ନବୀନ ନିବାସ ନିଲାମର ଗୁମର ଖୋଲିଲେ ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ନବୀନ ନିବାସ ନିଲାମର ଗୁମର ଖୋଲିଲେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ବିଚଳିତ ହେଲାଣି ବିଜେଡି। ଯଦି କେନ୍ଦ୍ରାପଡ଼ାରେ ଅପରାଜେୟ, ତାହେଲେ ଦଳର ମୁଖିଆ ଦୁଇ ଦିନ ପ୍ରଚାରରେ ଆସି କାହିଁକି ପଡ଼ି ରହୁଛନ୍ତି। ଏତେ ସଂଖ୍ୟାକ ବିଧାୟକ ଓ ମନ୍ତ୍ରୀ କେନ୍ଦ୍ରାପଡ଼ାରେ କାହିଁକି ଡେରା ପକାଇଛନ୍ତି। ଯାହା ଅନ୍ୟ କେଉଁଠି ହୋଇନାହିଁ। ଏଇଠି ବିଜେଡିର ନରଭସ୍‌ନେସ୍‌ ଦେଖିବାକୁ ମିଳୁଛି। ‘ଓଟିଭି’କୁ ସାକ୍ଷାତକାର ଦେଇ ଏଭଳି ପ୍ରଶ୍ନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା।

ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ସେ ଗୁଜବ କରୁଥିବା ନେଇ ନବୀନଙ୍କ ‌ଆରୋପର କଡ଼ା ଜବାବ ଦେଇଛନ୍ତି ବୈଜୟନ୍ତ। କହିଛନ୍ତି,“ମୁଁ ସବୁବେଳେ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛି, ନବୀନଙ୍କୁ ଦୀର୍ଘାୟୁ ଦିଅନ୍ତୁ, ତାଙ୍କୁ ଭଲ ସ୍ୱାସ୍ଥ୍ୟ ସହ ସଦବୁଦ୍ଧି ଦିଅନ୍ତୁ। ନବୀନ କୋଟେରୀର ଚକ୍ରାନ୍ତ ଥିଓରିରେ ନ ଫସନ୍ତୁ, ବୁଝନ୍ତୁ। ପିଲାଙ୍କ ଭଳିଆ ଏମିତି ନ ହୁଅନ୍ତୁ।”

ବୈଜୟନ୍ତ କହିଛନ୍ତି,“ଭାରତର ସବୁଠାରୁ ଅଧିକ ପିଇବା‍ ପାଣି ପ୍ରକଳ୍ପ ସାଂସଦ ପାଣ୍ଠିରୁ କରିବା, କେନ୍ଦ୍ରାପଡ଼ାରେ ରେଲୱେ ଲାଇନ ନଥିଲା, ତାହା କରିବା ଓ ଶହଶହ ଯୁବକଙ୍କୁ ବିଦେଶରୁ ଉଦ୍ଧାର କରି ଆଣିବା ବେଇମାନି କି ସ୍ୱାଭିମାନୀ, ଲୋକେ ନିଷ୍ପତ୍ତି ନେବେ।”

ସେ ଆହୁରି କହିଛନ୍ତି,“ଶାସକ ଦଳର ମୁଖିଆ ମୋ ପିତାଙ୍କ ବିୟୋଗ ପରେ ଦେଖିବାକୁ ଆସିଲେ ନାହିଁ, ଏବଂ କାହାକୁ ତାଙ୍କ ଦଳରୁ ଛାଡ଼ିଲେ ନାହିଁ, ଏହା ବେଇମାନି କି ସ୍ୱାଭିମାନୀ, ଲୋକେ ନିଷ୍ପତ୍ତି ନେବେ।”

ନବୀନ ନିବାସ ଗୁମର ଖୋଲିଲେ: ବୈଜୟନ୍ତ କହିଛନ୍ତି,“୧୯୭୯ ମସିହାରେ ବିଜୁ ବାବୁଙ୍କ ଅନୁରୋଧରେ ମୋ ପିତା ତାଙ୍କ ଲୋନ୍‌ ନିଜ ମୁଣ୍ଡରେ ନେଇଥିଲେ। ତାଙ୍କର ପର୍ସନାଲ ଗ୍ୟାରେଣ୍ଟର ହୋଇଥିଲେ। କାରଣ, ସେତେବେଳେ ତାଙ୍କର କଳିଙ୍ଗ ଟ୍ୟୁବ୍ସ ବନ୍ଦ ହୋଇଯାଇଥିଲା। ତାଙ୍କ ଦୁଇ ଘର ନବୀନ ନିବାସ ଓ ଦିଲ୍ଲୀର ଔରଙ୍ଗଜେବ୍ ରୋଡ୍‌ ସ୍ଥିତ ଘର ନିଲାମ ହେବାକୁ ଯାଉଥିଲା। ମୋ ପିତା ଯଦି ପର୍ସନାଲ ଗ୍ୟାରେଣ୍ଟର ହୋଇ ନଥାନ୍ତେ,ସେ ନବୀନ ନିବାସରେ ରହିପାରି ନଥାନ୍ତେ। ଏମିତିଆ ବ୍ୟକ୍ତିଙ୍କର ବିୟୋଗ ସମୟରେ ନବୀନ ଫୁଲଟିଏ ବି ଦେଇପାରିଲେ ନାହିଁ। ଏହା ବେଇମାନି ନୁହେଁ ତ କ’ଣ?”



from Odisha Reporter http://bit.ly/2UF5twE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages