ମେ’ ୧୧ରେ ଓଡ଼ିଶାରେ ଦୁଇଟି ବୁଥ୍‌ରେ ହେବ ସାନି ମତଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ମେ’ ୧୧ରେ ଓଡ଼ିଶାରେ ଦୁଇଟି ବୁଥ୍‌ରେ ହେବ ସାନି ମତଦାନ

vote

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେ’ ୧୧ ତାରିଖରେ ଓଡ଼ିଶାରେ ଦୁଇଟି ବୁଥ୍‌ରେ ସାନି ମତଦାନ ହେବ। ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୋଟିସ୍‌ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତାବକୁ ଗୁରୁତର ସହ ନେଇ ନିର୍ବାଚନ ଆୟୋଗ ମାଲକାନଗିରି ଏପିଭି-୬୫ ଓ ବ୍ରହ୍ମପୁର ସିଟି ହାଇସ୍କୁଲ-୨ ବୁଥ୍‌ରେ ସାନି ମତଦାନ କରିବା ପାଇଁ ନୋଟିସ କରିଛନ୍ତି।

ଗତ ୧୮ ତାରିଖରେ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ନିର୍ବାଚନରେ ଓଡ଼ିଶାରେ ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହୋଇଥିଲା। ମତଦାନ ଶାନ୍ତିଶୃଙ୍ଖଳାରେ ସରିଥିବା ବେଳେ ଏପିଭି-୬୫ ଓ ବ୍ରହ୍ମପୁର ସିଟି ହାଇସ୍କୁଲ-୨ ବୁଥ୍‌ରେ ବିଭ୍ରାଟ ଦେଖାଦେଇଥିଲା।

ମାଲକାନଗିରି ଏପିଭି- ୬୫ ବୁଥ୍‌ରେ ନିର୍ଦ୍ଧାରିତ ସମୟରେ ମତଦାନ ସରିଥିଲା। ମାତ୍ର ଏଜେଣ୍ଟଙ୍କ ଅନୁପସ୍ଥିତିରେ ପୋଲିଂ ଅଧିକାରୀମାନେ ସିଲ୍‌ କରିବା ପରିବର୍ତ୍ତେ ଇଭିଏମ୍‌ ସୁଇଚ୍‌ ଦବାଉଥିବା ଅଭିଯୋଗ ହୋଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ଉକ୍ତ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଇଭିଏମ୍‌ ଭାଙ୍ଗିବା ସହିତ ପୋଲିଂ କର୍ମଚାରୀଙ୍କୁ ତାଲା ପକାଇ ଦେଇଥିଲେ।

ସେହିପରି ବ୍ରହ୍ମପୁର ସିଟି ହାଇସ୍କୁଲ-୨ ବୁଥ୍‌ରେ ବିଭ୍ରାଟ୍ ଯୋଗୁ ରି-ପୋଲିଂ କରାଯିବ।



from Odisha Reporter http://bit.ly/2Gg9IJL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages