ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର, ପଢ଼ନ୍ତୁ କେତେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର, ପଢ଼ନ୍ତୁ କେତେ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆକାଶରୁ ଅଗ୍ନିବର୍ଷା ହେଉଛି। ପଣା ସଂକ୍ରାନ୍ତି ଦିନଠାରୁ ରାଜ୍ୟରେ ହଠାତ ବଢିଯାଇଛି ଗ୍ରୀଷ୍ମର ପ୍ରକୋପ। ଖାସ୍‌ କରି ରାଜଧାନୀ ଭୁବନେଶ୍ୱରରେ ତାତି ଅସହ୍ୟ ହେଉଛି। ଗତକାଲି ଏଠାକାର ସର୍ବୋଚ୍ଚ ତାପମାତ୍ରା ୪୩.୭ ଡିଗ୍ରୀ ଥିବାବେଳେ ଆଜି ପାରା ୪୧.୭ ଡିଗ୍ରୀ ରହିଛି। ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଉପରେ ରହିଛି। ଅନୁଗୋଳରେ ୪୧.୧, ଟିଟିଲାଗଡ଼ରେ ୪୧, ମାଲକାନଗିରିରେ ୪୦.୫, ସୁନ୍ଦରଗଡ଼, ଭବାନୀପାଟଣା ଓ ସୋନପୁର ୪୦ ଓ କଟକର ତାପମାତ୍ର ୩୯.୪ ଡିଗ୍ରୀ ସେଲ୍‌ସିୟସ୍‌ ରହିଛି।

କିଛି ବର୍ଷ ହେବ ରାଜଧାନୀରେ ତାତି ବଢିବାରେ ଲାଗିଛି। ୨୦୧୬ ଏପ୍ରିଲ ୧୦ରେ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୪.୧ ଡିଗ୍ରୀ ସେଲସିୟସ୍ ଥିବା ବେଳେ ଗତ ମାର୍ଚ୍ଚ  ୨୧ରେ ଭୁବନେଶ୍ୱରର ତାପମାତ୍ରା  ୪୨.୨ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିଲା। ସହରର ତାପମାତ୍ରା କ୍ରମାଗତ ବଢିଚାଲିଥିବାରୁ  ରାଜଧାନୀ ବାସିନ୍ଦା ଆତଙ୍କିତ ହୋଇ ପଡିଛନ୍ତି।

ଏପଟେ ଦେଶର ପାଣିପାଗରେ ଅନେକ ବ୍ୟତିକ୍ରମ ପରିଲିକ୍ଷିତ ହେଉଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲି ଉତ୍ତର ଭାରତର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ଜୋରରେ ପବନ ବହିଥିଲା। ସେହିପରି ଆଜି ଉତ୍ତର ଭାରତର ବିଭିନ୍ନ ସ୍ଥାନରେ କାଳବୈଶାଖୀର ଆଶଙ୍କା ରହିଛି। ଏଥିସହିତ ଓଡ଼ିଶାର ଅନେକ ସ୍ଥାନରେ ଘଡଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ କେନ୍ଦ୍ରର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।



from Odisha Reporter http://bit.ly/2Ze1yud

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages