
କେନ୍ଦୁଝର (ଓଡ଼ିଶା ରିପୋର୍ଟର):କେନ୍ଦୁଝର ଜିଲ୍ଲା ଘସିପୁରାରେ କଂଗ୍ରେସ ଶୋଭାଯାତ୍ରା ବେଳେ ଉତ୍ତେଜନା ଦେଖାଦେଇଛି। କଂଗ୍ରେସ ନେତା ଜୟଦେବ ଜେନାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସୈଲଂଗ ଛକରୁ ଘସିପୁରା ଥାନା ଅଭିମୁଖେ ଯାଉଥିବା ବେଳେ ପୁଲିସ ସହିତ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ କର୍ମୀ ।
ଗତ ୫ ତାରିଖ ରାତିରେ ଘସିପୁରା ଥାନାରେ ଗଣ୍ଡଗୋଳ ଘଟଣାରେ ପୂର୍ବତନ ପୌରାଧ୍ୟକ୍ଷ ସୁରେଶ ସାହୁ ଓ ତାଙ୍କ ଭାଇଙ୍କ ଗିରଫର ପ୍ରତିବାଦରେ କଂଗ୍ରେସ ଏହି ରାଲି କରୁଥିଲା।
ତେବେ ବିନା ଅନୁମତିରେ ଏହି ଶୋଭାଯାତ୍ରା କରାଯାଇଥିବା ଦର୍ଶାଇ ତାକୁ ଅଟକାଇଥିଲା ପୁଲିସ। ଏହାକୁ ନେଇ ସୃଷ୍ଟି ହୋଇଥିଲା ଉତ୍ତେଜନା। ସମସ୍ୟାର ସମାଧାନ ପାଇଁ ପୁଲିସ ପ୍ରତିଶ୍ରୁତି ଦେବା ପରେ ବନ୍ଦ ହୋଇଥିଲା କଂଗ୍ରେସର ଶୋଭାଯାତ୍ରା।
from Odisha Reporter http://bit.ly/2uSXtgS
No comments:
Post a Comment