ ଫିଲ୍ମ ‘ସୋନଚିଡ଼ିଆ’ ରେ ଭୂମି ଡାକୁ ରୋଲରେ ମଧ୍ୟ ଜବରଦସ୍ତ ଲାଗୁଛନ୍ତି। ଗାଁର ଜଣେ ସାଧାରଣ ମହିଳା ଭୂମିକାକୁ ସେ ନିଖୁଣ ଭାବେ ତୁଲାଇଥିଲେ।

ପ୍ରିୟଙ୍କା ଚୋପ୍ରା

ବିଶ୍ୱସୁନ୍ଦରୀ ପ୍ରିୟଙ୍କା ମଧ୍ୟ ଏହି ଲିଷ୍ଟରୁ ବାଦ ପଡ଼ିନାହାନ୍ତି। ‘ମେରି କମ୍‌’ ଫିଲ୍ମରେ ପ୍ରିୟଙ୍କା ଜଣେ ମହିଳା ବକ୍ସର ଭୂମିକାରେ ନଜର ଆସିଥିଲେ। ଏଥିପାଇଁ ପ୍ରିୟଙ୍କା ନିଜକୁ ପୁରା ପୁରି ବସ୍କର ଲୁକ୍‌ ଦେଇଥିଲେ। ଏହାବ୍ୟତୀତ ଫତିମା ସନା ଶେଖ ଓ ସାନ୍ୟା ମଲହୋତ୍ରାଙ୍କ ପରି ନବାଗତା ମଧ୍ୟ ଫିଲ୍ମ ‘ଦଙ୍ଗଲ୍‌’ରେ ରେସଲର ଭୂମିକା ତୁଲାଇଥିଲେ।  ଗୀତା ଫୋଗଟ୍ ଓ ବବିତା ଫୋଗଟ୍‌ଙ୍କ ପରି ରେସଲରଙ୍କ ଲୁକ୍‌ରେ ନିଜକୁ ଫିଟ୍‌ କରାଇବା ନିମନ୍ତେ ଉଭୟ ସେପରି ଫିଗର୍‌ ରଖିଥିବା ବେଳେ ବୟକଟ୍‌ ମଧ୍ୟ କରାଇ ନେଇଥିଲେ।



from Odisha Reporter http://bit.ly/2Gv9YWE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages