ମୋଦିଙ୍କ ପାଇଖାନା, ନବୀନଙ୍କ କବାଟ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ମୋଦିଙ୍କ ପାଇଖାନା, ନବୀନଙ୍କ କବାଟ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆରେ ଏବେ ନିର୍ବାଚନ ପ୍ରଚାର ଜୋର୍‌ ଧରିଛି। ବିଭିନ୍ନ ଗ୍ରୁପରେ ପ୍ରାର୍ଥୀଙ୍କ ପାଇଁ ଅନ୍‌ଲାଇନ୍‌ ପ୍ରଚାର ଚାଲୁଛି। ଗସିପ୍‌ ସାଙ୍ଗକୁ ହାସ୍ୟରୋଳରେ ହଲଚଲ୍ ହେଉଛି ସୋଶାଲ ମିଡିଆ। ଏଇ ଏଇ ଭାଇରାଲ ହୋଇଛି ଏମିତି କିଛି ମେସେଜ୍‌ ଆଉ ଫଟୋ ଯାହାକୁ ଦେଖି ଆମେ ତାଜ୍ଜୁବ୍‌।

କେହି ଜଣେ ବ୍ୟକ୍ତି ସ୍ୱଚ୍ଛ ଭାରତ ଅଭିଯାନରେ ହିତାଧିକାରୀଙ୍କୁ ମିଳୁଥିବା ପାଇଖନାର ଫଟୋ ପୋଷ୍ଟ କରି ଲେଖିଛନ୍ତି, “ମୋଦି ପାଇଖାନାରେ ନବୀନ କବାଟ, କୋଉଠି ରହିଲା ଦଳ ମଧ୍ୟେ ଫାଟ ।” ଯାହାକୁ ପଢିଲା ପରେ ଆପଣ ହସିହସି ଗଡିଯିବେ। ବାସ୍ତବରେ ସ୍ୱଚ୍ଛ ଭାରତ ପାଇଖାନାରେ ଥିବା କବାଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ପୋଷ୍ଟର ଲାଗିଛି। ଯାହାକୁ ଦେଖି କେହି ଏଭଳି କ୍ୟାପସନ୍‌ ଦେଇଛନ୍ତି। ଫଟୋଟି ସମ୍ଭବତଃ ବାଲେଶ୍ୱର ଜିଲ୍ଲାର ବୋଲି ଅନୁମାନ କରିପାରିବେ । କାରଣ ପୋଷ୍ଟରରେ ନବୀନଙ୍କ ସହ ବାଲେଶ୍ୱର ଏମ୍‌ପି ରବୀନ୍ଦ୍ର ଜେନାଙ୍କ ଫଟୋ ରହିଛି।

ସେହିପରି କେହି ଜଣେ ୟୁଜର ଓଡ଼ିଶାର ଗଣମାଧ୍ୟମର ସଂସ୍ଥାଗୁଡିକର ମାଲିକଙ୍କ ନିର୍ବାଚନ ଲଢେଇ ନେଇ ରୋଚକ ଢଙ୍ଗରେ ଲେଖାଟିଏ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ପ୍ରାର୍ଥୀ ହୋଇଥିବା ଦଳୀୟ ନେତା ନିର୍ବାଚନ ମଣ୍ଡଳୀ ସହ ସେମାନଙ୍କ ମାଲିକାନାରେ ଥିବା ଗଣମାଧ୍ୟମ ସଂସ୍ଥାର ନାମ ରହିଛି। ଲେଖାଯାଇଛି, “ଟିକେଟ ମିଳିଛି କେଉଁଠି କିଏ ଲଢ଼ୁଛନ୍ତି  :-କେନ୍ଦ୍ରାପଡାରୁ :- OTV, ଖଣ୍ଡପଡାରୁ :-  Kanak TV & ସମ୍ବାଦ, କନ୍ଧମାଳରୁ :- Kalinga TV, ବାଲେଶ୍ୱରରୁ :- News World Odisha, ଯାଜପୁରରୁ :- MBC TV, କଟକରୁ :- ପ୍ରଜାତନ୍ତ୍ର, ବାଲିକୁଦା ଏରସମାରୁ :- ସଞ୍ଚାର, ଵ୍ରହ୍ମଗିରିରୁ- :- ସର୍ବସାଧାରଣ, ଜଗତସିଂହପୁରରୁ :- ସମୟ। ”

ହେଲେ ଏହି ଲେଖାର ସବା ତଳେ ଏମିତି କଥା ଲେଖା ହୋଇଛି ଯାହାକୁ ପଢି ଆପଣ ନିଜ ହସ ରୋକି ପାରିବେନି। ଦୈନିକ ଧରିତ୍ରୀର ସମ୍ପାଦକ ତଥା ପୂର୍ବତନ ଢେଙ୍କାନାଳ ଏମ୍‌ପି ତଥାଗତ ଶତପଥୀ ଏଥର ନିର୍ବାଚନ ଲଢିବେନି ବୋଲି ମନା କରିଥିବାରୁ ୟୁଜର ଜଣକ “ଏଥର ନିର୍ବାଚନରେ ‘ଧରିତ୍ରୀ’ ବିଶ୍ରାମ ନେଇଛନ୍ତି” ବୋଲି ଲେଖିଛନ୍ତି।

ସେହିପରି ଅନ୍ୟଜଣେ ୟୁଜର ହାସ୍ୟରସାତ୍ମକ କଥା ଲେଖି ନ ଥିଲେ ମଧ୍ୟ ରାଜ୍ୟରେ ଶିଳ୍ପାୟନ କିପରି ନଷ୍ଟ ହୋଇଛି, ସେ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି,  “କୋଣାର୍କ ଟିଭି ବୁଡିଲା, ଅଏଲ୍ ଓଡିଶା ବୁଡିଲା, ଇପିଟ୍ରନ୍ ଟାଇମସ୍ ବୁଡିଲା, କୋଣାର୍କ ଝୋଟକଳ ବୁଡିଲା, ଓଟିଏମ୍ ବୁଡିଲା, କଳିଂଗ ଟ୍ଯୁବସ୍ ବୁଡିଲା, ଟିପିଏମ୍ ବୁଡିଲା, ବାରଙ୍ଗ କାଚ କାରଖାନା ବୁଡିଲା, ଇଷ୍ଟ କୋଷ୍ଟ ଫର୍ଟିଲାଇଜର ବୁଡିଲା, ନୟାଗଡ ଚିନି କାରଖାନା ବୁଡିଲା, ବଡମ୍ୱା ଚିନି କାରଖାନା ବୁଡିଲା, ବରଗଡ ଚିନି କାରଖାନା ବୁଡିଲା, ଆସ୍କା ଚିନି କାରଖାନା ବୁଡିଲା, ଏସ୍ଏନ୍ କର୍ପୋରେସନ୍ ବୁଡିଲା, ଜେ.କେ. ସିନ୍ଥେଟିକ୍ସ ବୁଡିଲା, ବିଲାତି ଓଡିଶା ବୁଡିଲା, ହଜାରେ ଦିନରେ ହଜାରେ କୋଟିରେ ହଜାରେ ଶିଳ୍ପ ବୁଡିଲା, ପାର୍ବତୀ ପାୱାରଲୁମ୍, ଜଗତସିଂହପୁର ବୁଡିଲା, ବଳଦେବଜୀଉ ପାୱାରଲୁମ୍, କେନ୍ଦ୍ରାପଡା ବୁଡିଲା, ମା ବାଉତୀ ପାୱାରଲୁମ୍, ଆଠଗଡ ବୁଡିଲା, ମାଣିକେଶ୍ୱରୀ ପାୱାରଲୁମ୍, କଳାହାଣ୍ଡି ବୁଡିଲା, ମଧୁନଗର ପାୱାରଲୁମ୍, କଟକ ବୁଡିଲା, ଛତିଆ ୱେଭିଂ ମିଲ୍, ଯାଜପୁର ବୁଡିଲା, ବରୁଣେଇ ପାୱାରଲୁମ୍, ଖୋର୍ଦ୍ଧା ବୁଡିଲା, ବ୍ରହ୍ମପୁର ପାୱାରଲୁମ୍, ଗଂଜାମ ବୁଡିଲା, ରାମନଗର ପାୱାରଲୁମ୍, ବରଗଡ ବୁଡିଲା, ବାରିପଦା ପାୱାରଲୁମ୍, ମୟୁରଭଞ୍ଜ ବୁଡିଲା, ମହାଲକ୍ଷ୍ମୀ ପାୱାରଲୁମ୍, ସୁନ୍ଦରଗଡ ବୁଡିଲା। ତା ସହିତ ୧୩ ଟା ସ୍ପିନିଂ ମିଲ୍ ବୁଡିଲା”

ଏହି କଥା ଲେଖିବା ସହ ୟୁଜର ଜଣକ ପ୍ରଶ୍ନ କରିଛନ୍ତି, “ଯଦି ଗୋଟାଏ ରାଜ୍ୟରେ ଜେଜେ ବିପିଏଲ୍, ବାପା ବିପିଏଲ୍, ନାତି ବିପିଏଲ୍ ହେବ ସେ ରାଜ୍ୟରେ ଗୋଟାଏ ନିର୍ବାଚିତ ସରକାର ରହିବ କାହିଁକି?

ଏତେ ଭିତରେ ଏହି ମାର୍ମିକ ପ୍ରଶ୍ନର ଉତ୍ତର କେବଳ ପାଠକ ହିଁ ଦେଇପାରିବେ।



from Odisha Reporter https://ift.tt/2uLr2kH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages