
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳା ସଶକ୍ତିକରଣ ପାଇଁ କଂଗ୍ରେସ ଦେଉଥିବା ସ୍ଲୋଗାନ ଏବେ ବଡ଼ ଉପହାସ ଭାବେ ପ୍ରମାଣିତ ହୋଇଛି ବୋଲି ପିସିସି ଉପସଭାପତି ତଥା ମିଡିଆ କମିଟି ଉପଦେଷ୍ଟା କୈଳାସ ଆଚାର୍ଯ୍ୟ କହିଛନ୍ତି। ମହିଳା ସଭାନେତ୍ରୀ ସୁମିତ୍ରା ଜେନାଙ୍କୁ ଟିକେଟ୍ ନିମଳିବା ପ୍ରସଙ୍ଗରେ ସେ ସୋଶାଲ ମିଡିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।
ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଆଜି ଆଉ ୯ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଦଳ ସମସ୍ତ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିବାବେଳେ ପିସିସି ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କୁ ଟିକେଟ୍ ଦେଇନାହିଁ। ଶ୍ରୀମତୀ ଜେନା ଦଳୀୟ ଟିକେଟ୍ ଆଶାରେ କଂଗ୍ରେସ ଭବନ ସମ୍ମୁଖରେ ଧାରଣା ଦେଇଥିଲେ।

ଶ୍ରୀମତୀ ଜେନାଙ୍କୁ ଟିକେଟ୍ ନମିଳିବା ପରେ ଶ୍ରୀ ଆଚାର୍ଯ୍ୟ ନିଜର ଫେସବୁକ ପେଜରେ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ “ଚଳିତ ନିର୍ବାଚନରେ ପିସିସି ମହିଳା ସଭାନେତ୍ରୀ ସୁମିତ୍ରା ଜେନାଙ୍କୁ ଟିକେଟ୍ ନମିଳିବା ତାଙ୍କୁ ଚକିତ କରିଛି। ମହିଳା ସଶକ୍ତିକରଣ ପାଇଁ କଂଗ୍ରେସ ଦେଉଥିବା ସ୍ଲୋଗାନ ଏବେ ଏକ ବଡ଼ ଉପହାସ ଭାବେ ପ୍ରମାଣିତ ହୋଇଛି।”
ତେବେ ଶ୍ରୀ ଆଚାର୍ଯ୍ୟ ନିଜର ଏହି ଅସନ୍ତୋଷ ସୋଶାଲ ମିଡିଆରେ ବ୍ୟକ୍ତ କରିବାର କିଛି ସମୟ ପରେ ତାକୁ ଡିଲିଟ୍ କରିଦେଇଥିବା ଜଣାପଡ଼ିଛି।
from Odisha Reporter http://bit.ly/2ORKFAw
No comments:
Post a Comment