ଏପ୍ରିଲ ୧୩ରେ ଆରସିବିରେ ଯୋଗଦେବେ କୁଲଟର ନାଇଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ଏପ୍ରିଲ ୧୩ରେ ଆରସିବିରେ ଯୋଗଦେବେ କୁଲଟର ନାଇଲ୍‌

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍‌ରେ ଏଯାଏ ଗୋଟିଏ ହେଲେ ମ୍ୟାଚ୍‌ ଜିତି ପାରି ନଥିବା ବିରାଟ୍‌ କୋହଲିଙ୍କ ଆରସିବିକୁ ଖୁବ୍‌ଶୀଘ୍ର ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ନାଥନ କୁଲଟର ନାଇଲ୍‌ଙ୍କ ସହଯୋଗ ମିଳିବ।

ଚଳିତ ଆଇପିଏଲ୍‌ ପାଇଁ କୁଲଟର ନାଇଲ୍‌ଙ୍କୁ ଆରସିବି କିଣିଥିଲେ ହେଁ ସେ ଜାତୀୟ ମ୍ୟାଚ୍‌ ପାଇଁ ଦଳ ସହ ସାମିଲ ହୋଇପାରି ନଥିଲେ। କିନ୍ତୁ ସେ ଏପ୍ରିଲ ୧୩ରେ ଆରସିବି କ୍ୟାମ୍ପରେ ଯୋଗଦେବେ ବୋଲି ଆଜି ଜଣାପଡ଼ିଛି।

ଅଷ୍ଟ୍ରେଲିଆର ଅନ୍ୟତମ କ୍ରିକେଟର ମାର୍କସ ଷ୍ଟୋଇନିସ୍‌ ଓ କୁଲଟର ନାଇଲ୍‌ ଏକାଠି ଆରସିବି କ୍ୟାମ୍ପରେ ଯୋଗଦେବାର ଥିଲା। ଷ୍ଟୋଇନିସ୍‌ ପାକିସ୍ତାନ ବିପକ୍ଷ ସିରିଜ୍‌ ପରେ ତୁରନ୍ତ ବେଙ୍ଗାଲୁରୁ କ୍ୟାମ୍ପରେ ଯୋଗଦେବା ଦେବା ସହ ରାଜସ୍ଥାନ ଏବଂ କେକେଆର ବିପକ୍ଷ ମ୍ୟାଚ୍‌ ଖେଳିଥିଲେ। ହେଲେ କୁଲଟର ନାଇଲ୍‌ ବିଶ୍ରାମ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ।

ତେଣୁ ସେ ଆରସିବି କ୍ୟାମ୍ପରେ ଏପ୍ରିଲ ୧୩ରେ ଯୋଗଦେବେ ବୋଲି ଜଣାପଡ଼ିଛି। ଏପ୍ରିଲ ୧୩ରେ ଆରସିବି ଓ ପଞ୍ଜାବ ମଧ୍ୟରେ ମ୍ୟାଚ୍‌ ହେବ। ଏହାପୂର୍ବରୁ କୁଲଟର ନାଇଲ୍‌ ଭାରତ ଆସିବେ ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2VpTZyc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages