ମୁମ୍ବାଇର ୧୦୦ତମ ବିଜୟରେ ହାର୍ଦ୍ଦିକ ହିରୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ମୁମ୍ବାଇର ୧୦୦ତମ ବିଜୟରେ ହାର୍ଦ୍ଦିକ ହିରୋ

ମୁମ୍ବାଇ: ଚଳିତ ଆଇପିଏଲର ବୁଧବାର ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୩୭ ରନରେ ଚେନ୍ନାଇ ସୁପର କିଙ୍ଗସ ହରାଇ ୧୦୦ତମ ବିଜୟ ହାସଲ କରିଛି। ମୁମ୍ବାଇ ଆଇପିଏଲର ପ୍ରଥମ ଟିମ୍ ଭାବେ ବିଜୟର ଶତକ ଲଗାଇଛି। ଅନ୍ୟପକ୍ଷରେ ଚଳିତ ସିଜନରେ ଚେନ୍ନାଇର ଏହା ପ୍ରଥମ ପରାଜୟ।

ଏହି ମ୍ୟାଚରେ ବ୍ୟାଟିଂ ଆମନ୍ତ୍ରଣ ପାଇ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୫ ୱିକେଟ ହରାଇ ୧୭୦ ରନ୍ କରିଥିଲା। ଜବାବରେ ଚେନ୍ନାଇ ୨୦ ଓଭରରେ ୮ ୱିକେଟ ହରାଇ ୧୩୩ ରନ କରିବାକୁ ସକ୍ଷମ ହୋଇଥିଲା। ମୁମ୍ବାଇର ଏହି ବିଜୟରେ ହିରୋ ସାଜିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ପାଣ୍ଡ୍ୟା ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଥିଲେ।

ପାଣ୍ଡ୍ୟା ମାତ୍ର ୮ ବଲରେ ୧ ଚୌକା ଓ ୩ ଛକା ବଳରେ ୨୫ ରନ୍ କରି ଅପରାଜିତ ଥିଲେ। ତାଙ୍କୁ ବ୍ୟାଟିଂରେ ଭରପୂର ସହଯୋଗ କରିଥିଲେ କାଇରନ୍ ପୋଲାର୍ଡ, ଯିଏ ୭ ବଲରେ ୨ ଛକା ସହ ୧୭ ରନ୍ କରିଥିଲେ। ଦୁହେଁ ୧୯ତମ ଓଭରରେ ୧୫ ରନ୍ ଓ ଶେଷ ଓଭରରେ ୨୯ ରନ୍ ସଂଗ୍ରହ କରିଥିଲେ।

ବୋଲିଂରେ ମଧ୍ୟ ପାଣ୍ଡ୍ୟା କମାଲ୍ କରିଥିଲେ। ପାଣ୍ଡ୍ୟା ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ରବୀନ୍ଦ୍ର ଜାଡେଜା ଓ ଦୀପକ ଚହରଙ୍କୁ ଆଉଟ କରିଥିଲେ। ମୁମ୍ବାଇ ପକ୍ଷରୁ ବ୍ୟାଟିଂରେ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୫୯ ଓ କୃନାଲ ପାଣ୍ଡ୍ୟା ମଧ୍ୟ ୪୨ ରନର ଯୋଗଦାନ କରିଥିଲେ।

୧୭୦ ରନର ଲକ୍ଷ୍ୟର ପିଛା କରୁଥିବା ଚେନ୍ନାଇ ଖରାପ ଆରମ୍ଭ କରିଥିଲା। ଦଳ ୩୩ ରନରେ ୩ ୱିକେଟ ହରାଇ ବିପଦରେ ପଡ଼ିଥିଲା । ତେବେ ଧୋନି ଓ କେଦାର ଯାଦବ ଚତୁର୍ଥ ୱିକେଟ ପାଇଁ ୫୪ ରନ୍ ଯୋଡ଼ିଥିଲେ ହେଁ, ତାହା ଦଳ ପାଇଁ ଯଥେଷ୍ଟ ହୋଇନଥିଲା। ଫଳରେ ଚେନ୍ନାଇ ଟିମ୍ ନିର୍ଦ୍ଧାରିତ ଓଭରରେ ମାତ୍ର ୧୩୩ ରନ୍ କରିପାରିଥିଲା । ଚେନ୍ନାଇ ବିପକ୍ଷ ବିଜୟ ପରେ ମୁମ୍ବାଇ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନକୁ ଉଠିଛି।

୨୦୦୮ରେ ଆରମ୍ଭ ହୋଇଥିବା ଏହି ଲିଗରେ ମୁମ୍ବାଇ ସର୍ବାଧିକ ୧୭୫ ମ୍ୟାଚ୍ ଖେଳିଛି। ଏହି ମ୍ୟାଚ ପୂର୍ବରୁ ମୁମ୍ବାଇ ୧୭୪ ମ୍ୟାଚରେ ୯୯ ବିଜୟ ହାସଲ କରିଥିଲା। କିନ୍ତୁ ପାଣ୍ଡ୍ୟାଙ୍କ ଦମଦାର ପ୍ରଦର୍ଶନ ଦ୍ୱାରା ମୁମ୍ବାଇ ବିଜୟର ଶତକ ଲଗାଇବାରେ ସଫଳ ହୋଇଛି।

ମୁମ୍ବାଇ ୯୯ ମ୍ୟାଚ୍ ସିଧାସଳଖ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ସୁପର ଓଭରରେ ଜିତିଛି। ତେବେ ସଂଯୋଗର କଥା ହେଉଛି, ମୁମ୍ବାଇ ତା’ର ଉଭୟ ୫୦ତମ ଓ ୧୦୦ତମ ବିଜୟ ଚେନ୍ନାଇ ବିପକ୍ଷରେ ହିଁ ହାସଲ କରିଛି। ଆଇପିଏଲ ସର୍ବାଧିକ ବିଜୟ ମାମଲାରେ ଚେନ୍ନାଇ ଦ୍ୱିତୀୟ ସ୍ଥାନରେ ଅଛି। ଚେନ୍ନାଇ ୧୫୨ ମ୍ୟାଚରେ ୯୩ ବିଜୟ ହାସଲ କରିଛି।

ଏହା ପରେ କୋଲକାତା ନାଇଟ୍ ରାଇଡର୍ସ ୧୬୭ ମ୍ୟାଚରେ ୮୮ ବିଜୟ, କିଙ୍ଗସ ଇଲେଭେନ୍ ପଞ୍ଜାବ ୧୬୬ ମ୍ୟାଚରେ ୭୯ ବିଜୟ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୭୧ ମ୍ୟାଚରେ ୭୯ ବିଜୟ, ରାଜସ୍ଥାନ ରୟାଲ୍ସ ୧୩୭ ମ୍ୟାଚରେ ୭୧ ବିଜୟ, ଦିଲ୍ଲୀ କ୍ୟାପିଟାଲ୍ସ ୧୬୫ ମ୍ୟାଚରେ ୬୯ ବିଜୟ, ସନରାଇଜର୍ସ ହାଇଦ୍ରାବାଦ ୯୬ ବଲରେ ୫୪ ବିଜୟଳ ଡେକାନ୍ ଚାର୍ଜର୍ସ ୭୫ ମ୍ୟାଚରେ ୨୯ ବିଜୟ, ରାଇଜିଂ ପୁନେ ସୁପର ଜାଏଣ୍ଟସ୍ ୩୦ ମ୍ୟାଚରେ ୧୫ ବିଜୟ, ଗୁଜରାଟ ଲାୟନ୍ସ ୩୦ ମ୍ୟାଚରେ ୧୩ ବିଜୟ, ପୁନେ ୱାରିୟର୍ସ ୪୬ ମ୍ୟାଚରେ ୧୨ ବିଜୟ ଓ କୋଚି ଟସ୍କର୍ସ କେରଳ ୧୪ ମ୍ୟାଚରେ ୬ ବିଜୟ ହାସଲ କରିଛି।



from Odisha Reporter https://ift.tt/2WM5lfY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages