
ଆବୁଧାବି: ବିବାହକୁ ସାଧାରଣତଃ ସାତ ଜନ୍ମର ବନ୍ଧନ କୁହାଯାଏ। ହେଲେ ଆଜିକାଲି ଏହି ବନ୍ଧନରେ ବାନ୍ଧି ହୋଇ ଗୋଟିଏ ଜନ୍ମ ବି ଅତିକ୍ରାନ୍ତ କରିବା ସ୍ୱାମୀ ସ୍ତ୍ରୀଙ୍କ ପାଇଁ କଷ୍ଟକର ହୋଇପଡୁଛି। ଦାମ୍ପତ୍ୟ ଜୀବନରେ ସମସ୍ୟା ମୁଣ୍ଡ ଟେକିଲେ କଥା ଯାଇ ଛାଡପତ୍ରରେ ହିଁ ଛିଣ୍ଡୁଛି। ଏପରି ଏକ ଘଟଣା ସଂଯୁକ୍ତ ରାଷ୍ଟ୍ର ଅମିରାତ (ୟୁଏଇ)ରେ ଦେଖାଦେଇଛି।
ବିବାହର ୩ ସପ୍ତାହ ନ ପୂରୁଣୁ ଛାଡ଼ପତ୍ର ଲାଗି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ନନବିବାହିତା । ହନିମୁନରେ ଯାଇଥିବା ବେଳେ ମହିଳାଜଣକ ନିଜ ସ୍ୱାମୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ତାଙ୍କୁ ଛାଡ଼ପତ୍ର ଦେବାକୁ ସ୍ଥିର କରିଛନ୍ତି।

ଦାମ୍ପତ୍ୟ ଜୀବନ ଆପୋଷ ବୁଝାମଣା ଓ ବିଶ୍ୱାସ ଉପରେ ତିଷ୍ଠିଥାଏ। ହେଲେ ବୁଝାମଣା ଅଭାବ ହେଲେ ଏହି ସମ୍ପର୍କ ତିଷ୍ଠିବା ଏକ ପ୍ରକାର ଅସମ୍ଭବ ହୋଇପଡେ। ମହିଳାଙ୍କ କହିବା ମୁତାବକ, ବିବାହ ପରଠାରୁ ତାଙ୍କ ସ୍ୱାମୀ ଗୋଟିଏ ବି ଟଙ୍କା ତାଙ୍କ ପାଇଁ କିମ୍ୱା ଘର ପାଇଁ ଖର୍ଚ୍ଚ କରିନାହାନ୍ତି।
ବିବାହର ପ୍ରଥମ ଦିନରୁ ହିଁ ବ୍ୟକ୍ତିଜଣକ ଘରର ପାଣି, ବିଦ୍ୟୁତ୍ ବିଲ୍ ଦେବା ସହ ଘରର ଖର୍ଚ୍ଚ ତୁଲାଇବାକୁ ତାଙ୍କ ସ୍ତ୍ରୀଙ୍କୁ ସୂଚାଇ ଦେଇଥିଲେ। ମହିଳାଜଣକ ଘରର ଆସବାବପତ୍ର କିଣିବା ସହ ଖର୍ଚ୍ଚ ମଧ୍ୟ ତୁଲାଉଥିଲେ। ଏହାସତ୍ତ୍ୱେ ସ୍ୱାମୀ ତାଙ୍କୁ ନଜରଅନ୍ଦାଜ କରିବା ସହ ତାଙ୍କ କଥାକୁ ଗୁରୁତ୍ୱ ଦେଉନଥିଲେ।

ଫଳରେ ନିଜ ସ୍ୱାମୀଙ୍କ କଞ୍ଜୁସପଣ ତଥା ବ୍ୟବହାରରେ ଅତିଷ୍ଠ ହୋଇ ସେ ଏପରି ପଦେକ୍ଷପ ନେଇଥିବା କହିଛନ୍ତି। ୟୁଏଇର ଏକ କୋର୍ଟରେ ସେ ଛାଡ଼ପତ୍ର ଆବେଦନ କରିଛନ୍ତି। ମହିଳାଙ୍କଠାରୁ ତାଙ୍କ ସ୍ୱାମୀ ୧୩ ବର୍ଷ ସାନ ବୋଲି ଜଣାଯାଇଛି।
from Odisha Reporter http://bit.ly/2UaxlbP
No comments:
Post a Comment