ଖସୁଛି ମୋଦି ସରକାରର ଲୋକପ୍ରିୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ଖସୁଛି ମୋଦି ସରକାରର ଲୋକପ୍ରିୟତା

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ ଶେଷ ହେବା ପାଇଁ ଆଉ ୬ଟି ପର୍ଯ୍ଯାୟ ମତଦାନ ବାକି ରହିଛି। ହେଲେ ପ୍ରଥମ ପର୍ଯ୍ଯାୟ ମତଦାନ ପରେ ସି-ଭୋଟର ଦ୍ବାରା କରାଯାଇଥିବା ସର୍ଭେରେ ବିଜେପି ପ୍ରତି ଲୋକଙ୍କ ଆସ୍ଥା କମୁଛି ବୋଲି ଜଣାପଡ଼ିଛି। ମାର୍ଚ୍ଚ ୧୨ରୁ ଏପ୍ରିଲ ୧୨ ମଧ୍ଯରେ ସି-ଭୋଟର-ଆଇଏଏନଏସ ଦ୍ବାରା ସର୍ଭେରେ ଏହା ଜଣାପଡ଼ିଛି।

ତେବେ ପାକିସ୍ତାନ ବାଲାକୋଟରେ ହୋଇଥିବା ଏୟାରଷ୍ଟ୍ରାଇକ ପରେ ମାର୍ଚ୍ଚ ୭ ତାରିଖ ଯାଏଁ ସର୍ଭେରେ ୬୨.୦୬ ପ୍ରତିଶତ ଲୋକ ଚଳିତ ସରକାରକୁ ସମର୍ଥନ କରିଥିବା ସି-ଭୋଟର ପ୍ରକାଶ କରିଥିଲା। ହେଲେ ବାଲାକୋଟ ଏୟାରଷ୍ଟ୍ରାଇକର ୫୦ ଦିନ ପରେ ଏପ୍ରିଲ ୧୨ ସୁଦ୍ଧା ୧୨ ପଏଣ୍ଟ ତଳକୁ ଖସି ୪୩.୨୫ ପଏଣ୍ଟରେ ରହିଥିବା ଜଣାପଡ଼ିଛି।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ୩୦ରୁ ୪୦ ପଏଣ୍ଟ ମଧ୍ଯରେ ବିଜେପି ସରକାରର ଲୋକପ୍ରିୟତା ଥିଲା। ଏହାପରେ ମୋଦି ସରକାର ପ୍ରତି ଲୋକଙ୍କ ଆସ୍ଥା ବଢ଼ୁଥିବା ସି ଭୋଟର-ଆଇଏଏନଏସ ଟ୍ରାକ ରିପୋର୍ଟରେ ପ୍ରକାଶ ପାଇଛି।



from Odisha Reporter http://bit.ly/2VPfqJn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages