ଗମ୍ଭୀରଙ୍କ ନାମରେ ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ଗମ୍ଭୀରଙ୍କ ନାମରେ ମାମଲା

ନୂଆଦିଲ୍ଲୀ: କ୍ରିକେଟରୁ ରାଜନୀତିକୁ ଆସିଥିବା ଗୌତମ ଗମ୍ଭୀରଙ୍କ ନାମରେ ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍‌। ନିର୍ବାଚନ କମିଶନଙ୍କ ଅନୁମତି ନନେଇ ନିର୍ବାଚନ ରାଲି କରିଥିବାରୁ ତାଙ୍କ ନାମରେ ଏହି ମାମଲା ରୁଜୁ କରାଯାଇଛି। ଗତ ଏପ୍ରିଲ ୨୫ ତାରିଖରେ ଦିଲ୍ଲୀର ଜଙ୍ଗପୁରାରେ ଅନୁମତି ନେନେଇ ଏକ ନିର୍ବାଚନୀ ଶୋଭାଯାତ୍ରା କରିଥିଲେ, ଯାହାକି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିଲା।

ବେଶ୍‌ କିଛି ଦିନ ଧରି ଟ୍ୱିଟରରେ ବିଜେପିର ନୀତି ଆଦର୍ଶକୁ ସମର୍ଥନ ଜଣାଇ ଆସୁଥିବା ଗମ୍ଭୀର ଗତ ମାସରେ ଅରୁଣ ଜେଟଲୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ସେ ସୋଶାଲ ମିଡିଆରେ ରାଷ୍ଟ୍ରବାଦର ସମର୍ଥକ ଭାବରେ ମଧ୍ୟ ବେଶ୍‌ ପରିଚିତି ଲାଭ କରିଛନ୍ତି। ସେ ବର୍ତ୍ତମାନ ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ଲଢ଼ୁଛନ୍ତି, ଯେଉଁଠାରୁ ମହେଶ ଗିରି ପୂର୍ବରୁ ବିଜେପି ପ୍ରାର୍ଥୀ ଥିଲେ। ଏଠାରୁ କଂଗ୍ରେସର ଅରବିନ୍ଦ ସିଂହ ଲଭ୍ଲୀ ଏବଂ ଆପ୍‌ର ଅତିଶୀ ଲଢ଼ୁଛନ୍ତି।

ଏହି ଘଟଣାରେ ଅତିଶୀ ଗମ୍ଭୀରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ପ୍ରଥମେ ନାମାଙ୍କନ ପତ୍ରରେ ଭୁଲ, ତାପରେ ଦୁଇଟି ଭୋଟର ଆଇଡି ରଖିବାର ଅପରାଧ ଏବଂ ଏବେ ବେଆଇନ ରାଲି। ଯଦି ନିୟମ ଜାଣିନାହଁ, ଖେଳୁଛ କାହିଁକି ?



from Odisha Reporter http://bit.ly/2vpjBzL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages