ପରବର୍ତ୍ତୀ ନୌସେନା ମୁଖ୍ୟ ନିଯୁକ୍ତି ବିରୋଧୀ ଆବେଦନ ପ୍ରତ୍ୟାହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ପରବର୍ତ୍ତୀ ନୌସେନା ମୁଖ୍ୟ ନିଯୁକ୍ତି ବିରୋଧୀ ଆବେଦନ ପ୍ରତ୍ୟାହାର

ନୂଆଦିଲ୍ଲୀ: ପରବର୍ତ୍ତୀ ନୌସେନା ମୁଖ୍ୟ ନିଯୁକ୍ତିକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ନୂଆ ଟ୍ୱିଷ୍ଟ ଆସିଛି। କେନ୍ଦ୍ର ସରକାର ବରିଷ୍ଠତାକୁ ଅଣଦେଖା କରି ଦେଶର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବେ ଭାଇସ ଆଡମିରାଲ୍‌ କରମବୀର ସିଂହଙ୍କୁ ମନୋନୀତ କରିଥିବାରୁ ଏହା ବିରୋଧରେ ଅନ୍ୟତମ ଭାଇସ ଆଡମିରାଲ୍‌ ବିମଲ ବର୍ମା ଆର୍ମଡ ଫୋର୍ସ ଟ୍ରିବ୍ୟୁନାଲ୍‌ରେ ଆବେଦନ କରିଥିଲେ। ତେବେ ଆଜି ସେ ନିଜର ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି।

ଟ୍ରିବ୍ୟୁନାଲ ପକ୍ଷରୁ ତାଙ୍କୁ ନୌସେନା ଆଇନ୍‌ ଅନୁଯାୟୀ ନିଜର ଆପତ୍ତି ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପ୍ରଥମେ ଜଣାଇବାକୁ ପରାମର୍ଶ ଦିଆଯାଇଛି। ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟ ଯଦି ଏହାକୁ ବିଚାର ନ କରିନ୍ତି, ତା’ହେଲେ ଭାଇସ ଆଡମିରାଲ୍‌ ବିମଲ ବର୍ମା ପୁଣିଥରେ ଟ୍ରିବ୍ୟୁନାଲ୍‌ରେ ଆବେଦନ କରିପାରିବେ।

ଭାଇସ ଆଡମିରାଲ୍‌ ବିମଲ ବର୍ମାଙ୍କ ପକ୍ଷରୁ ତାଙ୍କ ଝିଅ ରେହା ବର୍ମା ଓ ବରିଷ୍ଠ ଓକିଲ ଅଙ୍କୁର ଚିବର ଟ୍ରିବ୍ୟୁନାଲ୍‌ରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ। ଏହି ସମୟରେ ସେମାନେ କହିଥିଲେ ଯେ ଆସନ୍ତା ୩୧ ତାରିଖରେ ବର୍ତ୍ତମାନର ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାମ୍ବାଙ୍କ କାର୍ଯ୍ୟକାଳ ଶେଷ ହେବ। ତେଣୁ ଏହି ସମୟ ସୀମା ମଧ୍ୟରେ ଟ୍ରିବ୍ୟୁନାଲ କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ନୌସେନା ମୁଖ୍ୟ ନିଯୁକ୍ତି ସମ୍ପର୍କରେ କାରଣ ଦର୍ଶାଇବାକୁ କୁହନ୍ତୁ।

ତେବେ ଆର୍ମଡ ଫୋର୍ସ ଟ୍ରିବ୍ୟୁନାଲ ବିଚାରପତି ଏହି ଆବେଦନ ସହ ଏକମତ ହୋଇ ନଥିଲେ। ସେ କହିଥିଲେ, ଆମେ କେନ୍ଦ୍ର ସରକାରଙ୍କ ପରାମର୍ଶଦାତା ନୁହେଁ। ତେଣୁ ଆମେ ଏଭଳି କହିପାରିବୁ ନାହିଁ। ତେବେ ଏହି ସମୟରେ ଉପସ୍ଥିତ ଥିବା ସରକାରୀ ଓକିଲଙ୍କୁ ପ୍ରଶ୍ନ କରି ବିଚାରପତି କହିଥିଲେ, “ କ’ଣ ସଂସଦୀୟ ନିଯୁକ୍ତି କମିଟି ଭାଇସ୍‌ ଆଡମିରାଲ୍‌ ବିମଲ ବର୍ମାଙ୍କ ଆବେଦନକୁ ପୁନଃ ବିଚାର କରିପାରିବ?” ଏହାର ଉତ୍ତରରେ ସରକାରୀ ଓକିଲ କହିଥିଲେ, “ହଁ ଏହା ସମ୍ଭବ। କିନ୍ତୁ ଏଥିପାଇଁ ପ୍ରଚଳିତ ନିୟମକୁ ପାଳନ କରିବାକୁ ପଡ଼ିବ। ଆବେଦନକାରୀ ଏ ସମ୍ପର୍କରେ ପ୍ରତିରକ୍ଷା ବିଭାଗ ନିକଟରେ ଆବେଦନ କରିପାରିବେ।”

ଏହାପରେ ଟ୍ରିବ୍ୟୁନାଲ୍‌ ଭାଇସ୍‌ ଆଡମିରାଲ୍‌ ବିମଲ ବର୍ମାଙ୍କୁ ମନ୍ତ୍ରଣାଳୟରେ ଆବେଦନ କରିବାକୁ କହିଛନ୍ତି। ଏଭଳି ନିର୍ଦ୍ଦେଶ ପରେ ଭାଇସ୍‌ ଆଡମିରାଲ୍‌ ବିମଲ ବର୍ମା ନିଜର ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି।

ଭାଇସ୍‌ ଆଡମିରାଲ୍‌ ବିମଳ ବର୍ମା ସେନା ବାହିନୀରେ ଭାଇସ୍‌ ଆଡମିରାଲ କରମବୀର ସିଂହଙ୍କ ଠାରୁ ୬ ମାସ ଆଗୁଆ ନିଯୁକ୍ତି ପାଇଥିଲେ। ତେଣୁ ବରିଷ୍ଠତା ଭିତ୍ତିରେ ତାଙ୍କୁ ପରବର୍ତ୍ତୀ ନୌସେନା ମୁଖ୍ୟ ହେବାର ଥିଲା।



from Odisha Reporter http://bit.ly/2G08sub

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages