କଟକରେ ରୋଡ୍‌ ଶୋ କଲେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

କଟକରେ ରୋଡ୍‌ ଶୋ କଲେ ନବୀନ

କଟକ (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକରେ ରୋଡ୍ ଶୋ କରିଛନ୍ତି। ସ୍ୱତନ୍ତ୍ର ବସରେ ସେ ସହରର ବିଭିନ୍ନ ଅଞ୍ଚଳରେ ରୋଡ୍‌ ଶୋ’ କରିଛନ୍ତି। ମୁଖ୍ୟମନ୍ତ୍ରୀ ହାତ ହଲାଇ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇଥିବା ଲୋକଙ୍କଠାରୁ ଅଭିବାଦନ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ହାଇଟେକ୍‌ ବସ ଉପରେ ଛିଡ଼ା ହୋଇ ଚିରାଚରିତ ଢଙ୍ଗରେ ଭାଷଣ ଦେଇଛନ୍ତି। ସେ କହିଛନ୍ତି, “ମୁଁ କଟକ ଆସିଛି। ଆପଣମାନେ ଖୁସି ତ। ମୁଁ ବି ଖୁସି। ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ। ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରନ୍ତୁ।”

ମୁଖ୍ୟମନ୍ତ୍ରୀ କଟକ-ବାରବାଟୀ, କଟକ-ଚୌଦ୍ୱାର ଓ କଟକ ସଦର ନିର୍ବାଚନ ମଣ୍ଡଳୀ ଦେଇ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

କଟକ ସିଡିଏରେ ମୁଖ୍ୟମନ୍ତ୍ରୀ ପ୍ରଚାର ଆରମ୍ଭ କରିଛନ୍ତି। ପରେ ରୋଡ଼୍‌ ଶୋ’ରେ ସେ ସତୀଚୌରା, ସେଲ୍‌ଟର ଓ କନିକା ଛକ ଦେଇ ଚଣ୍ଡି ମନ୍ଦିର ଛକରେ ପହଞ୍ଚିଥିଲେ। ସେଠାରେ ମାଆ ଚଣ୍ଡିଙ୍କୁ ଦର୍ଶନ କରିବା ପରେ ବକ୍ସିବଜାର, ମଣିସାହୁ ଛକ, ରିଙ୍ଗ ରୋଡ଼୍‌, କଲେଜ ସ୍କୋୟାର, ମାଲଗୋଦାମ, ରାଣୀହାଟ, ବଜ୍ରକବାଟି ଓ ବାଦାମବାଡ଼ି ଦେଇ ଚୌଦ୍ୱାର-କଟକ ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ୱାଳଙ୍କ ନିର୍ବାଚନମଣ୍ଡଳୀରେ ପ୍ରଚାର କରିଛନ୍ତି। ଏହା ପରେ ସେ କଟକ ସଦର ଅଞ୍ଚଳରେ ପ୍ରଚାର କରି କନ୍ଦରପୁର ଯାଇଛନ୍ତି। ସେଠାରେ ପ୍ରଚାର ସାରି ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।



from Odisha Reporter http://bit.ly/2V7hZZY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages