
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ୟୁନିଟ ୮ର ଡେଲ୍ଟା କଲୋନୀ ନିକଟରେ ଥିବା ଏକ ୱାର୍ଡ ଅଫିସକୁ ଲକ୍ଷ୍ୟ କରି ୩ଟି ବୋମା ମାଡ଼ ହୋଇଛି। ମାତ୍ର ସୌଭାଗ୍ୟବଶତଃ ବୋମାଗୁଡ଼ିକ ଫୁଟି ନାହିଁ। କମିଶନରେଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିଛି।
ଅଭିଯୋଗ ଅନୁସାରେ ସିଲ୍ଭର ରଙ୍ଗର ବୁଲେଟ ଓ ପଲସରରେ ୪ ଜଣ ଯୁବକ ଆସି ବୋମା ମାଡ଼ କରି ପଳାଇ ଯାଇଛନ୍ତି। ମାତ୍ର ସେମାନଙ୍କ ପତ୍ତା ମିଳିପାରିନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।
from Odisha Reporter http://bit.ly/2GmFpkx
No comments:
Post a Comment