ଆଇପିଏଲ: ୧୬୦ରେ ଅଟକିଲା ଚେନ୍ନାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ଆଇପିଏଲ: ୧୬୦ରେ ଅଟକିଲା ଚେନ୍ନାଇ

ଚେନ୍ନାଇ: ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ଙ୍କ ଲଗାତାର ଦୁଇଟି ବଲ୍‌ରେ ଦୁଇଟି ୱିକେଟ୍‌ ଏବଂ ଶେଷ ଭାଗରେ ଦ୍ରୁତ ବୋଲରଙ୍କ ଶାଣିତ ବୋଲିଂ ଯୋଗୁ ଚେନ୍ନାଇ ସୁପରକିଙ୍ଗସ୍‌ ପ୍ରତିପକ୍ଷ କିଙ୍ଗସ ଏକାଦଶ ପଞ୍ଜାବ ବିରୋଧରେ ୩ ୱିକେଟ୍‌ ହରାଇ ମାତ୍ର୧୬୦ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ପଞ୍ଜାବକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୬୧ ରନ୍‌ର ଟାର୍ଗେଟ ମିଳିଛି।

ପଞ୍ଜାବ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ୍‌ ଏକାକୀ ୩ଟି ୱିକେଟ୍‌ ନେଇଛନ୍ତି। ସେହିପରି ଚେନ୍ନାଇ ପକ୍ଷରୁ ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ ଖେଳୁଥିବା ଫାଫ୍‌ ଡୁପ୍ଲେସିସ୍‌ ସର୍ବାଧିକ ୫୪ ରନ୍‌ କରିଥିବା ବେଳେ ଶେଷ ଭାଗରେ ମହେନ୍ଦ୍ର ସିଂହ ଧୋନି ୨୩ଟି ବଲ୍‌ରେ ବିସ୍ଫୋରକ ୩୭ ରନ୍‌ର ଇନିଂସ ଖେଳିଛନ୍ତି।

ଚେନ୍ନାଇର ଚେପକ ଷ୍ଟାଡିୟମ୍‌ରେ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ଓପନର ଶେନ୍‌ ୱାଟସନ୍‌ ଏବଂ ଫାଫ୍‌ ଡୁପ୍ଲେସିସ୍‌ ଦଳକୁ ଭଲ ଆରମ୍ଭ ଦେଇଥିଲେ।

ଉଭୟ ୭.୨ ଓଭର୍‌ରେ ପ୍ରଥମ ୱିକେଟ୍‌ ପାଇଁ ଦ୍ରୁତ ୫୬ ରନ୍‌ ସଂଗ୍ରହ କରିଥିଲେ। ତେବେ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ୍‌ ନିଜର ଅଭିଜ୍ଞତାର ପରିଚୟ ଦେଇ ରନ ହାର ରୋକିବାର ଦାୟିତ୍ୱ ସମ୍ଭାଳିଥିଲେ। ସେ ପ୍ରଥମେ ୱାଟସନ୍‌(୨୬)ଙ୍କୁ ସାମ କରାନ୍‌ଙ୍କ ଦ୍ୱାରା କ୍ୟାଚ୍‌ କରାଇ ପ୍ୟାଭିଲିୟନ୍‌ ପଠାଇ ଦେଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ସୁରେଶ ରାଇନା ଅପରାଜିତ ଫାଫ୍‌ଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।

ଇତି ମଧ୍ୟରେ ଫାଫ୍‌ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ତେବେ ବଡ଼ ସ୍କୋର କରିବା ଆଗରୁ ଅଶ୍ୱିନ୍‌ ୫୪ ରନ୍‌ କରିଥିବା ଫାଫ୍‌ଙ୍କୁ ଆଉଟ୍‌ କରିଦେଇଥିଲେ। ଏହାର ପରବର୍ତ୍ତୀ ବଲ୍‌ରେ ୧୭ ରନ୍‌ କରିଥିବା ରାଇନାଙ୍କୁ କ୍ଲିନ୍‌ ବୋଲ୍ଡ କରି ଚେନ୍ନାଇକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ।

ରାଇନା ଆଉଟ୍‌ ହେବା ବେଳକୁ ଦଳୀୟ ସ୍କୋର ୧୩.୪ ଓଭର୍‌ରେ ୧୦୦ ହୋଇଥିଲା। ଏହି ସମୟରେ ଅମ୍ବାତି ରାୟୁଡୁ ଏବଂ ଧୋନି ସ୍ଥିତି ସମ୍ଭାଳିଥିଲେ। ପଞ୍ଜାବର ବୋଲରମାନଙ୍କ ଶାଣିତ ବୋଲିଂ ଯୋଗୁ ଶେଷ ଭାଗରେ ଯେଉଁ ହାରରେ ରନ୍‌ ସଂଗ୍ରହ କରିବା କଥା ତାହା ସମ୍ଭବ ହୋଇ ପାରି ନଥିଲା। ତେବେ ଧୋନି ୧୯ତମ ଓଭର୍‌ରେ ସାମ କରାନ୍‌ଙ୍କ ବଲରେ ଲଗାତର ଚୌକା ମାରି ଦଳୀୟ ସ୍କୋରକୁ ୧୪୬ରେ ପହଞ୍ଚାଇଥିଲେ। ଶେଷ ଓଭର୍‌ ବୋଲିଂ କରୁଥିବା ମହମ୍ମଦ ଶାମିଙ୍କ ପ୍ରଥମ ବଲ୍‌ରେ ରାୟୁଡୁ ଛକା ମାରି ଦଳୀୟ ସ୍କୋରକୁ ୧୫୦ ଅତିକ୍ରମ କରାଇଥିଲେ। ଏହାପରେ ଧୋନି ଚୌକା ମାରି ଦଳୀୟ ସ୍କୋରକୁ ୧୬୦ରେ ପହଞ୍ଚାଇଥିଲେ।



from Odisha Reporter http://bit.ly/2CZJ4Ea

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages