ମଧ୍ୟକ୍ରମର ବିଫଳତା ଯୋଗୁ ମାତ୍‌ ଖାଇଲା ଚେନ୍ନାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ମଧ୍ୟକ୍ରମର ବିଫଳତା ଯୋଗୁ ମାତ୍‌ ଖାଇଲା ଚେନ୍ନାଇ

ଚେନ୍ନାଇ: ୮,୨,୦,୬,୫ ଏହି ନମ୍ବର ଶୁଣି ଆପଣ ଭାବୁଥିବେ ଏହା କୌଣସି ଟେଲିଫୋନ୍‌ ନମ୍ବର। କିନ୍ତୁ ଆଇପିଏଲ୍‌ର ଏକ ମୁକାବିଲାରେ ଶକ୍ତିଶାଳୀ ମୁମ୍ବାଇ ବିପକ୍ଷରେ ଚେନ୍ନାଇ ସୁପରକିଙ୍ଗସ୍‌ର ମଧ୍ୟକ୍ରମର ବ୍ୟାଟସ୍‌ମ୍ୟାନ୍‌ ଏଭଳି ରନ୍‌ କରିଥିଲେ। ମଧ୍ୟକ୍ରମ ବ୍ୟାଟସମ୍ୟାନଙ୍କ ବିଫଳତାକୁ ଯୋଗୁ ଚଳିତ ଆଇପିଏଲ୍‌ରେ ଚେନ୍ନାଇ ପୁଣିଥରେ ମୁମ୍ବାଇ ଠାରୁ ୪୬ ରନ୍‌ରେ ପରାସ୍ତ ହୋଇଛି।

ଶୁକ୍ରବାର ମ୍ୟାଚ୍‌ରେ ଚେନ୍ନାଇ ଘରୋଇ ପରିବେଶରେ ମୁମ୍ବାଇଠାରୁ ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଥିଲା। ଟସ୍‌ ଜିତି ଚେନ୍ନାଇର କାମଚଳା ଅଧିନାୟକ ସୁରେଶ ରାଇନା ପ୍ରଥମେ ବୋଲିଂ କରିଥିଲେ। ତେବେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମାଙ୍କ ଚଳିତ ସିଜିନ୍‌ର ପ୍ରଥମ ଅର୍ଦ୍ଧଶତକ ବଳରେ ୧୫୫ ରନ୍‌ କରିଥିଲା। ଚେନ୍ନାଇ ଭଳି ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପାଇଁ ୧୫୬ ରନ୍‌ର ଟାର୍ଗେଟ କଷ୍ଟ ନଥିଲା। ହେଲେ ଦଳର ଓନର ଶେନ୍‌ ୱାଟସନ୍‌ଙ୍କ ସମେତ ପୂରା ମଧ୍ୟକ୍ରମର ବ୍ୟାଟିଂ ଲାଇନ୍‌ ଅପ୍‌ ତାସ୍‌ର ଘର ଭଳି ଭୁଶୁଡ଼ି ପଡ଼ିଥିଲା।

ୱାଟସ୍‌ନ ୮ ରନ୍‌ କରିଥିବା ବେଳେ ସୁରେଶ ରାଇନା ୨, ଅମ୍ବାତି ରାୟୁଡୁ ୦, କେଦାର ଯାଦବ ୫, ଧ୍ରୁବ ସୌରେ ୬ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଫଳରେ ଚେନ୍ନାଇ ମାତ୍ର ୧୦୯ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଦଳର ୮ ଜଣ ବ୍ୟାଟସ୍‌ମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ୨୦୧୫ ପରେ ଚେନ୍ନାଇ ଘରୋଇ ପରିବେଶରେ ପ୍ରଥମ ମ୍ୟାଚ୍‌ ହାରିବାର ଅଲୋଡ଼ା ରେକର୍ଡ ମଧ୍ୟ କରିଥିଲା।

ମୁମ୍ବାଇ ଏହି ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଚାଲି ଯାଇଛି। ଏବେ ଦଳ ପାଖରେ ୧୪ ପଏଣ୍ଟ ରହିଛି। ମୁମ୍ବାଇ ପକ୍ଷରୁ ଲସିଥ ମାଲିଙ୍ଗା ସର୍ବାଧିକ ୪ଟି ୱିକେଟ୍‌ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେବେ ରୋହିତ ଶର୍ମା ଗୁରୁତ୍ୱପୂର୍ଣ୍ଣ ୬୭ ରନ୍‌ କରିଥିବାରୁ ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ମିଳିଥିଲା।



from Odisha Reporter http://bit.ly/2Px5Zf4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages