ବିଜେପିକୁ କର୍ପୋରେଟ୍ ହାଉସ ଦେଇଛି ସର୍ବାଧିକ ଚାନ୍ଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ବିଜେପିକୁ କର୍ପୋରେଟ୍ ହାଉସ ଦେଇଛି ସର୍ବାଧିକ ଚାନ୍ଦା

ନୂଆଦିଲ୍ଲୀ: ଚଳିତ ସାଧରଣ ନିର୍ବାଚନରେ ଶାସକ ଦଳ ବିଜେପିକୁ ଅଧିକ ଚାନ୍ଦା ଦେଇଛନ୍ତି କର୍ପୋରେଟ ହାଉସ। ୪୦୦ କୋଟି ଟଙ୍କା ଚାନ୍ଦା ସହ ବିଜେପି ପ୍ରଥମ ରାଜନୈତିକ ଦଳ ହୋଇଥିବାବେଳେ ଦ୍ବିତୀୟରେ ୧୯ କୋଟି ଟଙ୍କା ସହ କଂଗ୍ରେସ ରହିଛି। ମୋଟ ୪୬୯ କୋଟି ୫୯ ଲକ୍ଷ ଟଙ୍କା ବିଭିନ୍ନ ଉତ୍ସରୁ ବିଭିନ୍ନ ରାଜନୈତିକ ଦଳଙ୍କ ପାଇଁ ଚାନ୍ଦା ଆସିଥିବାବେଳେ ୪୨୨ କୋଟି ୪ ଲକ୍ଷ ଟଙ୍କା କର୍ପୋରେଟ ହାଉସ ପ୍ରଦାନ କରିଛନ୍ତି।

ଏହି ଚାନ୍ଦା ଗୁଡ଼ିକ ନିର୍ବାଚନ କମିସନଙ୍କ ନିର୍ବାଚନୀ ବଣ୍ଡ ଅନୁଯାୟୀ ରାଜନୈତିକ ଦଳ ମାନଙ୍କୁ ଆସିଥାଏ। ତେବେ ଖବର ସରବରାହ ସଂସ୍ଥା ଆଇଏଏନସ ପ୍ରକାଶ କରିଛି ଯେ ମୋଟ ୧ ହଜାର ୫୬ କୋଟି ଟଙ୍କା ନିର୍ବାଚନ ବଣ୍ଡ ଦ୍ବାରା ୨୦୧୮ରେ ବିଭିନ୍ନ ରାଜନୈତିକ ଦଳଙ୍କ ପାଣ୍ଠିକୁ ଆସିଥିଲା। ଚଳିତବର୍ଷ ୧ ହଜାର ୭୧୬ କୋଟି ଟଙ୍କା ଚାନ୍ଦା ରାଜନୈତିକ ଦଳ ଦ୍ବାରା ଆସିଥିବା ଆଇଏଏନସ ପ୍ରକାଶ କରିଛି।

ତେବେ ଫାଇନାନସିଆଲ ଆକ୍ଟ ୨୦୧୭ ଅନୁଯାୟୀ ଇଲେକ୍ଚୋରାଲ ବଣ୍ଡ ଦ୍ବାରା କିଏ ପଠାଇଛି ଟଙ୍କା ଜାଣି ହେବ ନାହିଁ। ଏମିତିକି କାହାକୁ ଟଙ୍କା ପଠାଯାଉଛି ସେ ନେଇ ଚାନ୍ଦା ଦେଉଥିବା ବ୍ଯକ୍ତି ପ୍ରକାଶ କରିବାର ଆବଶ୍ଯକତା ନାହିଁ। ଉଭୟ ସାଧାରଣ ଲୋକ, ବ୍ଯବସାୟୀ, କର୍ପୋରେଟ ହାଉସ ରାଜନୈତିକ ଦଳଙ୍କୁ ଚାନ୍ଦା ଦେଇପାରିବେ ବୋଲି ନିୟମ ରହିଛି। ତେବେ ନିର୍ବାଚନୀ ବଣ୍ଡ ଗୁଡ଼ିକ ଏସବିଆର ହୋଇଥିବାରୁ ସଂପୃକ୍ତ ବ୍ଯାଙ୍କ ପାଖରେ ସମସ୍ତ ତଥ୍ଯ ରହିଛି। କେବଳ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଏବଂ ରିଜର୍ଭ ବ୍ଯାଙ୍କ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ କ୍ରମେ ସମସ୍ତ ଡୋନରଙ୍କ ତଥ୍ଯ ଜାଣିହେବ।



from Odisha Reporter http://bit.ly/2OZPYOt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages