ନିର୍ମାତା ହେବାକୁ ମନ ବଳାଇଲେଣି କ୍ୟାଟ୍ରିନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ନିର୍ମାତା ହେବାକୁ ମନ ବଳାଇଲେଣି କ୍ୟାଟ୍ରିନା

ମୁମ୍ୱାଇ:  ବଲିଉଡ଼ର ଆଗଧାଡ଼ିର ନାୟିକା କ୍ୟାଟ୍ରିନାଙ୍କ ମୁଣ୍ଡକୁ ଏବେ ଜୁଟିଛି ନୂଆ ଆଇଡ଼ିଆ। ଅଭିନେତ୍ରୀ ହିସାବରେ ସଫଳତା ପାଇବା ପରେ ଏବେ ସେ ନିର୍ମାତା ହେବାକୁ ମନ ବଳାଇଲେଣି। ତାଙ୍କ ସମକକ୍ଷ ଦୀପିକା ଓ ଅନୁଷ୍କା ପୂର୍ବରୁ ଏ ଲାଇନରେ ପାଦ ଥାପି ସାରିଥିବା ବେଳେ ସେ ବି କାହିଁକି ପଛରେ ରହିବେ। ସେଥିପାଇଁ ଯାହାବି କଷ୍ଟ ପଡ଼ୁ ସେ ନିର୍ମାତା ହେବା ଲାଗି ମନସ୍ଥ କରି ସାରିଲେଣି। କେତେ ସଫଳତା ମିଳୁଛି ତାହା ପର କଥା।

ଫିଲ୍ମ ‘ଭାରତ’ରେ ସଲମାନଙ୍କ ବିପକ୍ଷରେ ନାୟିକା ସାଜିଥିବା କ୍ୟାଟ୍ରିନାଙ୍କୁ ଏକ ଶୋ’ରେ ଯେତେବେଳେ ତାଙ୍କୁ ଭବିଷ୍ୟତ ଯୋଜନା ସମ୍ପର୍କରେ ପଚରାଗଲା ସେ ନିର୍ମାତା ହେବାକୁ ଯୋଜନା ରଖିଥିବା କହିଛନ୍ତି। ଏଥିରେ କ୍ୟାଟ୍ରିନା ଜଣେ ଯୁବତୀ ସହ ବୟସ୍କା ଚରିତ୍ରରେ ବି ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ଚରିତ୍ର ନାମ ‘ କୁମୁଦ’ ରହିଛି।

ସଲମାନ ଖାନଙ୍କ ସହ ବନ୍ଧୁତାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି  ବଲିଉଡ଼ ବିୟୁଟି ଏବେ କଣ୍ଟେଣ୍ଟ ଡେଭଲପମେଣ୍ଟ କରିବାକୁ ଭାରି ଇଚ୍ଛା କଲେଣି । ଏଥିଲାଗି ତ କହି ବୁଲୁଛନ୍ତି ଖୁବ୍‌ ଶୀଘ୍ର ନିର୍ମାତା ହେବେ ବୋଲି।

ତାଙ୍କ ପ୍ରତିଦ୍ୱନ୍ଦି ଅନୁଷ୍କା ଶର୍ମା ନିଜ ପ୍ରଡ଼କ୍ସନ ହାଉସରେ ‘ଏନଏଚ ୧୦’ ଓ  ‘ପରୀ’ ଫିଲ୍ମର ପ୍ରଡ୍ୟୁସ କରିଛନ୍ତି। ସେହିପରି ଦୀପିକା ମଧ୍ୟ ତାଙ୍କର ଅପ କମିଙ୍ଗ ଫିଲ୍ମ ‘ ଛପକ୍‌‘ରେ ମୁଖ୍ୟ ଭୂମିକା ତୁଲାଉଥିବା ବେଳେ ଏହାର କୋ ପ୍ରଡ୍ୟୁସର ମଧ୍ୟ ଅଛନ୍ତି। ଏଥିଲାଗି ଯାହା ବି ହେଉ ନିର୍ମାତା ହେବା ଲାଗି ଅଣ୍ଟା ଭିଡ଼ିଲେଣି ମିସ୍‌ କେଫ୍‌।



from Odisha Reporter http://bit.ly/2ILc3QK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages