
ମୋହାଲି: ଆଜି ଆଇପିଏଲ୍ର ଏକ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଅର୍ଥାତ ରବିଚନ୍ଦ୍ରନ ଅଶ୍ୱିନ୍ଙ୍କ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବ।
ଆଜିର ମ୍ୟାଚ୍ରେ ଉଭୟ ଦଳ ଚୂଡ଼ାନ୍ତ ଏକାଦଶରେ ୩ଟି ଲେଖାଏ ପରିବର୍ତ୍ତନ କରିଛନ୍ତି। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଅଷ୍ଟନ ଟର୍ଣ୍ଣର, ଈଶ ଶୋଢ଼ି ଓ ଷ୍ଟୁଆର୍ଟ ବିନ୍ନିଙ୍କୁ ସୁଯୋଗ ମିଳିଛି। ଟର୍ଣ୍ଣର ତାଙ୍କର ଆଇପିଏଲ୍ ଡେବ୍ୟୁ କରୁଛନ୍ତି। ଆଇପିଏଲ୍ର ପ୍ରଥମରୁ ରାଜସ୍ଥାନ ପକ୍ଷରୁ ଖେଳୁଥିବା ଷ୍ଟିଭ୍ ସ୍ମିଥଙ୍କୁ ଖରାପ ପ୍ରଦର୍ଶନ ପାଇଁ ବେଞ୍ଚରେ ବସିବାକୁ ପଡ଼ିଛି।
ସେହିପରି ପଞ୍ଜାବ ପକ୍ଷରୁ ଆଜିର ମ୍ୟାଚ୍ରେ ଡେଭିଡ୍ ମିଲର, ଅର୍ଶଦୀପ ସିଂହ ଓ ମୁଜିବ ଉର ରେହମାନ ଖେଳୁଛନ୍ତି।
ରାଜସ୍ଥାନ ତା’ର ଶେଷ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା। ସେହିପରି ପଞ୍ଜାବ ପ୍ରତିପକ୍ଷ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଠାରୁ ପରାସ୍ତ ହୋଇଥିଲା।
from Odisha Reporter http://bit.ly/2XaDZR0
No comments:
Post a Comment