ଗୋଟିଏ କ୍ଲିକ୍‌ରେ ଗୁଗୁଲ୍‌ ସ୍କିନ୍‌ରୁ ଉଡ଼ି ଯାଉଛି ସବୁ ଅକ୍ଷର ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ଗୋଟିଏ କ୍ଲିକ୍‌ରେ ଗୁଗୁଲ୍‌ ସ୍କିନ୍‌ରୁ ଉଡ଼ି ଯାଉଛି ସବୁ ଅକ୍ଷର !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପରୋକ୍ତ ଶୀର୍ଷକ ପଢ଼ିଲା ବେଳକୁ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। ଭାବୁଥିବେ ଗୁଗୁଲ୍‌ରେ ସର୍ଚ୍ଚ କଲେ ରେଜଲ୍ଟ ପରଦାରେ ଆସିଥାଏ, ଆଉ ଉଡ଼ିବ କ’ଣ। କିନ୍ତୁ ଆମେ କୌଣସି ମନଗଢ଼ା କାହାଣୀ କହୁନୁ ଏହା ସତ। ଆପଣ ବି ଚାହିଁଲେ ଏହା ପରୀକ୍ଷା କରି ଦେଖିପାରିବେ। ଏମିତି ଶବ୍ଦ ଅଛି ଯାହା ଲେଖିଲା ବେଳକୁ ଏକ ଥମ୍‌ନେଲ୍‌ ଆସୁଛି। ଆଉ ସେଥିରେ କ୍ଲିକ୍‌ କଲା ପରେ ଗୁଗୁଲ୍‌ ପେଜ୍‌ରୁ ସବୁ ଉଡ଼ି ଯାଉଛି। ସେ ଶବ୍ଦଟି ହେଉଛି THANOS ।
ଗୁଗୁଲ୍‌ରେ ଆପଣ ‘ଥୋନାସ୍‌’ ଲେଖିବେ। ରେଜଲ୍ଟ ପେଜ୍‌ର ଡାହାଣ ସାଇଡ୍‌ରେ ଏକ ଥମ୍‌ନେଲ୍‌ ଶୋ’ କରିବ। ଆଉ ସେହି ହାତଟି ହେଉଛି ‘ଥୋନାସ’ର ହାତ। ଯାହା ଖୁବ୍‌ ଲୋକପ୍ରିୟ। ଆପଣ ସେହି ଆଇକନ୍‌ ଉପରେ କ୍ଲିକ୍‌ କରିବେ। କ୍ଲିକ୍‌ କରିବା ମାଟ୍ରେ ଚୁଟ୍‌କି ବାଜିବ। ଆଉ ତାପରେ ଗୁଗୁଲ୍‌ ପେଜ୍‌ରେ ସବୁ କଣ୍ଟେଣ୍ଟ୍‌ ଆପେ ଆପେ ଉଡ଼ିଯିବ।
ଆପଣ ଜାଣିଛନ୍ତି ଏହି ‘ଥୋନାସ୍‌’ କିଏ? ସେ ହେଉଛନ୍ତି ଆଜି ରିଲିଜ୍‌ ହୋଇଥିବା ଫିଲ୍ମ ‘ଆଭେଞ୍ଜର’ରେ ଅଭିନୟ କରିଥିବା ସବୁଠାରୁ ଶକ୍ତିଶାଳୀ ଭିଲିଆନ୍‌। ଏହି ଫିଲ୍ମର ପ୍ରମୋଶନ୍‌ ପାଇଁ ଗୁଗୁଲ୍‌ ଏମିତି କରିଛି। ଗୁଗୁଲ୍‌ ଏମିତି ପ୍ରଥମ ଥର କରନି ଏହା ପୂର୍ବରୁ ସେ ଏମିତି ଟ୍ରିକ୍ସ ଆପଣେଇ ସାରିଛି। ଆପଣ ଏହାକୁ ଇଷ୍ଟର ଏଗ୍‌ ବି କହି ପାରିବେ।

ଗୁଗୁଲ୍‌ ଏମିତି ଡିଜାଇନ୍‌ କରିଛି ଯେ, ଆପଣ ଯେମିତି ‘ଥୋନାସ୍‌’ ଆଇକନ୍‌ ଉପରେ କ୍ଲିକ୍‌ କରିବେ ସେ ସମୟରେ ପେଜ୍‌ର ସବୁ କଣ୍ଟେଣ୍ଟ୍‌ ଠିକ୍‌ ସେହି ଭଳି ଉଡ଼ିଯିବ ଯେମିତି ‘ଆଭେଞ୍ଜର ଅନ୍‌ଫିନିଟ୍‌ ୱାର୍‌’ରେ ଅଧା ଆଭେଞ୍ଜର ଉଡ଼ିଥିଲା। ଗୁଗୁଲ୍‌ ସର୍ଚ୍ଚ ଇଞ୍ଜିନ୍‌ରେ ଏହି କଣ୍ଟେଟ୍‌ ପୂରା ଧିରେ ଧିରେ ଗାଏବ୍‌ ହୋଇଥାଏ। ଥାନୋସ୍‌ ସର୍ଚ୍ଚ ରେଜଲ୍ଟର ସବୁଠୁ ଉପରେ ଦେଖିଲେ ପ୍ରଥମେ ଆପଣଙ୍କୁ ୯୦ ମିଲିୟନ୍‌ ସର୍ଚ୍ଚ ରେଜଲ୍ଟ ଦେଖିବାକୁ ମିଳିବ। ପରେ ଏହା କମି ୪୫ ମିଲିୟନ୍‌ ହୋଇଯାଇଥାଏ। ଏହା ଏଥିପାଇଁ କାହିଁକିନା ‘ଆଭେଞ୍ଜର୍ସ’ ଫିଲ୍ମରେ ‘ଥୋନାସ୍‌’ ଅଧା ଦୁନିଆ ଶେଷ କରି ଦେଇଛି।

‘ଆଭେଞ୍ଜର୍ସ’ ସିରିଜ୍‌ର ଶେଷ ଫିଲ୍ମ ‘ଆଭେଞ୍ଜର୍ସ-ଏଣ୍ଡ୍‌ଗେମ୍‌’ ରିଲିଜ୍‌ ହୋଇ ସାରିଲାଣି। ସାରା ଦୁନିଆର ଲୋକଙ୍କ ମଧ୍ୟରେ ଏହି ଫିଲ୍ମର କ୍ରେଜ୍‌ ଦେଖିବାକୁ ମିଳିଛି। ଭାରତରେ ପ୍ରଥମ ଥର ଏହି ଫିଲ୍ମ ପାଇଁ ସିନେମା ହଲ୍‌ ମାନଙ୍କରେ ୨୪ X ୭ ଫିଲ୍ମ ଦେଖାଯିବ।



from Odisha Reporter http://bit.ly/2W6kGZ6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages