ଆତଙ୍କବାଦ ପ୍ରସଙ୍ଗରେ ଆମେରିକା ଓ ଇରାନ୍‌ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ଆତଙ୍କବାଦ ପ୍ରସଙ୍ଗରେ ଆମେରିକା ଓ ଇରାନ୍‌ ମୁହାଁମୁହିଁ

ତେହେରାନ୍‌: ଆତଙ୍କବାଦ ପ୍ରସଙ୍ଗରେ ଆମେରିକା ଓ ଇରାନ୍‌ ମଧ୍ୟରେ ପୁଣିଥରେ ଟକରାଟକରି ଆରମ୍ଭ ହୋଇଯାଇଛି। ଗତକାଲି ଆମେରିକା ଇରାନ୍‌ର ରିଭଲ୍ୟୁସନାରୀ ଗାର୍ଡଙ୍କୁ କଳାତାଲିକା ଭୁକ୍ତ କରିବା ସହ ସେମାନଙ୍କୁ ଆତଙ୍କବାଦୀ ଆଖ୍ୟା ଦେଇଥିଲା।

ଆମେରିକାର ଏଭଳି ଘୋଷଣାରେ ଇରାନ୍‌ ଚିହିଁକି ଉଠିଛି। ଇରାନ୍‌ ରାଷ୍ଟ୍ରପତି ହାସନ ରୋହାନି ଆମେରିକାକୁ ଖୋଲାଖୋଲି ଧମକ ଦେଇଛନ୍ତି। ସେ କହିଛନ୍ତି, “ଆମେରିକା ହେଉଛି ପ୍ରକୃତରେ ଆତଙ୍କବାଦର ବିଶ୍ୱସ୍ତରୀୟ ନେତା। ଆମେରିକା ହିଁ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଛି। ରିଭଲ୍ୟୁଶନାରୀ ଗାର୍ଡଙ୍କୁ ଆତଙ୍କବାଦୀର ଆଖ୍ୟା ଦେବାକୁ ଆମେରିକାକୁ କିଏ ଅଧିକାର ଦେଲା? ଏପରି କହିବାକୁ ଆମେରିକାର ସାହାସ କେମିତି ହେଲା?”

ଇରାନ୍‌ର ପରମାଣୁ ଦିବସ ଉପଲକ୍ଷେ ଏକ ଟିଭି ବାର୍ତ୍ତାରେ ରୋହାନୀ କହିଛନ୍ତି, “ରିଭଲ୍ୟୁସନାରୀ ଗାର୍ଡ ୧୯୭୯ରେ ଗଠିତ ହୋଇଥିଲା। ସେବେଠାରୁ ସେମାନେ ଆତଙ୍କବାଦ ବିରୋଧରେ ଲଢ଼େଇ କରୁଛନ୍ତି। ଆମେରିକା ସେନା ଓ ଆମେରିକା ପ୍ରଶାସନ ସର୍ବଦା ପରୋକ୍ଷ କିମ୍ବାର ପ୍ରତ୍ୟକ୍ଷ ଭାବେ ଆତଙ୍କୀ ସଂଗଠନ ଗୁଡ଼ିକ ସହ ସମ୍ପର୍କ ରଖୁଛନ୍ତି। ଏଥିସହ ସେମାନେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଛନ୍ତି।

ଆମେରିକା ଏକାଧିକ ଦେଶ ବିରୋଧରେ ଆତଙ୍କବାଦୀଙ୍କୁ ଆକ୍ରମଣ କରିବା କ୍ଷେତ୍ରରେ ସହଯୋଗ କରୁଛି। ତେଣୁ ଆମେରିକା ହେଉଛି ଆତଙ୍କବାଦର ବିଶ୍ୱସ୍ତରୀୟ ନେତା। ବିଶ୍ୱରେ ଆଜି ଆତଙ୍କବାଦର ପ୍ରଚାର କିଏ କରୁଛି? ଆଇଏସ୍‌ଆଇଏସ୍‌ ଭଳି ଆତଙ୍କୀ ସଂଗଠନକୁ କିଏ ବ୍ୟବହାର କରିବାକୁ ଚେଷ୍ଟା କରିଥିଲା? ଆମେରିକା ଏବେ ବି ଆଇଏସ୍‌ଆଇଏସ୍‌ ମୁଖ୍ୟକୁ ନିଜ ପାଖରେ ଲୁଚାଇ ରଖିଛି। ଆମେରିକା ପ୍ରଶାସନ ଆଇଏସ୍‌ ମୁଖ୍ୟକୁ କେଉଁଠି ଲୁଚାଇ ରଖିଛି, ସେକଥା କାହିଁକି କାହାକୁ କହୁନାହିଁ? ଇରାନ୍‌କୁ ସର୍ବଦା ଆମେରିକା କ୍ଷତି ପହଞ୍ଚାଇବାକୁ ଚାହୁଁଛି। କିନ୍ତୁ ଏହାର ପରିଣାମ ଭୟଙ୍କର ହେବ ବୋଲି ସେ କହିଛନ୍ତି।

ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁମୋଦନ କ୍ରମେ ରିଭଲ୍ୟୁଶନାରୀ ଗାର୍ଡଙ୍କୁ ୱାଶିଂଟନ୍‌ ପକ୍ଷରୁ ଆତଙ୍କବାଦୀ ସଂଗଠନର ମାନ୍ୟତା ଦିଆଯାଇଥିଲା।



from Odisha Reporter http://bit.ly/2UslTNo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages