ମୁଖ୍ୟମନ୍ତ୍ରୀ ବିରାଡ଼ି ବୈଷ୍ଣବ ଭଳି ଚୁପ୍ ରହୁଛନ୍ତ: ଧର୍ମେନ୍ଦ୍ର ପ୍ରଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ମୁଖ୍ୟମନ୍ତ୍ରୀ ବିରାଡ଼ି ବୈଷ୍ଣବ ଭଳି ଚୁପ୍ ରହୁଛନ୍ତ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଓଡ଼ିଆ ଲୋକଙ୍କୁ ଡରେଇ ଭୋଟ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଛ ତଥ୍ୟର ସୌଦାଗର ବନିଛନ୍ତି। ନରେନ୍ଦ୍ର ମୋଦି ସରକାର ହେଲେ ରାଜ୍ୟରେ ଗରିବ କଲ୍ୟାଣ ଯୋଜନା ବନ୍ଦ ହୋଇଯିବ ବୋଲି ମିଛ ପ୍ରଚାର କରୁଛନ୍ତି। ମହିଳା ସ୍ୱୟଂ ସହାୟକ ସଂଗଠନ ଗୁଡ଼ିକୁ ଡାକି ବିଜେଡିକୁ ଭୋଟ ନଦେଲେ ସେମାନଙ୍କ ସୁବିଧା କାଟି ଦିଆଯିବ ବୋଲି ବିଜେଡି ଡରାଉଛି, ଧମକାଉଛି। ମୁଖ୍ୟମନ୍ତ୍ରୀ ଏପ୍ରକାର ଡର ତିଆରି ନକରି ଯଦି କାମ କରିଛନ୍ତି ସେଥିପାଇଁ ଭୋଟ ମାଗନ୍ତୁ। ମୁଖ୍ୟମନ୍ତ୍ରୀ ୧୯ ବର୍ଷର ଶାସନରେ କଣ କଲେ ତାହାର ହିସାବ ଦେଉନଥିବା ବେଳେ ଆଗାମୀ ୫ ବର୍ଷରେ କଣ ଯୋଜନା କରିବେ ତାହାର ମଧ୍ୟ ହିସାବ ଦେଉନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦଳ ରାଜନୈତିକ ପ୍ରତିପକ୍ଷଙ୍କୁ ମାରପିଟ କରିବା ସହ ହତ୍ୟା କରିବା ପାଇଁ ପଛାଉନାହିଁ। ଏସବୁ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ବିରାଡ଼ି ବୈଷ୍ଣବଙ୍କ ଭଳି ଚୁପ୍ ରହିଯାଉଛନ୍ତି” ବୋଲି ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଓଡିଶାର ଜନସଧାରଣଙ୍କୁ ଡବଲ ଇଞ୍ଜିନର ସରକାର ପାଇଁ ନିବେଦନ କରାଯାଇଛିା କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଦାୟିତ୍ୱର ବିକାଶର କଳ୍ପନା ତଥା ରାସ୍ତା, ରେଳ, ଜଳସେଚନ, ଗରିବ କଲ୍ୟାଣ କାର୍ଯ୍ୟକ୍ରମ, ଯୁବକ ଓ ଶିକ୍ଷା ପାଇଁ ବିଭିନ୍ନ ଯୋଜନାକୁ ଉଲ୍ଲେଖ କରାଯାଇଛି। ବିଜେପି ସରକାର ହେଲେ ଓଡିଶା ଲୋକଙ୍କ ପାଇଁ କେଉଁ ଯୋଜନା ଓ ଅନ୍ୟାନ୍ୟ ବିକାଶମୂଳକ କାମ କରାଯିବ ସେଥିପାଇଁ ଇସ୍ତାହାରରେ ବିଜେପିର ୯ଟି ସଂକଳ୍ପ ଉଲ୍ଲେଖ କରାଯାଇଛି।

ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ୧୯ ବର୍ଷରେ ରାଜ୍ୟରେ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବକଙ୍କ ରୋଜଗାର ବ୍ୟବସ୍ଥା ପାଇଁ କଣ କଲେ ତାହାର ହିସାବ ଦେଉନାହାନ୍ତି। ରାଜ୍ୟର ଏକତୃତୀୟାଂଶ ଯୁବକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛି, ରାଜ୍ୟର ଚାଷୀ ଆତ୍ମହତ୍ୟା କରୁଛି। ସେହିପରି ଓଡ଼ିଶାରେ ଆୟୁଷ୍ମାନ ଯୋଜନା କାହିଁକି ଲାଗୁ କଲେ ନାହିଁ, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ଲାଭ ପାଇବାକୁ ଥିବା ଓଡିଶାର ୪୫ ଲକ୍ଷ ଚାଷୀଙ୍କ ତାଲିକା ଦିଲ୍ଲୀ କାହିଁକି ପଠାଇଲେ ନାହିଁ କାହିଁକି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି।

ପିପିଲିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବଶାଳୀ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଟଙ୍କା ବାଣ୍ଟୁଥିବାର ଅଭିଯୋଗ ପାଇ ନିର୍ବାଚନ ଅଧିକାରୀ ସଦଳବଳେ ସେଠାକୁ ଯାଇଥିଲା ବେଳେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଆଜି ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହା ମୁଖ୍ୟମନ୍ତ୍ରୀ କାମର ନମୂନା। ଓଡ଼ି ଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଭରସା ବଢିବାରେ ଲାଗିଛି। ଦିଲ୍ଲୀ ଓ ଭୁବନେଶ୍ୱରରେ ମୋଦିଙ୍କ ଡବଲ ଇଞ୍ଜିନର ସରକାର ବନିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।



from Odisha Reporter http://bit.ly/2GzenI5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages