
କଟକ (ଓଡ଼ିଶା ରିପୋର୍ଟର): ଆଜି କଟକବାସୀ ଦେଖିଛନ୍ତି ହାଇଭୋଲ୍ଟେଜ୍ ରୋଡ୍ ଶୋ’। ପ୍ରଥମେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ରୋଡ୍ ଶୋ’ କରିଥିବା ବେଳେ ସନ୍ଧ୍ୟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦମ୍ ଦେଖାଇଛନ୍ତି। ଏଥିପାଇଁ କଟକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଅମିତ ଶାହଙ୍କ ରୋଡ୍ ଶୋ’ ସନ୍ଧ୍ୟା ସାଢ଼େ ୬ଟାରେ ଆରମ୍ଭ ହେବାର ଥିଲା। ମାତ୍ର ନରସିଂହପୁରରୁ ସଭା ସାରି କଟକ ଫେରିବାରେ ବିଳମ୍ୱ ହୋଇଥିଲା। ତେଣୁ ପ୍ରାୟ ଦୁଇ ଘଣ୍ଟା ବିଳମ୍ୱରେ ରାତି ସାଢ଼େ ୮ଟା ଦରଘା ବାଜାରରୁ ଅମିତ ଶାହଙ୍କ ରୋଡ୍ ଶୋ’ ଆରମ୍ଭ ହୋଇଥିଲା। ରାତିରେ ହଜାର ହଜାର ଲୋକ ରାସ୍ତାରେ ଦୁଇ ପାର୍ଶ୍ୱରେ ଅମିତ ଶାହଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଏହି ରୋଡ୍ ଶୋ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କଟକ ବିଜେପି ସାଂସଦ ପ୍ରାର୍ଥୀ ପ୍ରକାଶ ମିଶ୍ର, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବିଧାୟକ ପ୍ରାର୍ଥୀ ସମୀର ଦେ’ଙ୍କ ସମେତ ବିଜେପିର ବରିଷ୍ଠ ନେତା ସାମିଲ୍ ହୋଇଥିଲେ।
ଅମିତ ଶାହାଙ୍କ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ରୋଡ୍ ଶୋ’ କରିଥିଲେ। ସେ ତାଙ୍କ ହାଇଟେକ୍ ବସ୍ରେ ସିଡିଏରୁ ରୋଡ୍ ଶୋ ଆରମ୍ଭ କରି କଟକ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ପରେ ସେ ଚଣ୍ଡୀ ମନ୍ଦିରକୁ ଯାଇ ମାଆ କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଇଥିଲେ
from Odisha Reporter http://bit.ly/2V0uQ09
No comments:
Post a Comment