
ଓ୍ବାର୍ଦ୍ଧା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଏବଂ ଏହାର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରିବା ପାଇଁ କଂଗ୍ରେସର ‘ହିନ୍ଦୁ ଆତଙ୍କବାଦ’ ଆଖ୍ୟାକୁ ପ୍ରସଙ୍ଗ କରିଛନ୍ତି। ରାହୁଲ ଦୁଇଟି ଆସନରୁ ଲଢ଼ିବା ନେଇ ମୋଦି କହିଛନ୍ତି, କଂଗ୍ରେସ ହିନ୍ଦୁବହୁଳ ଆସନଗୁଡ଼ିକରେ ଲଢ଼ିବାକୁ ଭୟ କରିବା ଆରମ୍ଭ କରିଛି। ‘ହିନ୍ଦୁ ଆତଙ୍କବାଦ’ ଶବ୍ଦର ବ୍ୟବହାର ହିନ୍ଦୁଙ୍କୁ ଅପମାନିତ କରିଛି ଏବଂ ଏହି କାରଣରୁ ହିଁ ସେମାନେ ବର୍ତ୍ତମାନ ଭୟଭୀତ। ମୋଦି କହିଛନ୍ତି ଶାନ୍ତିପ୍ରିୟ ହିନ୍ଦୁଙ୍କୁ କଂଗ୍ରେସ ଆତଙ୍କବାଦୀ କହିଛି।
ସେ ଆହୁରି ମଧ୍ୟ କହିଛନ୍ତି ହିନ୍ଦୁଙ୍କ ପ୍ରତି ହୋଇଥିବା ଅପମାନର ଜବାବ ଲୋକେ ନିର୍ବାଚନ ସମୟରେ ଦେବେ। ‘ହିନ୍ଦୁ ଆତଙ୍କବାଦ’ ଭଳି ଘଟଣା କୌଣସିଠାରେ ବି ଘଟିଥିବାର ନଜିର ନଥିଲେ ମଧ୍ୟ କଂଗ୍ରେସର ଏହି କାରସାଦିକୁ ଲୋକେ କେବେ ମଧ୍ୟ ଭୁଲିବେନି ବୋଲି ସେ କହିଛନ୍ତି। ମହାରାଷ୍ଟ୍ରର ଓ୍ବାର୍ଦ୍ଧାଠାରେ ବିଜେପି-ଶିବସେନା ମେଣ୍ଟ ପାଇଁ ନିର୍ବାଚନ ପ୍ରଚାରରେ ଯୋଗଦେଇ ମୋଦି ଏପରି କହିଛନ୍ତି।
ସେନା ପ୍ରସଙ୍ଗରେ ମୋଦି କହିଛନ୍ତି, ଏନସିପି ଏବଂ କଂଗ୍ରେସ ବୀର ଯବାନଙ୍କ ବୀରତ୍ଵ ଉପରେ ପ୍ରଶ୍ନ ଉଠାଉଛନ୍ତି। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଯବାନଙ୍କ ଅପମାନ କରିଛନ୍ତି। ଏହି ଦଳଗୁଡ଼ିକ ପାକିସ୍ତାନର ଭାଷା କହୁଛନ୍ତି ବୋଲି ମୋଦି କହିଛନ୍ତି।
from Odisha Reporter https://ift.tt/2I3GC2H
No comments:
Post a Comment