ଆଜି କେନ୍ଦୁଝର ଆସିବେ ଅମିତ ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ଆଜି କେନ୍ଦୁଝର ଆସିବେ ଅମିତ ଶାହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପୁଣିଥରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।  ସେ କେନ୍ଦୁଝର ଆସି ମେଡିକାଲ କଲେଜ ପଡ଼ିଆରେ ଏକ ସାଧାରଣ  ସଭାରେ ଯୋଗଦେବେ। ମିଶନ ୧୨୦କୁ ସଫଳ କରିବା ପାଇଁ ବିଜେପି କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେବେ।

ଶାହଙ୍କ ଗସ୍ତକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇ ଉଠିଛି। ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହାପରେ ୧୭ ତାରିଖରେ ଶାହ ପୁଣି ଓଡ଼ିଶା ଆସି ବଡ଼ମ୍ବା ଓ ଢେଙ୍କାନାଳ ସଭାରେ ଯୋଗଦେବେ।

ଆସନ୍ତା ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ସମ୍ବଲପୁର ଓ ଭୁବନେଶ୍ୱରରେ ସାଧାରଣ ସଭାକୁ ସମ୍ବୋଧନ କରିବେ ମୋଦି।



from Odisha Reporter http://bit.ly/2X4Mw7X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages