ପଶ୍ଚିମବଙ୍ଗରେ ଖାକି ବନାମ କଳାକୋର୍ଟ, ୨୯ ଯାଏ କୋର୍ଟ କାର୍ଯ୍ୟ ଠପ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ପଶ୍ଚିମବଙ୍ଗରେ ଖାକି ବନାମ କଳାକୋର୍ଟ, ୨୯ ଯାଏ କୋର୍ଟ କାର୍ଯ୍ୟ ଠପ୍

କୋଲକାତା: ଆଇନଜୀବୀଙ୍କ ପ୍ରତି ପୁଲିସର ଆକ୍ରୋଶମୂଳକ ବ୍ୟବହାରରେ ଉତକ୍ଷିପ୍ତ ହୋଇ ପଶ୍ଚିମବଙ୍ଗର ଆଇନଜୀବୀ ୨୯ ତାରିଖ ଯାଏ କାର୍ଯ୍ୟ ବନ୍ଦ କରିଛନ୍ତି। ଏପ୍ରିଲ ୨୯ ତାରିଖ ଅପରାହ୍ନ ୪ଟା ମଧ୍ୟରେ ମାମଲାର ସମାଧାନ ପାଇଁ ପୁଲିସକୁ ଅବଗତ କରାଇଛି ପଶ୍ଚିମବଙ୍ଗ ବାର ଆସୋସିଏସନ। ନଚେତ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ବାର କାଉନସିଲର ଅଧ୍ୟକ୍ଷ ଅଶୋକ ଦେବ କହିଛନ୍ତି।

ବୁଧବାର ଦିନ ଗାଡ଼ି ପାର୍କିଂକୁ ନେଇ ଜଣେ ଆଇନଜୀବୀ ଓ ପୁଲିସଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ପୁଲିସ ଜଣଙ୍କ ଆଇନଜୀବୀଙ୍କୁ ମାଡ଼ ମାରିଥିବା କହିଛନ୍ତି ପଶ୍ଚିମବଙ୍ଗ ବାର ଆସୋସିଏସନର ସଭାପତି।

ହାଓ୍ୱଡ଼ା ପୁଲିସ ହାଓ୍ୱଡ଼ା କୋର୍ଟର ଆଇନଜୀବୀ ଓ କର୍ମଚାରୀଙ୍କୁ ଆକ୍ରୋଶମୂଳକ ଭାବରେ ବ୍ୟବହାର କରିବା ସାଙ୍ଗକୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଆଇନଜୀବୀ।

ଗୁରୁବାର ଦିନ ରାଜ୍ୟର ସମସ୍ତ ଆଇନଜୀବୀ ଏକାଠି ହୋଇ ଜରୁରୀକାଳୀନ ଭିତ୍ତିରେ ଏକ ବୈଠକ କରିଥିଲେ। ଏଥିରେ ୫ଟି ଦାବି ଉପରେ ପ୍ରସ୍ତାବ ଅଣାଯାଇ ଆଲୋଚନା ହୋଇଥିଲା। ଏହାପରେ ସୋମବାର ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଘୋଷଣା କରିଛନ୍ତି ଆଇନଜୀବୀ। ଏହି ସମୟରେ ରାଜ୍ୟର କୌଣସି ଆଇନଜୀବୀ କୋର୍ଟରେ ଉପସ୍ଥିତ ରହିବେ ନାହିଁ ବୋଲି ପଶ୍ଚିମବଙ୍ଗ ବାର ଆସୋସିଏସନ ନିଷ୍ପତ୍ତି ନେଇଛି।

ତେବେ ଏପ୍ରିଲ ୩୦ ତାରିଖ ଦିନ ପଶ୍ଚିମବଙ୍ଗର ଆଇନଜୀବୀଙ୍କ ଏକ ପ୍ରତିନିଧି ଦଳ କ୍ୟାଲକାଟା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଭେଟି ରାଜ୍ୟ ପୁଲିସର ଏପରି କାର୍ଯ୍ୟକଳାପ ବାବଦରେ ଅବଗତ କରାଇବେ।



from Odisha Reporter http://bit.ly/2Ztnq4K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages