ହ୍ୟାରିସଙ୍କ ଶତକ ସତ୍ତ୍ୱେ ୫-୦ରେ ସିରିଜ୍‌ ହାରିଲା ପାକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

ହ୍ୟାରିସଙ୍କ ଶତକ ସତ୍ତ୍ୱେ ୫-୦ରେ ସିରିଜ୍‌ ହାରିଲା ପାକ୍‌

ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ଦଳ କ୍ରମାଗତ ଭାବେ ୫ମ ଦିନିକିଆରେ ପରାସ୍ତ ହୋଇଛି। ଏହି ବିଜୟ ସହ ଟିମ୍‌ ଅଷ୍ଟ୍ରେଲିଆ ୫-୦ରେ ଦିନିକିଆ ସିରିଜ୍‌କୁ କ୍ଲିନ୍‌ ସୁଇପ୍‌ କରିଛି। ଶେଷ ତଥା ଅନ୍ତିମ ଦିନିକିଆରେ ପାକିସ୍ତାନ ପକ୍ଷରୁ ହ୍ୟାରିସ ସୋହାଲି ଶତକ ଅର୍ଜନ କରିଥିଲେ ହେଁ ଏହା ଦଳର ବିଜୟ ପାଇଁ ଯଥେଷ୍ଟ ନଥିଲା।

ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୨୭ ରନ୍‌ କରିଥିବା ବେଳେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୩୦୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖ୍ୱାଜା ୯୮ ରନ୍‌ କରିଥିବା ବେଳେ ଗ୍ଲେନ୍‌ ମ୍ୟାକ୍ସୱେଲ ୩୩ ବଲ୍‌ରେ ଦ୍ରୁତ ୭୦ ରନ୍‌ ହାସଲ କରିଥିଲେ। ଏହାର ଜବାବରେ ପାକିସ୍ତାନ ପକ୍ଷରୁ ସୋହାଲି ୧୩୦ ରନ୍‌ କରିଥିଲେ ହେଁ ଏହା ଦଳ ୩୦୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା।  ଫଳରେ କଙ୍ଗାରୁ ଟିମ୍‌ ୨୦ ରନ୍‌ରେ ମ୍ୟାଚ୍‌ଟିକୁ କବଜା କରିଥିଲା।

ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ଏହା ୬ଷ୍ଠ ଦିନିକିଆ ସିରିଜ୍‌ ବିଜୟ। ସେହିପରି ଅଷ୍ଟ୍ରେଲିଆ ୪ର୍ଥ ଥର ପାଇଁ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌କୁ କ୍ଲିନ୍‌ସୁଇପ୍‌ କରିବାର ରେକର୍ଡ କରିଛି। ଟିମ୍‌ ଅଷ୍ଟ୍ରେଲିଆ ଏହା ପୂର୍ବରୁ ଭାରତ ଆସି ୩-୨ରେ ଦିନିକିଆ ସିରିଜ୍‌ ଜିତିଥିଲା। ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତିରେ ମଧ୍ୟ ଆରୋନ୍‌ ଫିଞ୍ଚଙ୍କ ଦଳ ନିଜର ଦବଦବା ଦେଖାଇଛି। ବିଶ୍ୱକପ୍‌ ପୂର୍ବରୁ ଏଭଳି ବିଜୟ ଦଳର ମନୋବଳକୁ ସୁଦୃଢ଼ କରିଛି।

ଶେଷ ଦିନିକିଆରେ ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆର ଦୁଇ ଓପନର ଖ୍ୱାଜା ଓ ଫିଞ୍ଚ ପୁଣିଥରେ ଦଳକୁ ଭଲ ଆରମ୍ଭ ଦେବା ସହ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ୫୩ ରନ୍‌ କରିଥିବା ଫିଞ୍ଚଙ୍କୁ ଉସମାନ ଶିନୱାରି ଆଉଟ୍‌ କରି ପ୍ରଥମ ସଫଳତା ଦେଇଥିଲେ। ଏହାପରେ ଶନ୍‌ ମାର୍ଶ ୬୧ ଓ ଶେଷ ଭାଗରେ ମ୍ୟାକ୍ସୱେଲ୍‌ ୭୦ ରନ୍‌ କରିବାରୁ ଦଳୀୟ ସ୍କୋର ୩୦୦ ପାର ହୋଇଥିଲା। ପାକିସ୍ତାନ ପକ୍ଷରୁ ଉସ୍‌ମାନ ସର୍ବାଧିକ ୪ଟି ୱିକେଟ୍‌ ନେଇଥିବା ବେଳେ ଜୁନେଦ ଖାନ୍‌ ୩ଟି ୱିକେଟ୍‌ ପାଇଥିଲେ।

୩୨୮ ରନ୍‌ର ପିଛା କରୁଥିବା ପାକିସ୍ତାନ ପ୍ରଥମ ବଲ୍‌ରେ ହିଁ ଓପନର ଆବିଦ ଅଲୀଙ୍କୁ ହରାଇଥିଲା। ଏହାପରେ ଶାନ ମାସୁଦ(୫୦) ଓ ହ୍ୟାରସ୍‌ ସୋହାଲି(୧୩୦) ସ୍ଥିତି ସମ୍ଭାଳିଥିଲେ। କିନ୍ତୁ ଏହି ଦୁଇ ଜଣ ଆଉଟ୍‌ ହେବା ପରେ ପାକିସ୍ତାନର ବିଜୟ ଆଶା ମଉଳି ଯାଇଥିଲା। ଶେଷ ଭାଗରେ ଅଧିନାୟକ ଇମାଦ ୱାସିମ ୫୦ ରନ୍‌ କରିଥିଲେ ହେଁ ଏହା ଦଳକୁ ବିଜୟ ସ୍ୱାଦ ଚଖାଇ ପାରି ନଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ବେହରନଡ୍ରଫ୍‌ ୩ଟି ୱିକେଟ୍‌ ନେଇଥିବା ବେଳେ ରିଜାର୍ଡସନ, ନାଥନ ଲାୟନ, ମ୍ୟାକ୍ସୱେଲ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି। ବିସ୍ଫୋରକ ଇନିଂସ୍‌ ପାଇଁ ମ୍ୟାକ୍ସୱେଲଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।



from Odisha Reporter https://ift.tt/2uA1AhU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages