ଶ୍ରୀଲଙ୍କା ବିସ୍ଫୋରଣ ପଛରେ ସ୍ଥାନୀୟ ଇସଲାମିଷ୍ଟ ଗ୍ରୁପ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ଶ୍ରୀଲଙ୍କା ବିସ୍ଫୋରଣ ପଛରେ ସ୍ଥାନୀୟ ଇସଲାମିଷ୍ଟ ଗ୍ରୁପ୍‌!

କଲମ୍ବୋ: ଖ୍ରୀଷ୍ଟଧର୍ମର ପବିତ୍ର ଇଷ୍ଟର ରବିବାରରେ ଶ୍ରୀଲଙ୍କାରେ ସଂଘଟିତ ଗଣସଂହାର ପଛରେ ସ୍ଥାନୀୟ ମୌଳବାଦୀ ଇସଲାମିଷ୍ଟ ଗ୍ରୁପ୍‌ ନ୍ୟାଶନାଲ ଥୋୱେଥ ଜାମାତ(ଏନ୍‌ଟିଜେ)ର ହାତ ରହିଛି। ୮ଟି ବିସ୍ଫୋରଣରୁ ୭ଟି ଆତ୍ମଘାତୀ ଆତଙ୍କୀଙ୍କ ଦ୍ୱାରା କରାଯାଇଥିବା ଆଜି ସରକାରୀ ମୁଖପାତ୍ର ରଜିତା ସେନରତ୍ନେ କହିଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏହି ନରସଂହାର ଘଟଣାରେ ୨୯୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଯୋଜନାବଦ୍ଧ ଢଙ୍ଗରେ ଏହି ସଂଗଠନ ଏଭଳି ଆକ୍ରମଣକୁ ଚୂଡ଼ାନ୍ତ ରୂପ ଦେଇଛି। ଅନ୍ତର୍ଜାତୀୟ ସଂଗଠନର ସହାୟତାରେ ସ୍ଥାନୀୟ ବିଦ୍ରୋହୀ ଗୋଷ୍ଠୀ ଏଭଳି ଭୟଙ୍କର ଆକ୍ରମଣ କରିଛନ୍ତି। ଆତ୍ମଘାତୀ ଆକ୍ରମଣ କରିଥିବା ୭ ଜଣ ଆତଙ୍କୀ ଶ୍ରୀଲଙ୍କାର ନାଗରିକ।

ଗତକାଲି ହମ୍‌ଲା ପରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଥିଲା। ଆଜି ସକାଳୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। ତେବେ ଆଜି ସନ୍ଧ୍ୟା ଆଠଟାରୁ ପରଦିନ ସକାଳ ୪ଟା ପର୍ଯ୍ୟନ୍ତ ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରାଯିବ। ସେହିପରି ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କୁ ଗିରଫ କରାଯାଇଛି।

ରଜିତା ସେନରତ୍ନେ କହିଛନ୍ତି, “ଆମେ ବିଶ୍ୱାସ କରିପାରୁନାହୁଁ ଯେ ଆମ ଦେଶରେ ଥିବା ଲୋକମାନେ ହିଁ ଏଭଳି ନାରକୀୟ କାଣ୍ଡ ଘଟାଇଛନ୍ତି। ଅନ୍ତର୍ଜାତୀୟ ସଂଗଠନର ସହଯୋଗ ବିନା ଏଭଳି ଆକ୍ରମଣକୁ ଫଳପ୍ରଦ କରିବା ସମ୍ଭବ ନୁହେଁ। ୭ ଜଣ ଆତ୍ମଘାତୀ ଆତଙ୍କୀଙ୍କ ମଧ୍ୟରୁ ୨ ଜଣ କଲମ୍ବୋର ସି’ ଫ୍ରଣ୍ଟ ଠାରେ ଥିବା ସାଙ୍ଗ୍ରିଲା ହୋଟେଲ୍‌ରେ ଆତଙ୍କବାଦୀମାନେ ଦୁଇଟି ଆତ୍ମଘାତୀ ବିସ୍ଫୋରଣ କରିଛନ୍ତି। ଅନ୍ୟ ଆତଙ୍କବାଦୀମାନେ ୨ଟି ହୋଟେଲ୍‌ ଓ ୩ଟି ଚର୍ଚ୍ଚରେ ବିସ୍ଫୋରଣ କରିଥିଲେ।”

ଏସବୁ ଆକ୍ରମଣ ପରେ ଏକ ହୋଟେଲ୍‌ ଏବଂ ସହରର ଉପକଣ୍ଠରେ ଥିବା ଘର ମଧ୍ୟରେ ମଧ୍ୟ ବିସ୍ଫୋରଣ ହୋଇଛି। କିନ୍ତୁ ବିସ୍ଫୋରଣର କାରଣ ସମ୍ପର୍କରେ ଜଣାପଡ଼ିନାହିଁ। ଏବେ ବି ଉକ୍ତ ଘଟଣାର ତଦନ୍ତ ଜାରି ରହିଛି। ହୋଟେଲ୍‌ ଗୁଡ଼ିକରେ ବ୍ରେକଫାଷ୍ଟ ପାଇଁ ଆସିଥିବା ଲୋକମାନଙ୍କୁ ଟାର୍ଗେଟ କରି ହିଁ ଏଭଳି ବିସ୍ଫୋରଣ କରାଯାଇଥିଲା। ଯେହେତୁ ଆକ୍ରମଣ ପଛରେ ଅନ୍ତର୍ଜାତୀୟ ସଂଗଠନର ହାତ ରହିଛି, ତେଣୁ ସେମାନଙ୍କୁ ଧରିବା ପାଇଁ ରାଷ୍ଟ୍ରପତି ମୈତ୍ରୀପାଲ ସିରିସେନା ଅନ୍ୟ ରାଷ୍ଟ୍ରଙ୍କ ସହ ଯୋଗାଯୋଗ କରିବେ ବୋଲି ସେ କହିଛନ୍ତି।



from Odisha Reporter http://bit.ly/2IN5Pio

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages